Dec 13, 2021, 13:07 IST

Class room ରେ ପଢ଼ିଲେ ମୁଖ୍ୟମନ୍ତ୍ରୀ, viral ହେଲା photo

Class room ରେ ପଢ଼ିଲେ ମୁଖ୍ୟମନ୍ତ୍ରୀ, viral ହେଲା photo

ଆପଣ ମାନେ ଜାଣିଥିବେ ଆମ ଦେଶ ର ପ୍ରଧାନମନ୍ତ୍ରୀ ଏବଂ ସବୁ ରାଜ୍ୟ ଏ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟ ର ବିକାଶ ପାଇଁ ସମୟ ସମୟ ରେ ବିଭିନ୍ନ ପ୍ରକାର ର କାର୍ଯ୍ୟକର୍ମ ଏବଂ ଯୋଜନା କରିଥାନ୍ତି । ତେବେ ସବୁ ରାଜ୍ୟ ର ବିକାଶ କରିବା ତଥା ଲୋକ ମାନଙ୍କୁ ବିଭିନ୍ନ କାର୍ଯ୍ୟ ରେ ସାହାଯ୍ୟ ସହାୟତା ଯୋଗେଇଦେବା ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟ ଅଟେ । ତେବେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଆସନ୍ତୁ ମୁଖ୍ୟମନ୍ତ୍ରୀ ଏବେ କରିଥିବା ଯୋଜନା ସମ୍ପର୍କିତ ଖବର ଉପରେ ନଜର ଦେବା ।

ଗତ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ କୁ ଯାଇଥିଲେ । ଏବଂ ସେହି ଠାରୁ ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଶୁଭାରମ୍ଭ କରିବା ସହ ଏହି କାର୍ଡ ଦ୍ୱାରା ପ୍ରାୟ ୯୬ ଲକ୍ଷ ପରିବାର ଉପକୃତ ହେଇପାରିବେ ବୋଲି କହିଥିଲେ । ଆପଣ ମାନେ ଜାଣିଥିବେ ସ୍ୱାସ୍ଥ୍ୟ ସମସ୍ୟା ହେଲେ ବହୁତ ଲୋକ ଟଙ୍କା ଅଭାବ ରୁ ନିଜର ତଥା ପରିବାର ର ଠିକ ଭାବରେ ଚିକିତ୍ସା କରିପାରନ୍ତି ନାହିଁ ,ଏବଂ ବହୁତ ଜଣ ଟଙ୍କା ପାଇଁ ନିଜ ଜମିବାଡ଼ି ବିକ୍ରି କରିଦିଅନ୍ତି ଏବଂ ଅନ୍ୟ ଅଵଶ୍ୟକତା ମଧ୍ୟ ବନ୍ଦ କରି ବହୁତ କଷ୍ଟରେ ଟଙ୍କା ଯୋଗାଡ କରି ଚିକିତ୍ସା କରିଥାନ୍ତି । ଯାହା ବହୁତ କଷ୍ଟ ଦାୟକ ହୋଇଥାଏ ।

ଏହି ସବୁ କୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ର ସୁବିଧା କରିଛନ୍ତି । ଏହି କାର୍ଡ ବ୍ୟବହାର କଲେ ଗରିବ ଲୋକ ଟି କୁ ଚିକିତ୍ସା ପାଇଁ କିଛି ବି ଅର୍ଥ ଖର୍ଚ୍ଚ କରିବାକୁ ହେବ ନାହିଁ । ଏହି କାର୍ଡ ଧରି ଦେଶର ୨୦୦ ଟି ବଡ଼ ବଡ଼ ଡାକ୍ତରଖାନ ରେ ବିନା ଟଙ୍କା ଖର୍ଚ୍ଚ କରି ଭଲ ଚିକିତ୍ସା ପାଇ ପାରିବେ । ସତରେ ଏହି ଯୋଜନା ବହୁତ ଲୋକ ଙ୍କ ପାଇଁ ବହିତ ସହାୟକ ହେବ । ପରେ ମୁଖ୍ୟମନ୍ତ୍ରୀ ତାରାତାରିଣୀ ଙ୍କ ପୀଠ ରେ ଦର୍ଶନ କରି ହିଞ୍ଜିଳି ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ମଧ୍ୟ ବୃନ୍ଦାବନ ଵିଦ୍ୟାପିଠର ସ୍ମାର୍ଟ ଶ୍ରେଣୀଗୃହ ଓ ଇ ପାଠାଗାର ବୁଲିକି ଦେଖିବା ସହ ଶ୍ରେଣୀ ଗୃହ ରେ ପିଲା ଙ୍କ ସହ ବସି କିଛି ସମୟ କଟେଇଥିଲେ । କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ତାଙ୍କ ସହ ୫ ଟି ସଚିବ ଭି କେ ପାଣ୍ଡିଆନ ଏବଂ ଅନ୍ୟ କିଛି ଅଧିକାରୀ ମଧ୍ୟ ଗଞ୍ଜାମ ଗ୍ରସ୍ତ କରିଥିଲେ । ହିଞ୍ଜିଳି ରେ ମୁଖ୍ୟମନ୍ତ୍ରୀ ପତାକା ଦେଖେଇ ଗଞ୍ଜାମ ଦର୍ଶନ ବସ୍ ର ଶୁଭାରମ୍ଭ କରିଥିଲେ । ସତରେ ଏହି ସମସ୍ତ କାର୍ଯ୍ୟ ବହୁତ ଭଲ ରେ ହେବା ସହ ଲୋକ ମାନଙ୍କ ପାଇଁ ଏହା ବହୁତ ଉପକାର ଦେଇପାରିବ । ତେବେ ମୁଖ୍ୟମନ୍ତ୍ରୀ ଙ୍କ ଏହି ପଦକ୍ଷେପକୁ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି ।

Advertisement