ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆଜି ଆମେ ୬୦୦ ବର୍ଷ ତଳର ମହାପୁରୁଷ ମାନଙ୍କ ଦ୍ୱରା ଆଗତ ଭବିଷ୍ୟତ ପାଇଁ ଲିଖିତ ହୋଇଥିବା ଏହି ମାଳିକା ଵଚନ । ବନ୍ଧୁମାନେ ଆମ ଧର୍ମ ଶାସ୍ତ୍ର ଗୁଡିକରେ ଭବିଷ୍ୟତ କୁ ନେଇ ଅନେକ ବାର୍ତା ଦିଆଯାଇଛି।
ତେବେ ମାଳିକାରେ ଭବିଷ୍ୟତ ଓ ଭବିଷ୍ୟତରେ ମଣିଷ ର ଅବସ୍ଥା କଣ ହେବ, ସେମାନେ କେଉଁ କେଉଁ ପରିସ୍ଥିତିର ସାମ୍ନା କରିବେ ସେ ବିଷୟରେ ସୂଚନା ଦିଆଯାଇଛି।
ମାଳିକାର ବଡ ବଡ ପ୍ରବକ୍ତାଙ୍କ ମୁଖରେ ଯେଉଁ ସବୁ କଥା ମାଳିକା ବହିରେ ଲିଖିତ ହୋଇ ରହିଥିଲା,ଏହି କଳିଯୁଗରେ ଗୋଟି ଗୋଟି କରି ସତ ହେବ। କାଳକ୍ରମେ ଧୀରେଧିରେ ସେହି ଭବିଷ୍ୟତ ବାଣୀ ଗୁଡିକ ସତରେ ବି ପରିଣତ ହେଉଛି।
ତେବେ ବନ୍ଧୁଗଣ ବର୍ତ୍ତମାନ ଜଣେ ବାବା କହିଛନ୍ତି ଅନ୍ତ ତ୍ରିପାଠୀ ଶର୍ମା କହିଥିଲେ ଯେ, ୩୭ ଅଙ୍କରେ ପୁରୀ ଧାମରୁ ପୂଜା ଉଠିଯିବ ବୋଲି।
ଆଉ ୧୮୨ ଦିନ ବନ୍ଦ ହେଇଯିବ ପୁରୀ। ତେବେ ପୂଜା ଉଠିଯିବାର ଅର୍ଥ ହେଉଛି ଠାକୁରଙ୍କୁ ପୂଜା କରିବା ପାଇଁ କେହି ମଧ୍ୟ ନଥିବେ। ଏବଂ ଭୀମ ଭୋଇ ବ୍ରହ୍ମ ନିରୂପଣ ଗ୍ରନ୍ଥ ରେ ଲେଖିଛନ୍ତି,
ଯେତେବଳେ ହୀରାକୁଦ ବନ୍ଦକୁ ଜବନ ମାନେ ଆସିବେ ସେତେବେଳେ ଜବନଙ୍କୁ ପ୍ରତିରୋଧ କରିବା ଉଦ୍ଦେଶ୍ୟରେ ଭାରତର ଲୋକମାନେ ସେହି ବନ୍ଧକୁ ଭାଙ୍ଗି ଦେବେ।
ଯାହାଫଳରେ ହୀରାକୁଦର ତଳ ଅଞ୍ଚଳରେ ଯେତେସବୁ ଧ୍ଵଂସ ପାଇଯିବେ। ଆଉ ଭୀମ ଭୋଇ କହିଛନ୍ତି ପୃଥିବୀ ଧ୍ଵଂସ ପାଇଯିବ।
ହୀରାକୁଦ ପାଣିରେ ଭର୍ତ୍ତି ହେଇକି ଥିବ ଆଉ ତାହାର ଉପର ଡ୍ୟାମ ମଧ୍ୟ ଭର୍ତ୍ତି ହେଇକିଥିବ, ଏହାପରେ ସବୁ ଭାଙ୍ଗି ଯାଇ ହୀରାକୁଦ ଧ୍ଵଂସ ହୋଇଯିବ। ଏବଂ ଶେଷରେ ବାବା ଜଣକ କହିଛନ୍ତି ଦିଲ୍ଲୀ ସିଂହାସନରେ ବଳରାମ ବସିବେ।