Jun 6, 2022, 16:01 IST

ପୁରୁଣା coin ଦେଇ ହୁଅନ୍ତୁ କୋଟିପତି, ଦେଖନ୍ତୁ ପୁରା ପ୍ରଣାଳୀ

ପୁରୁଣା coin ଦେଇ ହୁଅନ୍ତୁ କୋଟିପତି, ଦେଖନ୍ତୁ ପୁରା ପ୍ରଣାଳୀ

ପୁରୁଣା ନୋଟ୍ ଆଉ ମୁଦ୍ରା କୁ ନେଇ ଆର୍ ବି ଆଇ ଦେଲା ଚେତାବନୀ।ବର୍ତ୍ତମାନ ଦିନରେ ପୁରୁଣା ନୋଟ ଓ ମୁଦ୍ରା କିଣିବା ଏବଂ ବିକ୍ରୟ କରିବାର ଧାରା ତୀବ୍ର ହୋଇ ଉଠିଛି।ଅନେକ ଅନଲାଇନ୍ ଓ ଅଫ୍ ଲାଇନ୍ ପ୍ଲାଟଫର୍ମ ଅଛି ଯେଉଁଥିରେ ପୁରୁଣା ନୋଟ୍ ଏବଂ ମୁଦ୍ରାକୁ ବିକ୍ରି କରି ହେଉଛି।କିନ୍ତୁ କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ଏ ବିଷୟରେ ଆବଶ୍ୟକ ସୂଚନା ଦେଇଛନ୍ତି।

 

ଆର୍ ବି ଆଇ ପକ୍ଷରୁ ସୂଚନା ମିଳିଛି ଯେ ଅନଲାଇନ୍ ଓ ଅଫ୍ ଲାଇନ୍ ପ୍ଲାଟଫର୍ମ ରେ ପୁରୁଣା ବ୍ୟାଙ୍କ ନୋଟ୍ ଏବଂ ମୁଦ୍ରା ର ବିକ୍ରୟ ପାଇଁ କେତେକ ଠକ କେନ୍ଦ୍ରୀୟ ବ୍ୟାଙ୍କ ର ନାମ ଏବଂ ଏହାର ଲୋଗକୁ ବ୍ୟବହାର କରୁଛନ୍ତି।ଏନେଇ ଆର୍ ବି ଆଇ ପକ୍ଷରୁ ଚେତାବନୀ ଜାରି କରାଯାଇଛି।ରିଜର୍ଭ ବ୍ୟାଙ୍କ ଏହାର ଅଫିଶିଆଲ ଟୁଇଟର ହ୍ୟାଣ୍ଡାଲ ରେ ଟୁଇଟ କରି ଏହା ସୂଚନା ଦେଇଛନ୍ତି।

 

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କିଛି ଠକ ଭୁଲ ଭାବରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନାମ ଏବଂ ଲୋଗ କୁ ବ୍ୟବହାର କରୁଛନ୍ତି।ଏବଂ ଅଫ୍ ଲାଇନ୍ ରେ ପ୍ଲାଟଫର୍ମ ମାଧ୍ୟମରେ ପୁରୁଣା ନୋଟ୍ ଏବଂ ମୁଦ୍ରା ର ବିକ୍ରୟ ପାଇଁ ଲୋକଙ୍କୁ ପଚାରୁଛନ୍ତି।ରିଜର୍ଭ ବ୍ୟାଙ୍କ କହିଛନ୍ତି ଯେ କୌଣସି କାର୍ଯ୍ୟ କଲାପ ରେ ସେ ଜଡ଼ିତ ନୁହେଁ।ଏବଂ ଏହିପରି କାରବାର ପାଇଁ କାହାଠାରୁ କୌଣସି ଶୁଳ୍କ ଓ କମିଶନ ମଧ୍ୟ ମାଗିବ ନାହିଁ।

ଏଥି ସହିତ ବ୍ୟାଙ୍କ କହିଛି ଯେ ଏଭଳି କାର୍ଯ୍ୟ କଳାପ ପାଇଁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତି ଙ୍କୁ କୌଣସି ପ୍ରକାର ଅନୁମତି ଦିଆ ଯାଇନାହିଁ।ବାସ୍ତବରେ ଆର୍ ବି ଆଇ ଏଭଳି କାରବାର କରେ ନାହିଁ।କିମ୍ବା ଏହା କେବେ ହେଲେ କାହାଠାରୁ ଫ୍ରୀ କିମ୍ବା କମିଶନ ମଧ୍ୟ ମାଗେ ନାହିଁ। ରିଜର୍ଭ ବ୍ୟାଙ୍କ କହିଛି ଯେ ରିଜର୍ଭ ବ୍ୟାଙ୍କ ଆଫ ଇଣ୍ଡିଆ କୌଣସି ଅନୁଷ୍ଠାନ କମ୍ପାନୀ କିମ୍ବା ବ୍ୟକ୍ତି ଇତ୍ୟାଦି ଙ୍କୁ କାରବାର ଉପରେ ରିଜର୍ଭ ବ୍ୟାଙ୍କ ସ୍ୱଳ୍ପ ଓ କମିଶନ ଆଦାୟ କରିବାକୁ କୌଣସି ଅଧିକାର ଦିଆଯାଇନାହିଁ।

Advertisement