ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅମ୍ବାନୀ ପରିବାର ସବୁବେଳେ ଚର୍ଚ୍ଚାରେ ରହିଥାଏ। କିନ୍ତୁ ଏବେ ଅନନ୍ତ-ରାଧିକାଙ୍କ ବିବାହକୁ ନେଇ ସବୁଠି ଅଧିକ ଚର୍ଚ୍ଚା ଲାଗି ରହିଛି। ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମୁକେଶ ଅମ୍ବାନୀଙ୍କର ସାନ ପୁଅ ଅନନ୍ତ ଅମ୍ବାନୀଙ୍କର ବିବାହ ରାଧିକା ମର୍ଚାଣ୍ଟଙ୍କ ସହ ଶେଷ ହୋଇଛି। ଆଉ ଏହା ବେଶ୍ ଧୁମଧାମର ସହ କରାଯାଇଛି।
ବନ୍ଧୁଗଣ ମୁକେଶ ଅମ୍ବାନୀ ଓ ଗୀତା ଅମ୍ବାନୀଙ୍କୁ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୁରା ଧୁମଧାମରେ ସଂପୂର୍ଣ୍ଣ ହେଇଛି। ଫକ୍ସନ୍ ଠାରୁ ଆରମ୍ଭ କରି ରିସେପସନ୍ ପର୍ଯ୍ୟନ୍ତ ବିଶ୍ଵର ନାମୀଦାମୀ ଅତିଥି ସେଠାକୁ ଯାଇଥିବାର ଦେଖିବାକୁ ମିଳିଥିଲା। ତେବେ ୱେଡିଂର ଲାଷ୍ଟ ଫକ୍ସନ ଖାସ ଲୋକଙ୍କ ପାଇଁ ରଖାଯାଇଥିଲା। ହେଲେ ଅମ୍ବାନୀ ଫ୍ୟାମିଲି ନିଜ ଘର ଏବଂ ଅଫିସର ସମସ୍ତ କର୍ମଚାରୀଙ୍କୁ ସାମିଲ ହେବା ପାଇଁ କରିଥିଲେ ନିମନ୍ତ୍ରଣ। ରିପୋର୍ଟ ଅନୁସାରେ ପ୍ରାୟ ଏଥିରେ ୧୦ ହଜାର ଲୋକଙ୍କର ପରିବାର ପହଞ୍ଚି ଥିଲେ।
ମୁକେଶ ଅମ୍ବାନୀ ରିସେପସନ୍ ପାର୍ଟିରେ ନିଜ କର୍ମଚାରୀ ମାନଙ୍କର ସ୍ଵାଗତ କରିଥିଲେ। ସ୍ପିଚ ଦେଇ କହିଥିଲେ, "ଆପଣ ମାନଙ୍କୁ ଏଠାକୁ ବହୁତ ବହୁତ ସ୍ଵାଗତ। ଏହା ଅନନ୍ତ ଏବଂ ରାଧିକାଙ୍କ ଲାଷ୍ଟ୍ ସେଲିବ୍ରେସନ। ହେଲେ ମୋ ପାଇଁ ଆଜିର ଉତ୍ସବ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ"। ଖାଲି ଏତିକି ନୁହେଁ ଏହାପରେ ଅନନ୍ତ୍ ଏବଂ ରାଧିକା ମଧ୍ୟ ନିଜ ସ୍ପିଚରେ "ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଆଉ କର୍ମଚାରୀଙ୍କୁ ନିଜ ପରିବାର କହି ସେମାନଙ୍କୁ କାରଣ କହି ଦର୍ଶାଇ ଥିଲେ।
ଯେଉଁଥିପାଇଁ ଅମ୍ବାନୀ ପରିବାର ଆଉ ରିଲାଏନ୍ସ ଆଜି ଏକଜୁଟ ହେଇ ରହିଛନ୍ତି। ଆହୁରି ମଧ୍ୟ କହିଥିଲେ କର୍ମଚାରୀଙ୍କ ବିନା ଏହି ଭବ୍ୟ ଆୟୋଜନ ସମ୍ଭବପର ନଥିଲା"। 'ତେବେ ଅତିଥି ସେହି ମାନେ ଥିଲେ ଯେଉଁ ମାନେ ଅମ୍ବାନୀ ପରିବାର ତଳେ କାମ କରୁଥିଲେ। ହେଲେ ଫକ୍ସନରେ ସେମାନଙ୍କୁ ଠିକ୍ ସେମିତି ସ୍ଵାଗତ କରାଯାଇଥିଲା ଯେମିତି ଅନ୍ୟ ଭିଭିଆଇ ଗେଷ୍ଟଙ୍କୁ କରାଯାଇଥିଲା"।