Jun 3, 2024, 21:38 IST

ହଠାତ ସୋମବାର ରେ ମନ୍ଦିର ଭିତରେ ଘଟିଗଲା ଏପରି ଘଟଣା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ଅସହ୍ୟ ବର୍ଷାରେ କଟକ ସହର ଗତକାଲି ରାତିରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ତୁହାକୁତୁହା ବର୍ଷା ହେବା ସହ ମାରିଥିଲା ବିଜୁଳି ଘଡଘଡି। ଆଉ ଏହାରି ଭିତରେ ଦେଖିବାକୁ ମିଳିଛି କଟକର ଅଧିଷ୍ଠା ଦେବୀ ମା କଟକ ଚଣ୍ଡୀଙ୍କ ମନ୍ଦିର ଭିତରେ ପାଣି ପଶିଛି। 
Gh
ବନ୍ଧୁଗଣ ଗତକାଲି ରାତିରେ କାଳବୈଶାଖୀର ତାଣ୍ଡବରେ କଟକ ସହରରେ ପଶିଛି ପାଣି। ବର୍ଷା ସହିତ ମାରିଥିଲା ଜୋରରେ ବିଜୁଳି ଘଡଘଡି। ଆପଣ ମାନେ ଏହି ଭିଡିଓଟିରେ ଦେଖିପାରୁଥିବେ କେମିତି ମନ୍ଦିରରେ ପସିଛି ପାଣି। ଗତକାଲି ରାତିରେ କିଛି ସମୟର ବର୍ଷା ଯୋଗୁଁ ମନ୍ଦିରରେ ପାଣି ଜମି ରହିଛି। ଏହାର ନିଷ୍କାସନ ପାଇଁ ସଠିକ ବ୍ୟବସ୍ଥା ନହେଇଥିବାରୁ ମନ୍ଦିରର ବିଭିନ୍ନ ସ୍ଥାନରେ ପାଣି ଜମିବାକୁ ଲାଗିଥିଲା। ମନ୍ଦିରର ମୁଖଶାଳା, ମନ୍ଦିରର ପ୍ରାଗଣ, ଏବଂ ମନ୍ଦିରର ଚତୁପାର୍ଶ୍ଵ ଏଭଳି କି ମନ୍ଦିର ଭିତରେ ପସିଥିଲା ପାଣି। ଯାହାଫଳରେ ମନ୍ଦିର ଭିତରେ ଥିବା ହୁଣ୍ଡି ମଧ୍ୟ ବର୍ଷା ପାଣିରେ ବୁଡି ରହିଛି। 
ଆଜି ସୋମବାର ହେଇଥିବାରୁ ଏଭଳି ପାଣି ଭିତରେ ମହାଦେବଙ୍କ ପୂଜା କରିବା ଅସମ୍ଭବ ହେଇପଡ଼ିଛି। ଯାହାଫଳରେ ଅସୁବିଧାର ସମ୍ମୁଖୀନ ହେଇଛନ୍ତି ପୂଜକ ଏବଂ ଭକ୍ତ ମାନେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ। ସକାଳୁ ସକାଳୁ ଭକ୍ତ ମାନେ ମହାଦେବଙ୍କୁ ପୂଜା କରିବ ତ ଦୂରର କଥା ଟିକେ ଦର୍ଶନ ମଧ୍ୟ କରି ପାରିଲେ ନାହିଁ। କଟକ ସହର ତଥା ଅନ୍ୟାନ୍ୟ ସ୍ଥାନରୁ ପାଣି ନିଷ୍କାସନ ପାଇଁ ସଠିକ ବ୍ୟବସ୍ଥା ପ୍ରଶାସନ ତରଫରୁ ହେଇନଥିବାରୁ ସାଧାରଣ ଲୋକେ ପ୍ରଶାସନକୁ ଏଥିପାଇଁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି।

Advertisement