May 23, 2024, 16:32 IST

ଏମିତି ଗାଁ ଆପଣ କେବେ ଦେଖି ନଥିିବେ ଦେଖନ୍ତୁ ମଣିଷ କମ ହେଲେ କଣ୍ଢେଇ ଅଧିକା

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଜାପାନରେ ଗୋଟିଏ ଗାଁକୁ ଭୂତ ଗାଁ ବୋଲି କୁହାଯାଏ। ସେହି ଗାଁର ନାଁ ହେଉଛି ନଗୋରା। ସେହି ଗାଁରେ ମଣିଷଙ୍କ ଠାରୁ ଅଧିକ କଣ୍ଢେଇ ଦେଖିବାକୁ ମିଳିଥାଏ। 
Bj
ବନ୍ଧୁଗଣ କାରଣ ସେହି ଗାଁରେ ଗତ ୧୮ ବର୍ଷ ହେଲାଣି ଗୋଟିଏ ହେଲେ ଛୁଆ ଜନ୍ମ ହେଇନାହାଁନ୍ତି। ପୃଥିବୀର ଅନ୍ୟତମ ବିକଶିତ ଦେଶ ଭାବେ ଜାପାନର ଲୋକସଂଖ୍ୟା ଦିନକୁଦିନ କମିବାରେ ଲାଗିଛି।
ଏମିତିକି ଲୋକସଂଖ୍ୟା କମୁଥିବାରୁ ଜାପାନର ଏହି ଗାଁକୁ ଭୂତ ଗାଁ ବୋଲି ମଧ୍ୟ କୁହାଯାଏ। ୭ ବର୍ଷ ହେବ ସେହି ଗାଁର କେତେଗୁଡ଼ିଏ ପ୍ରାଇମେରୀ ସ୍କୁଲ୍ ମଧ୍ୟ ବନ୍ଦ ହେଇଯାଇଛି। ପିଲା ମାନଙ୍କର ଅଭାବକୁ ପୂରଣ କରିବା ପାଇଁ ସେଠାକାର ସ୍କୁଲ ଗୁଡ଼ିକରେ ପିଲା ମାନଙ୍କର ପୁତ୍ତଳିକା ସ୍ଥାପନ କରାଯାଇଛି। 
୭୦ ବର୍ଷୀୟ ସୁକୁମି ଆୟୋନ ବନ୍ଦ ହେଇଯାଇଥିବା ସ୍କୁଲ ଗୁଡିକୁ ପୁଣିଥରେ ଚଳଚଞ୍ଚଳ କରିବା ପାଇଁ ସେହି ସ୍କୁଲ ମାନଙ୍କରେ ପୁତ୍ତଳିକା ନିଜ ହାତରେ ପ୍ରସ୍ତୁତି କରି ଲଗାଉଛନ୍ତି ସୁକୁମି।
Hh
ଖାଲି ସେତିକି ନୁହେଁ ଆୟୋନ ୭ ବର୍ଷ ହେବ ବିଭିନ୍ନ ସ୍ଥାନ ମାନଙ୍କରେ କଣ୍ଢେଇ ଫେସଟିଭାଲ ମଧ୍ୟ ଆୟୋଜନ କରି ଆସୁଛନ୍ତି। ଏକ ରିପୋର୍ଟ ଅନୁଯାଇ ଜାପାନ ଯୁବକ ମାନଙ୍କ ସଂଖ୍ୟା ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। ତେଣୁ ଜାପାନରେ ବୟସ୍କ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। 
ଜାପାନରେ ଅନେକ ସ୍ଥାନରେ ଜନ୍ମ ହାର କମି ଯାଉଥିବାରୁ ଦେଶରେ ଏପରି ସ୍ଥିତି ଉପୁଜିଥିବା ଜଣାପଡିଛି। ଜାପାନରେ ପ୍ରାୟ ୪୦% ଲୋକଙ୍କ ବୟସ ୬୫ ବର୍ଷରୁ ଅଧିକା। ଏହାସହିତ ଗାଁ ମାନଙ୍କର ଅଧିକାଂଶ ଲୋକ କାମ କରିବାକୁ ସହରକୁ ମଧ୍ୟ ଯାଉଛନ୍ତି।
ଏହି କାରଣରୁ ଗାଁ ମାନଙ୍କର ଲୋକସଂଖ୍ୟା ମଧ୍ୟ କମିବାରେ ଲାଗିଛି। ନିଜ ସାଙ୍ଗ ମାନଙ୍କ ସହିତ ମିଶି ଆୟୋନା ପ୍ରାୟ ୩୫୦ଟି କଣ୍ଢେଇ ବନେଇ ସାରିଲେଣି ଯାହାକି ଗାଁ'ର ଜନସଂଖ୍ୟା ଠାରୁ ମଧ୍ୟ ବେଶ ଅଧିକା ହେବ।

Advertisement