Jul 5, 2024, 20:07 IST

ଖୁବ୍ ଶୀଘ୍ର ଜେଲ୍ ଯିବେ...ବବି ଙ୍କ ନାମ ରେ ଏତଲା

Hh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ କିଛି ଦିନ ତଳେ ବବି ଦାଶ ଙ୍କ ସରକାରୀ କ୍ୱାଟର କୁ ଭଙ୍ଗାରୁଜା କରାଯାଇଥିବା ଘଟଣା ବିଜୟରେ ଜାଣିଥିବେ।ସରକାରୀ କ୍ୱାଟର ଭିତରେ ବେସରକାରୀ ବଙ୍ଗଳା ତିଆରି କରାଯାଇଥିଲା ବୋଲି ଦେଖିବାକୁ ମିଳିଥିଲା।କୋଟି କୋଟି ଟଙ୍କା ରେ ତିଆରି ହେଉଥିଲା ବବି ଦାସ ଙ୍କ ପାଇଁ ଅଣ୍ଡର ଗ୍ରାଉଣ୍ଡ ଘର।କିନ୍ତୁ ବବି ଦାସ ଙ୍କ ସରକାରୀ କ୍ୱାଟର କୁ ଭଙ୍ଗା ଯାଇଥିଲା।ଯାହା ଚର୍ଚ୍ଚାର ବିଷୟ ପାଲଟିଛି।
Bb
ପୂର୍ବତନ ବିଧାୟକ ତଥା ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ନାମରେ ଭୁବନେଶ୍ୱର ର କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି।ହାଇକୋର୍ଟ ଓକିଲ ସତ୍ୟ ଶିବ ସୁନ୍ଦର ମହାନ୍ତି ଥାନାରେ ଏତଲା ଦେଇଛନ୍ତି।ଯାହାକି ସେ ଗଣମାଧ୍ୟମ ସାମ୍ନାରେ ଏହି ବିଷୟରେ କହିଛନ୍ତି।ବିଧାୟକ ଥିଲା ବେଳେ ବବି ଦାସ ଙ୍କ ସରକାରୀ କ୍ୱାଟର ରେ କଣ ଚାଲିଥିଲା,ବଙ୍ଗଳା କାହିଁକି ତିଆରି କରୁଥିଲେ ଏବଂ କଣ ପାଇଁ ଭଙ୍ଗା ହେଲା ସେନେଇ କ୍ୟାପିଟାଲ ଥାନାରେ ଫେରାଦ ହୋଇଛନ୍ତି ହାଇକୋର୍ଟ ଓକିଲ ସତ୍ୟ ଶିବ ସୁନ୍ଦର ନାହାଁନ୍ତି।ଖୁବ୍ ଶୀଘ୍ର ବବି ଦାସ ଙ୍କ ଉପରେ ତଦନ୍ତ କରାଯିବ ବୋଲି କୁହାଯାଇଛି।
Gh
କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।ହାଇକୋର୍ଟ ଓକିଲ ସତ୍ୟ ଶିବ ସୁନ୍ଦର ମହାନ୍ତି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ଯାଜପୁର ର ପୂର୍ବତନ ବିଧାୟକ ବବି ଦାସ ଯେତେବେଳେ ବିଧାୟକ ଥିଲେ ସରକାରୀ କ୍ୱାଟର ନେଇଥିଲେ ସେଠାରେ ଯେଉଁ ଇଲିଗାଲ୍ କାମ କରୁଥିଲେ ସେହି ବିଷୟରେ ଏତଲା ଦେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ ବବି ଦାସ ଙ୍କ କ୍ୱାଟର ପାଖରେ ଯେଉଁ ଲୋକମାନେ ରହୁଛନ୍ତି ସେମାନେ ଆଲୋଚନା କରୁଛନ୍ତି ଯେ ଏଠାରେ ରଙ୍ଗ ମହଲ ଚାଲିଥିଲା।
ତେଣୁ ସେ ଅନୁରୋଧ କରିଛନ୍ତି ଯେ ଏହି ଘଟଣା ବିଷୟରେ ଅନୁସନ୍ଧାନ କରି ଗୋଟିଏ କାର୍ଯ୍ୟାନୁଷ୍ଠାନ ନେବେ।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement