ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଭାରତରେ ମହାନ ଋଷି ମୁନିଙ୍କ ସହ ପ୍ରାୟ ମହାପୁରୁଷ ମାନେ ୩୧୮ ବହି ଲେଖିଥିଲେ। ସେହି ପୁସ୍ତକ ମଧ୍ୟରୁ ଗୋଟିଏ ଭବିଷ୍ୟ ମାଳିକା ନାମରେ ଜଣାଶୁଣା। ବର୍ତ୍ତମାନ ସମୟରେ ଏହା ଖୁବ୍ ଲୋକପ୍ରିୟ। କାରଣ ଭବିଷ୍ୟ ପୁସ୍ତକ ମାଳିକାରେ ଆଗାମୀ ସମୟରେ ଘଟିବାକୁ ଥିବା ଘଟଣା ବିଷୟରେ ଲେଖା ଯାଇଛି। ଏହି ପୁସ୍ତକରେ ଲେଖାଯାଇଥିବା ଅନେକ ଘଟଣା ଘଟି ଯାଇଛି। ଏବେ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଓଡିଶାର ମାଳିକାର ଚର୍ଚ୍ଚା।
ଓଡିଶାର ପୁରୀ ଜିଲାରେ ରହିଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ଆଜକୁ ପ୍ରାୟ ୫୦୦ ବର୍ଷ ପୂର୍ବେ ମହାନଦୀ ଏବଂ ଚିତ୍ରୋପଳା ମଝିରେ ଥିବା ତିଳକଣା ଗାଁରେ ଗୋପାଳ ପରିବାରରେ ତାଙ୍କର ଜନ୍ମ । ଆଉ କେହି ତାଙ୍କୁ ଦୀନବନ୍ଧୁ ମହାନ୍ତିଙ୍କର ସନ୍ତାନ ବୋଲି କୁହନ୍ତି। ତେବେ ପଞ୍ଚାଶଖା ମାନଙ୍କ ଭିତରେ ଜଣେ ସିଦ୍ଧପୁରୁଷ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ - ତାଙ୍କର ରଚିତ ଅନେକ ଗ୍ରନ୍ଥ ମଧ୍ୟରୁ ଆଗତ ଭବିଷ୍ୟତ ମାଳିକା ସାରା ବିଶ୍ୱରେ ପରିଚିତ।
ଯାହା ଯାହା ମାଳିକାରେ ଲେଖା ହୋଇଛି ବର୍ତ୍ତମାନ ଧୀରେ ଧୀରେ ତାହା ଘଟୁଛି ବା ସତ ହେବାକୁ ଲାଗୁଛି। ମହାପୁରୁଷ ଯେହେତୁ ଦିବ୍ୟ ଜ୍ଞାନୀ ଥିଲେ ଆଉ ମହାପ୍ରଭୁ ଜଗନ୍ନାଥ ଙ୍କ କୃପା ଭିକ୍ଷା ଲାଭ କରିଥିଲେ ସେଥିପାଇଁ ଭବିଷ୍ୟତରେ କଣ ଘଟିବାକୁ ଯାଉଛି ତାହା ସେ ଜାଣିଥିଲେ। ତେବେ ବନ୍ଧୁଗଣ ବର୍ତମାନ ଗଣମାଧ୍ୟମ ଆଗରେ ଦିବାକର ଦାସ କହିଛନ୍ତି, ମାଳିକାରେ ଲେଖା ଅଛି ସମୁଦ୍ରଜଳ ମାଡ଼ି ଆସିବ। ଆଉ ରତ୍ନ ସିଂହାସନରୁ ଜଗନ୍ନାଥ ପଳେଇ ଯିବେ।
ମହାକୈବଲ୍ୟ ହାଟ ବସିବ ଆଉ ଛତିଆ ଶ୍ରୀକ୍ଷେତ୍ର ପାଲଟିଯିବ ମହାପୁରୁଷ ଲେଖିଛନ୍ତି। ଯେତେବେଳେ ମହାବିପତି ଆସିବ ସମୁଦ୍ରର ପାଣି ବାଇଶି ପାହାଚ ଛୁଇଁବ ସେତେବେଳେ ରତ୍ନସିଂହାସନରେ ନଥିବେ ଦାରୁଦେବତା। ଏବଂ ପୁରୀ ସହର ଜଳରେ ବୁଡି ଯିବ ଏହି କଥା ମଧ୍ୟ ମହାପୁରୁଷ ଲେଖିଛନ୍ତି। ଜୀବ ହତ୍ୟା ଆଉ ହିଂସା ଠାରୁ ଦୂରେଇ ରହିଲେ ଭଲଗତି ହେବ ବୋଲି ଦିବାକର ଦାସ କହିଛନ୍ତି।