ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୁଭଦ୍ରା ଯୋଜନାକୁ ନେଇ ଆସିଛି ଏକ ବଡ ଅପଡେଟ। ୨୦୦୦ ମହିଳାଙ୍କ ଫର୍ମ ରିଜେକ୍ଟ ହେଇଯାଇଥିବା ଜଣାପଡିଛି। ତେବେ ୨୦୦୦ ମହିଳାଙ୍କ ଫର୍ମ ରିଜେକ୍ଟ କାହିଁକି ହେଲା। ଆଉ ସେହି ମହିଳାଙ୍କ ମଧ୍ୟରେ କେଉଁ କେଉଁ ମହିଳାଙ୍କ ନାମ ଅଛି ସେଇ ନେଇ ମଧ୍ୟ ଚିନ୍ତାରେ ଅଛନ୍ତି ମହିଳା ମାନେ। କିନ୍ତୁ ଯେଉଁ ମହିଳାଙ୍କୁ ମିଳିଯାଇଛି ଟଙ୍କା ସେମାନେ ଏବେ ବହୁତ୍ ଖୁସି ଅଛନ୍ତି। ସୁଭଦ୍ରା ଟଙ୍କା ଗତକାଲି ଯେଉଁ ମହିଳା ମାନଙ୍କୁ ମିଳିଛି ସେମାନେ ଅତ୍ୟନ୍ତ ଖୁସି ଥିବା ଜଣାପଡିଛି। କିନ୍ତୁ ଯେଉଁ ମହିଳା ମାନଙ୍କୁ ଏବେ ସୁଭଦ୍ରା ଟଙ୍କା ମିଳିବ ନାହିଁ ସେମାନେ ଚିନ୍ତାରେ ପଡି ଯାଇଛନ୍ତି।
ସୁଭଦ୍ରା ଯୋଜନାରେ ଗତକାଲି ଯେମିତି ମୋଦୀ ଭୁବନେଶ୍ୱରରେ ପହଞ୍ଚି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହିତ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଭେଟି ଦେଇଥିଲେ। ସେଥିରେ ଉତ୍ସାହିତ ହେଇଥିଲେ ରାଜ୍ୟର ସବୁ ମହିଳା। ପୁଣି ଯେତେବେଳେ ଦେଖିଥିଲେ ବହୁ ମହିଳାଙ୍କ ଖାତାକୁ ଟଙ୍କା ଆସିନି ସେତେବେଳେ ଅନେକ ମହିଳା ମନଦୁଃଖ କରିବା ସହିତ ଦ୍ଵନ୍ଦରେ ମଧ୍ୟ ପଡ଼ିଯାଇଥିଲେ। ସେପଟେ ଉପମୁଖ୍ୟମନ୍ତ୍ରୀ କହିଥିଲେ ସମସ୍ତଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା। ଏବେ କେବଳ ସୁଭଦ୍ରା ଟଙ୍କା ୨୫ ଲକ୍ଷ ୧୧ ଜଣ ମହିଳାଙ୍କୁ ଦିଆଯାଇଛି।
ତେବେ ୨୦୦୦ ମହିଳାଙ୍କ ଫର୍ମ କୌଣସି ତ୍ରୁଟି ଯୋଗୁଁ ରିଜେକ୍ଟ ହେଇଛି ବୋଲି କୁହାଯାଉଛି। ଭୁଲ ତଥ୍ୟ ବା ପୂରଣ କରିବା ସମୟରେ ଫର୍ମକୁ ସଠିକ୍ ଭାବରେ ଭରିନଥିବା କାରଣରୁ ଫର୍ମଟି ରିଜେକ୍ଟ ହେଇଥିବା ଜଣାପଡିଛି। ତେବେ ଯେଉଁ ମାନେ ଯୋଗ୍ୟ ହିତାଧିକାରୀ ନୁହଁନ୍ତି ବା ଯୋଗ୍ୟ ବୟସ ସୀମା ଭିତରେ ନଥାଇ ଆବେଦନ କରିଥିବେ ସେମାନଙ୍କର ରିଜେକ୍ଟ ହେଇଥିବା ଫର୍ମକୁ ପୁଣିଥରେ ଆବେଦନ କଲେ ମଧ୍ୟ ଟଙ୍କା ଆଉ ମିଳିବ ନାହିଁ ବୋଲି ଜଣାପଡିଛି।
କିନ୍ତୁ ଯେଉଁ ମାନେ ୨୧ ରୁ ୬୦ ବର୍ଷ ବୟସ ଭିତରେ ଥିବେ ସେମାନେ ପୁଣି ଆବେଦନ କରିପାରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଶେଷ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଲା ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ। ସମସ୍ତ ଯୋଗ୍ୟ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ତେଣୁ ଏବେବି ରିଜେକ୍ଟ ହେଇଥିଲେ ଫର୍ମ ଯଦି ଯୋଗ୍ୟ ଥାଆନ୍ତି ତେବେ ପୁଣି ଠିକ୍ କରି ଆବେଦନ କରିପାରିବେ।