Aug 29, 2024, 16:17 IST

ସେମିନାର ହଲରେ ଏହି ୩ ଜଣ କିଏ ଥିଲେ !! ସାମ୍ନାକୁ ଆସିଲା ବଡ଼ ଖବର

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । କୋଲକାତା ସହରର ଆର ଜି କର ମେଡ଼ିକାଲରେ ଘଟିଥିବା ଘଟଣାକୁ ନେଇ ଅନେକ ତଥ୍ୟ ଆସୁଥିବା ବେଳେ ଏହାକୁ ନେଇ ଏବେ ପୁରା ଦେଶରେ ଚର୍ଚ୍ଚା ହେଉଛି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆଉ କିଛି ନୂଆ ତଥ୍ୟ ଆସିଥିବାର ଜାଣିପାରିବେ ।
Gg
କୋଲକାତା ଦୁ-ଷ୍କ-ର୍ମ ମାମଲାରେ ଆସିଛି ନୂଆ ମୋଡ଼ । ଏହି ଘଟଣାରେ ଏବେ ତିନିଜଣ ନୂଆ ଚେହେରା ନଜର ଆସିଛି । ମେଡିକାଲ ସହ କିଛି ବି ସମ୍ପର୍କ ନଥିଲା କିନ୍ତୁ ସେମାନେ ସେମିନାର ହଲ ଭିତରେ କେମିତି ପହଞ୍ଚିଲେ ଏବେ ଏହାକୁ ନେଇ ଆସୁଛି ସନ୍ଦେହ । ଘଟଣା ସ୍ଥଳରେ ଏହି ତିନିଜଣ କଣ କରୁଥିଲେ ବୋଲି ଏବେ ପ୍ରଶ୍ନ ଆସୁଥିବା ବେଳେ ଅନେକ କଥା ସାମ୍ନାକୁ ଆସୁଛି । କୋଲକାତା ସହରର ଆର ଜି କର ମେଡିକାଲ ଆଉ କଲେଜରେ ଘଟିଥିବା ଦୁ-ଷ୍କ-ର୍ମ ଆଉ ହ-ତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆକ୍ରୋଶ ବଢ଼ିବାରେ ଲାଗିଛି ।
Vv
ସିବିଆଇ ପକ୍ଷରୁ ଏହି ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଏହି ଘଟଣାରେ ଅନେକ ଲୋକ ସାମିଲ ଅଛନ୍ତି ବୋଲି ଏବେ ଖବର ଆସୁଛି । ଆର୍ ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣାରେ ଏବେ ଏହି କଲେଜର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କୁ ବାରମ୍ବାର ଜେରା କରୁଛି ସିବିଆଇ । ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏହି ଘଟଣା ପଛରେ ବଡ ଷଡ଼ଯନ୍ତ୍ର ଅଛି ବୋଲି ଏବେ ସନ୍ଦେହ କରାଯାଉଛି । ଏବେ ସିବିଆଇ ଏହାର ମୂଳ ପଛରେ ପହଞ୍ଚିବାକୁ ଚେଷ୍ଟା କରୁଛି ।
ଏବେ ଏହି ତିନିଜଣଙ୍କୁ ନେଇ ଆସୁଛି ଖବର । ଯେତେବେଳେ ଏହି ମହିଳା ଡାକ୍ତରଙ୍କ ମୃ-ତଦେହ ଦେଖିବାକୁ ତାଙ୍କ ବାପା ମାଆଙ୍କୁ ତିନି ଘଣ୍ଟା ସମୟ ଲାଗିଥିଲା ସେତେବେଳେ ଏହି ତିନି ଜଣ ଶବ ପାଖରେ କେମିତି ଥିଲେ ଏହାକୁ ଜରି ଏବେ ଆସୁଛି ପ୍ରଶ୍ନ । ଏହି ଘଟଣା ଘଟିବା ପରେ ପୋଲିସ ସେହି ସ୍ଥାନକୁ ନିଜ ଆୟତ୍ତକୁ ନେଇଥିଲା ଆଉ ବାହାର ଲୋକଙ୍କୁ ଭିତରକୁ ଛାଡ଼ୁ ନଥିଲା । ଏହି ତିନିଜଣଙ୍କ
ଭିତରୁ ପ୍ରଥମ ଜଣକ ହେଉଛନ୍ତି ଦେବାଶିଷ ସୋମ । ସେ ହେଉଛନ୍ତି ଜଣେ ଫରେନ୍ସିକ ଡାକ୍ତର । ଏହି ମେଡିକାଲ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । 
ଆଉ ଦ୍ଵିତୀୟ ଜଣକ ହେଉଛନ୍ତି ଶାନ୍ତନୁ ଦେ । ସେ ପେଶାରେ ଜଣେ ଓକିଲ । ତାଙ୍କର ମଧ୍ୟ ଏହି କଲେଜ ସହିତ କିଛି ସମ୍ପର୍କ ନାହିଁ । ଆଉ ସେ ସନ୍ଦୀପ ଘୋଷଙ୍କ ଘନିଷ୍ଠ ବନ୍ଧୁ ଥିଲେ । ଆଉ ତୃତୀୟ ବ୍ୟକ୍ତି ଜଣକ ହେଉଛନ୍ତି ପ୍ରସୁନ ଟାଟାର୍ଜୀ । ସେ ନ୍ୟାସନାଲ ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର । ତାଙ୍କର ଏହି କଲେଜ ସହ କିଛି ସମ୍ପର୍କ ନାହିଁ । ସେ ମଧ୍ୟ ସନ୍ଦୀପଙ୍କ ଭଲ ବନ୍ଧୁ । ଏବେ ଏହି ତିନିଜଣଙ୍କୁ ନେଇ ଏବେ ସନ୍ଦେହ ବଢିଛି । ପୋଲିସ କିଭଳି ଏମାନଙ୍କୁ ଘଟଣା ସ୍ଥାନକୁ ଛାଡିଥିଲା ଏବେ ଏନେଇ ପ୍ରଶ୍ନ ଆସୁଛି ଆଉ ଏହାର ଯାଞ୍ଚ ହେବା ଦରକାର ।

Advertisement