Jul 3, 2024, 19:20 IST

ପତିତ ପାବନ କିଏ ? କେବେଠାରୁ ଅଛନ୍ତି ପୁରୀରେ ଦେଖନ୍ତୁ ଆଉ ଜାଣନ୍ତୁ ସମ୍ପୂର୍ଣ ସତ

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ଜାଣିନଥିବା ସିଂହଦ୍ଵାରରେ ମହାପ୍ରଭୁ ପତିତପାବନ ରୂପରେ କେବେ ଠାରୁ ପୂଜା ପାଉଛନ୍ତି। ଆସନ୍ତୁ ଆଜି ଜାଣିବା ପତିତପାବନଙ୍କ ବିଷୟରେ। ଯେତେବେଳେ ଶ୍ରୀ ମନ୍ଦିର ଉପରେ ବହୁ ମୋଗଲ ରାଜା ମାନଙ୍କର ନଜର ଥିଲା। ଶ୍ରୀମନ୍ଦିରକୁ ଅକ୍ତିହାର କରିବା ପାଇଁ ସେମାନେ ହିନ୍ଦୁ ଶାସକ ମାନଙ୍କୁ ଆକ୍ରମଣ କରି ଧର୍ମାନ୍ତକରିଣୀ କରୁଥିଲେ। ଓଡ଼ିଶାର ରାଜା ମାନଙ୍କ ଉପରେ ଆ-କ୍ର-ମ-ଣ କରୁଥିଲେ ମୁସଲମାନ ରାଜା ମାନେ। ଯେଉଁ ଆ-କ୍ର-ମ-ଣର ଶିକାର ହେଇଥିଲେ ରାଜା ରାମଚନ୍ଦ୍ର ଦେବ। 
Bb
ତେବେ ରାଜା ରାମଚନ୍ଦ୍ର ଦେବ ସୁବେଦାର ତକ୍ତିଖାନ ଅଧୀନରେ ଖୋର୍ଦ୍ଧା ଅଞ୍ଚଳରେ ଶାସନ କରୁଥିଲେ। ହେଲେ ଧିରେ ଧିରେ ବଢ଼ି ଚାଲିଥିଲା ତକ୍ତିଖାନର ଅ-ତ୍ୟା-ଚା-ର। ହେଲେ ରାଜା ରାମଚନ୍ଦ୍ର ଦୁର୍ଭାଗ୍ୟ ବଶତଃ ଯୁଦ୍ଧରେ ପରାସ୍ତ ହେଇଗଲେ।ତକ୍ତିଖାନର ବିଶାଳ ସେନା ଆଗରେ ହାରି ଯାଏ ବନ୍ଦୀ ହେଇଥିଲେ ରାଜା ରାମଚନ୍ଦ୍ର ଦେବ। ଏହାପରେ ରାଜା ରାମଚନ୍ଦ୍ରଙ୍କୁ ତକ୍ତିଖାନ ପ୍ରସ୍ତାବ ଦେଇଥିଲା କି, ଯଦି ରାଜା ତକ୍ତିଖାନଙ୍କ ଭଉଣୀ ରଜ୍ୟାଙ୍କୁ ବିବାହ କରନ୍ତି ତେବେ ସେ ଶ୍ରୀମନ୍ଦିର ଉପରେ ଆଉ ଆ-କ୍ର-ମ-ଣ କରିବେ ନାହିଁ ଏବଂ ବନ୍ଦୀରୁ ମଧ୍ୟ ରାଜାଙ୍କୁ ମୁକ୍ତି କରିଦେବେ। 
Vv
ଏହାପରେ ରାଜା ରାମଚନ୍ଦ୍ର ଦେବ ବାଧ୍ୟ ହୋଇ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ରଜ୍ୟାଙ୍କୁ ବିବାହ କରିଥିଲେ। ହେଲେ ଏହାପରେ ରାଜା ଅଲଗା ଧର୍ମରେ ବିବାହ କରିଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରଵେଶ କରାଗଲା ନାହିଁ। ଅନେକ କଟୁକଥାର ସାମ୍ନା କରିବାକୁ ପଡ଼ିଥିଲା ରାଜାଙ୍କୁ। ଆଉ ଏଥିରେ ଭାଙ୍ଗି ପଡ଼ିଥିଲେ ରାଜା ରାମଚନ୍ଦ୍ର ଦେବ। ସବୁବେଳେ ଶ୍ରୀମନ୍ଦିର ସାମ୍ନାକୁ ଆସି କାନ୍ଦି କାନ୍ଦି କାଳିଆ ସାଆନ୍ତ ନିଜର ଦୁଃଖ ଜଣାଇଥିଲେ। କାରଣ ରାଜା ବହୁତ୍ ବଡ ଭକ୍ତ ଥିଲେ କାଲିଆ ସାଆନ୍ତଙ୍କର। ଏହାପରେ ମନ୍ଦିର ଭିତରେ ଘଟି ଚାଲୁଥିଲା ଆଶ୍ଚର୍ଯ୍ୟ ଜନକ ଘଟଣା। 
ମନ୍ଦିର ଭିତରେ ସବୁବେଳେ ଅଳଙ୍କାର ଏବଂ ଫୁଲ ଏପଟସେପଟ ହେଇ ପଡ଼ୁଥିବାର ଦେଖିବାକୁ ମିଳୁଥିଲା। ଏହାପରେ ଗୋଟେ ଦିନ ମୁଖ୍ୟ ପୂଜକଙ୍କ ସ୍ବପ୍ନରେ କାଳିଆ ଠାକୁର ଆସି କହିଥିଲେ ଯେ, "ମୁ ସବୁଦିନ ମୋ ଭକ୍ତ ରାମଚନ୍ଦ୍ରଙ୍କୁ ଦେଖିବାକୁ ଯାଉଛି। କାରଣ ରାମଚନ୍ଦ୍ର ମନ୍ଦିରର ସୁରକ୍ଷା ପାଇଁ ଅନ୍ୟ ଧର୍ମରେ ଵିଵାହ କରିଛନ୍ତି। ସେଥିପାଇଁ ସିଂହଦ୍ଵାରରେ ମତେ ପତିତପାବନ ରୂପରେ ସ୍ଥାପନ କର, ଯେମିତି ମୋ ଭକ୍ତ ମତେ ସିଂହଦ୍ଵାର ଠାରୁ ହିଁ ଦେଖିପାରିବ"। ଆଉ ସେହିଦିନ ଠାରୁ ଶ୍ରୀମନ୍ଦିର ଡାହାଣ ପାଖରେ ପ୍ରଭୁ ଜଗନ୍ନାଥଙ୍କୁ ପତିତପାବନ ରୂପରେ ସ୍ଥାପନ କରାଯାଇଥିଲା।

Advertisement