May 19, 2024, 09:38 IST

କେନ୍ଦ୍ରାପଡା ବାସୀ ଙ୍କ ପାଇଁ କାମ କରିଥାନ୍ତି ହେଲେ ବିଜେଡି ୱାଲା ମତେ କରେଇ ଦେଲେନି

Hh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତା ରୁ ନେତା ସାଜିଥିବା ଅନୁଭବ ମହାନ୍ତି ଙ୍କୁ ଭଲ ଭାବେ ଜାଣି ଥିବେ।କେନ୍ଦ୍ରାପଡ଼ା ସାଂସଦ ଭାବରେ ସେ ଅନେକ ବର୍ଷ ବିଜେଡି ଦଳ ରେ ରହିଥିଲେ।
ଏହା ପରେ ୧ ଏପ୍ରିଲ ରେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ଥିଲେ।ତେବେ ଆଜି ସେ ନିଜେ ଗଣ ମାଧ୍ୟମ ଆଗରେ ନିଜର ଏକ ସାକ୍ଷାତକାର ଦେଇ ଥିଲେ।ଯେଉଁଥିରେ ସେ ବିଜୁ ଜନତା ଦଳ କଣ ପାଇଁ ଛାଡିଲେ ସେ ବିଷୟ ରେ ଜଣାଇ ଥିଲେ।
Hh
ସେ କହି ଥିଲେ କି ସେ ଆଜି ମଧ୍ୟ ବିଜୁ ଜନତା ଦଳ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମ୍ମାନ ଜଣାଇ ଥାଆନ୍ତି।ସେ ସବୁବେଳେ ଆମ ସମସ୍ତ ଙ୍କୁ ଠିକ୍ କାମ କରିବା ପାଇଁ ପ୍ରେରଣା ଯୋଗାଇ ଥାଆନ୍ତି।
ହେଲେ ଆଗରୁ ଯେଉଁ ବିଜେଡି ଓ ବର୍ତ୍ତମାନ ର ବିଜେଡି ଦଳ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି।ସେତେବେଳେ ନବୀନ ପଟ୍ଟନାୟକ ଦଳ ର ମୁଖ୍ୟ ଥିଲେ।ଲୋକ ଙ୍କ ଭଲ ମନ୍ଦ ବୁଝୁ ଥିଲେ।ହେଲେ ଆଜି ସେ ଦଳ ର ମୁଖ୍ୟ ଥାଇ ପାରନ୍ତି।
ହେଲେ ତାଙ୍କ ଅନୁସାରେ କୌଣସି କାମ ହେଉ ନାହିଁ।କହିବାକୁ ଗଲେ ବର୍ତ୍ତମାନ ସମୟରେ ୫ ଟି ସଚିବ ଭି କେ ପାଣ୍ଡିଆନ ଦଳ ର ମୁଖ୍ୟ।ସେ ଆହୁରି ମଧ୍ୟ କହିଛନ୍ତି କି ନବୀନ ପଟ୍ଟନାୟକ କୌଣସି ନେତା ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରନ୍ତି ନାହିଁ।
Hj
ଆମେ ଅନେକ ଥର ତାଙ୍କ ପାଖକୁ ଯାଉଛୁ।ହେଲେ ତାଙ୍କ ସହିତ କେବେ ବି ଦେଖା ହୋଇ ନାହିଁ।ଫୋନ୍ ମଧ୍ୟ କଲେ ରିସିଭ କରନ୍ତି ନାହିଁ।ତେବେ ମୁଁ କେନ୍ଦ୍ରାପଡ଼ା ରେ ଜିତିବା ପରେ ମଧ୍ୟ ମୋତେ ସେଠାକୁ ଯିବାକୁ ଦିଆ ଗଲା ନାହିଁ।
ଲୋକ ଙ୍କ ପାଇଁ କାମ କରିବାକୁ ମୁଁ ସବୁବେଳେ ଚେଷ୍ଟା କରି ଥାଏ।ହେଲେ ଅନେକ ଗଣ ମାଧ୍ୟମ ରେ ଚର୍ଚ୍ଚା ହୋଇଚି ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା କୁ କାହିଁକି ଆସୁ ନାହାନ୍ତି।
ତେବେ ବିଜେଡି ଦଳ ମୋତେ କେନ୍ଦ୍ରାପଡ଼ା ଯିବାକୁ ଅଟକାଇଚି ବୋଲି ସେ କହିଛନ୍ତି।ତେବେ ଏହି କାରଣ ପାଇଁ ଅନୁଭବ ମହାନ୍ତି ବିଜୁ ଜନତା ଦଳ କୁ ଛାଡ଼ି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି।

Advertisement