May 20, 2024, 18:47 IST

ପ୍ରଧାନମନ୍ତ୍ରୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେଲେ Vk Pandian ଦେଖନ୍ତୁ କଣ ଦେଲେ ସିଧା ଜବାବ

Vg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାଲେପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିକାଶମୂଳକ କାମର ହିସାବ ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ପାଣ୍ଡିଆନ। ବିରୋଧୀ ବିଜେପିକୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ,
ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କୁ କଷ୍ଟ ହେଉଛି, ଚାଷୀମାନେ ଏମଏସପି ୨୩୦୦ ଟଙ୍କା ପାଉଛନ୍ତି ୩୧୦୦ ଟଙ୍କା ପାଇବା କଥା। ୧୦ ବର୍ଷ ହେଲା ଏ ଟଙ୍କା କେନ୍ଦ୍ର ଦେଉଛି , ଓଡ଼ିଶା ସରକାର ଦେଉନାହାନ୍ତି। ଏମଏସପି କେନ୍ଦ୍ର ସରକାରର କ୍ଷମତା, ରାଜ୍ୟ ସରକାରର ନୁହେଁ। 
Gg
ତେବେ ନିର୍ବାଚନ ବେଳେ ଏବେ ଚାଷୀ ମନେ ପଡ଼ିଗଲା ବୋଲି ଭି.କେ ପାଣ୍ଡିଆନ୍ ପାଣ୍ଡିଆନ କହିଛନ୍ତି। ଏବଂ ସ୍ୱଚ୍ଛତାକୁ ନେଇ ପାଣ୍ଡିଆନ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଭୟ ରାଜ୍ୟସଭା ଓ ଲୋକସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି।
ଯଦି ଜଣେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ସହ କାମ କରନ୍ତି ତେବେ ରାଜ୍ୟ ଉପରକୁ ଯିବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଛନ୍ତି। କିନ୍ତୁ ଏବେ ନିର୍ବାଚନ ଅଛି ବୋଲି ପ୍ରଧାନମନ୍ତ୍ରୀ ଅଲଗା ଭାଷା କହୁଛନ୍ତି। 
ନବୀନ ବାବୁଙ୍କ ସ୍ୱଚ୍ଛତା, ନବୀନଙ୍କ ନିସ୍ୱାର୍ଥପର କାମକୁ ଓଡ଼ିଶାବାସୀ ଜାଣିଛନ୍ତି ତେଣୁ ବାରମ୍ବାର ଆଶୀର୍ବାଦ କରୁଛନ୍ତି। ଆସନ୍ତା ଜୁନ୍ ୯ରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ଗ୍ରହଣ କରିବେ। ସାରା ଓଡ଼ିଶା କହୁଛି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ।
Gh
ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତରେ ମାଗଣା ବିଜୁଳି, ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବିଏସକେୱାଇ ଓ ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ଙ୍କୁ ଭତ୍ତା ପ୍ରଦାନ କରିବାକୁ ମୋହର ମାରିବେ। 
ନବୀନ ସେବା କରିବାକୁ ଆସିଛନ୍ତି କ୍ଷମତା ପାଇଁ ନୁହେଁ। ଯିଏ କ୍ଷମତା ପାଇଁ ରାଜନୀତି କରୁଛନ୍ତି ସେମାନେ ମିଛ କଥା କହିବେ, ଅପପ୍ରଚାର କରିବେ ଏବଂ ନିର୍ବାଚନ ଆଗରୁ କୁମ୍ଭୀର କାନ୍ଦଣା କାନ୍ଦିବେ।
ବିଜେପିର ସାଂସଦ ପ୍ରାର୍ଥୀଙ୍କୁ ନେଇ ପାଣ୍ଡିଆନ କହିଛନ୍ତି, ଯେଉଁ ହାତ ଖାଇବାକୁ ଦେଉଛି ସେହି ହାତକୁ କାମୁଡିଛନ୍ତି। କିଛି ଏଭଳି କହି ବୈଜୟନ୍ତଙ୍କୁ ବାଣ ମାରିଛନ୍ତି ପାଣ୍ଡିଆନ।

Advertisement