ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ। ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ବନ୍ଧୁଗଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳି ମାଡ଼ ହୋଇଛି। ପେନସିଲଭାନିଆ ରେ ଟ୍ରମ୍ପଙ୍କ ରାଲି ସମୟରେ ଗୁଳି ମାଡ଼ ହୋଇଛି। ଟ୍ରମ୍ପଙ୍କ କାନରେ ଗୁଳି ବାଜି ରକ୍ତସ୍ରାବ ହୋଇଥିବା ଭାଇରାଲ ହୋଇଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି।
ଏଥିରେ ରାଲିରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ସହ ଜଣେ ବନ୍ଧୁକଧାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପେନସିଲଭାନିଆର ବଟଲର ଠାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳି ବିନିମୟ ମାମଲାରେ ସିବିଏସ୍ଇ ନ୍ୟୁଜ୍ ରିପୋର୍ଟ କରିଛି ଯେ ଆମେରିକାର ସିକ୍ରେଟ ସର୍ଭିସ୍ ଏଜେଣ୍ଟମାନେ ଗୁଳି ମାଡ଼ ପରେ ତୁରନ୍ତ ମଞ୍ଚରୁ ଟ୍ରମ୍ପଙ୍କୁ ଓହ୍ଲାଇ ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଟ୍ରମ୍ପଙ୍କ କାନରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି।
ତେବେ ଏ ବାବଦରେ କୌଣସି ସରକାରୀ ନିଶ୍ଚିତକରଣ ହୋଇନାହିଁ। ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରକାଶିତ ମନ୍ତବ୍ୟ ଅନୁଯାୟୀ ଟ୍ରମ୍ପ ସୁରକ୍ଷିତ ଅଛନ୍ତି। ଏହି ଘଟଣାକୁ ଚାରିଆଡ଼େ ନିନ୍ଦା କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଖୋଲାଖୋଲି ଭାବେ କହିଛନ୍ତି ଆମେରିକୀୟ ସମାଜରେ ହିଂସାର ସ୍ଥାନ ନାହିଁ। ପେନସିଲଭାନିଆରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ରାଲିରେ ଗୁଳି ମାଡ଼ ପରେ ସୁରକ୍ଷା ବୃଦ୍ଧି କରାଯାଇଛି।
ଚାରିଆଡେ ସମସ୍ତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଗୁପ୍ତ ସେବା ବିଭାଗର ଯୋଗାଯୋଗ ମୁଖ୍ୟ ଆନ୍ଥୋନୀ ଗୁଗଲିମି ଟୁଇଟରରେ ପ୍ରକାଶିତ ମନ୍ତବ୍ୟରେ କହିଛନ୍ତି ଜୁଲାଇ ୧୩ ସନ୍ଧ୍ୟାରେ ପେନସିଲଭାନିଆରେ ଟ୍ରମ୍ପଙ୍କ ରାଲିରେ ଏହି ଘଟଣା ଘଟିଛି। ଆନ୍ଥୋନି ଗୁଗଲିମି କହିଛନ୍ତି ଗୁଳିକାଣ୍ଡ ପରେ ସିକ୍ରେଟ୍ ସର୍ଭିସ ତୁରନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।