Aug 18, 2024, 18:11 IST

ହଠାତ ପହଞ୍ଚିଗଲେ ମନ୍ତ୍ରୀ ଦେଖନ୍ତୁ କଣ ହେଲା ତା ପରେ

Yu

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ଦେଶ ବିଦେଶ ଏବଂ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ରାଜସ୍ବ ମନ୍ତ୍ରୀଙ୍କୁ ନେଇ ଆସିଛି କିଛି ଖବର ।ହଠାତ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ । କାର୍ଯ୍ୟାଳୟରେ ନା ତତହସିଲଦାର ଥିଲେ, ନା ଥିଲେ ଅନ୍ୟ କର୍ମଚାରୀ । ଏପରିକି ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ବନ୍ଦ ପଡିଥିଲା । ମନ୍ତ୍ରୀ ପ୍ରାୟ 15 ମିନିଟ ଧରି ଅପେକ୍ଷା କରିବା ପରରେ ତହସିଲଦାର କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଅନ୍ୟ କର୍ମଚାରୀମାନେ ତରବରିଆ ଭାବେ ଅଭିଯୋଗ ସେଲ ମଧ୍ୟ ଖୋଲିଥିଲେ । 
Hg
ଗତକାଲି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ସମ୍ବଲପୁର ସଦର ସହସିଲଦାର କାର୍ଯ୍ୟାଳୟକୁ ସରପ୍ରାଇଜ ଭିଜିଟ କରିବା ବେଳେ ଏପରି ଦୃଶ୍ୟ ମିଳିଥିଲା । ମନ୍ତ୍ରୀ ପୁଜାରୀ ବିରକ୍ତି ପ୍ରକାଶ କରିବା ସହ କର୍ମଚାରୀଙ୍କୁ ତାଗିଦ କରିଥିଲେ । କୋଲଙ୍କୁ ଉତ୍ତମ ସେବା ଯୋଗାଇବାକୁ ସେ ନିର୍ଦ୍ଦେଶ ମଧ୍ୟ ଦଇଥିଲେ । ସୂଚନା ଅନୁସାରେ, ମନ୍ତ୍ରୀ ପୁଜାରୀଙ୍କ ଗସ୍ତ ସମ୍ପର୍କରେ କୌଣସି ପୂର୍ବ ସୂଚନା ନଥିଲା । ଗତକାଲି ଅପରାହ୍ନ ପ୍ରାୟ 2ଟା ବେଳେ ମନ୍ତ୍ରୀ ପୁଜାରୀ ଅଚାନକ ପହଞ୍ଚିଥିଲେ । 
Hg
କାର୍ଯ୍ୟାଳୟରେ ଅଧିକାରୀ କର୍ମଚାରୀ ନଥିବା ବେଳେ ସେ ଚାମ୍ବରରେ ଅପେକ୍ଷା କରିଥିଲେ । ସେହି ସମୟରେ ଲୋକଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀଙ୍କୁ ପ୍ରାୟ 15 ମିନିଟ ଅପେକ୍ଷା କରିବାକୁ ପଡିଥିଲା । ମନ୍ତ୍ରୀଙ୍କ ସମ୍ମୁଖରେ ଜଣେ ମହିଳା କର୍ମଚାରୀ ଅଭିଯୋଗ ସେଲର ଡୋର ଖୋଲିଥିଲେ । ଗ୍ରୀଭେନ୍ସ ରୁମରେ ଥିବା 2ଟି ଯାକ କାନ୍ଥଘଣ୍ଟା ମଧ୍ୟ ଚାଲୁ ନଥିଲା । 
ଏଭଳି ଅବ୍ୟବସ୍ଥା ନେଇ ମନ୍ତ୍ରୀ ତହସିଲଦାରଙ୍କୁ ତାଗିଦ କରିବା ସହ ଲୋକଙ୍କୁ ଭଲ ସେବା ଯୋଗେଇବାକୁ ପରାମର୍ଶ ଦେଇଥିଲେ । ଏହା ସହ ଏବେ ବୟସ ନୁହେଁ ଏବେ ପ୍ରଦର୍ଶନ ଦେଖି ଅଫିସରଙ୍କୁ ପ୍ରମୋସନ ମିଳିବ ବୋଲି ମଧ୍ୟ ମନ୍ତ୍ରୀ କହିଥିଲେ । ଏନେଇ ମନ୍ତ୍ରୀ କହିଛନ୍ତି," ସମ୍ବଲପୁର ତହସିଲ ବାବଦରେ ଗୁଡାଏ ଅଭିଯୋଗ ହସ୍ତଗତ ହୋଇଥିଲା । ତା’ ଆଗରୁ 2ଥର ତହସିଲଦାରଙ୍କୁ ଡାକି ଏ ବାବଦରେ ମୁଁ ଅବଗତ କରିଥିଲି ଓ ସୁଧାରିବା ପାଇଁ କହିଥିଲି ବୋଲି କହିଛନ୍ତି ମନ୍ତ୍ରୀ।

Advertisement