May 24, 2024, 17:23 IST

ବାହା ହୋଇଥିବା ଝିଅକୁ ଉଠାଇନେଲେ ବାଟରେ ମିଳିଲା ପାଉଁଜି ସମସ୍ତେ ଦେଖି ହୋଇଗଲେ ଆଶ୍ଚର୍ୟ୍ଯ

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଯାହାକି କନ୍ଧମାଳ ଜିଲ୍ଲାରେ l ରାସ୍ତାରେ ପଡ଼ିଛି ଶଙ୍ଖା ଆଉ ପାଉଁଜି । ଏହି ମହିଳା ଜଣଙ୍କୁ ଫିଲ୍ମ୍ ଷ୍ଟାଇଲରେ କରାଯାଇଛି ଅପହରଣ । ଏହି ଦୃଶ୍ୟକୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । 
Vh
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କସିରିପଦର ପଞ୍ଚାୟତ ଅଧିନରେ ଥିବା ସସିପଦର ଗାଁର ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ । ଆଉ ଏନେଇ ଏବେ ଥାନାରେ ଅଭିଯୋଗ କରାଯାଇଛି । ଏହି ଗାଁର ସନ୍ତୋଷ ରଣାଙ୍କ ଝିଅ ମମତା ରଣାଙ୍କୁ ବିବାହ କରାଇ ଦେଇଥିଲେ । ସେ ତାଙ୍କ ଗାଁ ପାଖ ଜଣେ ବ୍ୟକ୍ତି ଯାହାଙ୍କ ନାମ ହେଉଛି ନୀଳକଣ୍ଠ ରଣା ତାଙ୍କୁ ତାଙ୍କ ଝିଅ ସହିତ ବିବାହ କରାଇଥିଲେ । ତାଙ୍କର ପରିବାର ହସଖୁସିରେ ଚାଲିଥିଲା ।
Hh
ତାଙ୍କର ତିନି ବର୍ଷର ଶିଶୁ ପୁତ୍ରଟିଏ ମଧ୍ୟ ରହିଛି ।କୌଣସି କାରଣରୁ ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବାରୁ ମମତା ତାଙ୍କ ବାପଘରକୁ ଚାଲି ଯାଇଥିଲେ । ଆଉ ସେଠାରେ ସେ ରହୁଥିଲେ । ବୁଧବାର ଦିନ ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଆସି ମମତାଙ୍କୁ ଘରୁ ଟେକି ନେଇଥିଲେ । ମମତାଙ୍କ ପାଖରେ ସେହି ସମୟରେ ତାଙ୍କର ତିନି ବର୍ଷର ପୁଅ ଥିଲା ଆଉ ସେ କାନ୍ଦିଥିଲା ସେହି ସମୟରେ ଆଉ କାନ୍ଦିବା ଶୁଣି ଘରଲୋକେ ଉଠି ଯାଇଥିଲେ । ସେତେବେଳେ ସେମାନେ ମମତାଙ୍କୁ ଆଉ ପାଇନଥିଲେ । 
ପରିବାର ଲୋକେ ତାଙ୍କୁ ଖୋଜିବାକୁ ଲାଗିଥିଲେ କିନ୍ତୁ ତାଙ୍କୁ ଅପହରଣ କରି ନେଇ ଯାଇଥିଲେ ବୋଲି ପ୍ରମାଣ ମିଳିଥିଲା । ଏହାପରେ ଏହି ଘଟଣା ଥାନାରେ ପହଞ୍ଚି ଥିଲା । ଆଉ ଥାନାରେ ପହଞ୍ଚିବା ପରେ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ଏହି ଘଟଣା ଏହି ଅଞ୍ଚଳରେ ପ୍ରଥମ ଥର ଘଟିଛି । ଆଉ ଏହି ଘଟଣାକୁ ନେଇ ସମସ୍ତ ଗ୍ରାମବାସୀ ଏବେ ଭୟଭୀତ ହୋଇ ପଡିଛନ୍ତି । ଏବେ ଏହି ଘଟଣାକୁ ନେଇ ତଦନ୍ତ କରାଯାଉଥିବା ବେଳେ ଏନେଇ କିଛି ଘଟଣା ସାମ୍ନାକୁ ଆସି ନାହିଁ ।

Advertisement