ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଅଭିନେତ୍ରୀ ଅନିତା ହାସନନ୍ଦାନି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ଅନେକ ଧାରାବାହିକ ରେ ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିତିଛନ୍ତି।ସେ ବର୍ତ୍ତମାନ ଲୋକପ୍ରିୟ ସୋ ’ସୁମନ୍ ଇନ୍ଦୋରୀ’ରେ ଅଭିନୟ କରୁଛନ୍ତି।ଯେଉଁଥି ରେ ସେ ଭିଲିୟାନ ରୋଲ ରେ ଅଭିନୟ କରୁଛନ୍ତି।
ଦର୍ଶକ ମାନେ ତାଙ୍କର ଅଭିନୟ କୁ ବେଶ ପସନ୍ଦ କରିଛନ୍ତି।ଅଭିନେତ୍ରୀ ଅନିତା ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିଥାନ୍ତି।ବର୍ତ୍ତମାନ କିନ୍ତୁ ସେ ଏକ ସାକ୍ଷାତକାର ରେ ନିଜ ବ୍ୟକ୍ତିଗତ ବିଷୟରେ କହିଛନ୍ତି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଅଭିନେତ୍ରୀ ଅନିତା କହିଛନ୍ତି ଯେ ସେ ଯେତେବେଳେ ସ୍କୁଲ ରେ ପଢୁଥିଲେ।ତାଙ୍କ ମା ରିକ୍ସାରେ ଯିବା ପାଇଁ ୧୦ ଟଙ୍କା ଦେଉଥିଲେ।
ସେହି ଟଙ୍କା ସଞ୍ଚୟ କରିବା ପାଇଁ ଅନିତା ଚାଲି ଚାଲି ଯାଉଥିଲେ।କାରଣ ସେମାନେ କ୍ୟାଣ୍ଟିନରେ ଅନେକ ଜିନିଷ ଖାଇ ପାରିବେ।କିନ୍ତୁ ସେ ଯାଉଥିବା ସମୟରେ ସେ ଏକ ରିକ୍ସା ଚାଳକ ଙ୍କୁ ପ୍ରତିଦିନ ଠିଆ ହୋଇଥିବାର ଦେଖିଥାନ୍ତି।କେବଳ ସେତିକି ନୁହେଁ ସେହି ରିକ୍ସା ଚାଳକ ଜଣଙ୍କ ଯେତେବେଳେ ଅନିତା ଙ୍କୁ ଆସୁଥିବାର ଦେଖିଥାନ୍ତି ସେତେବେଳେ ନିଜ ପ୍ୟାଣ୍ଟ୍ କୁ ଖୋଲି ଦେଇଥାନ୍ତି ଏବଂ ଖରାପ ଜାଗାରେ ଛୁଇଁଥାନ୍ତି।
ଏହି ଘଟଣା ଦେଖିବା ପରେ ଅଭିନେତ୍ରୀ ଅନିତା ବହୁତ ଡରି ଯାଇଥିଲେ।ଅନିତା ଙ୍କୁ ସେତେବେଳେ ମାତ୍ର ୧୦ ବର୍ଷ ହୋଇଥିଲା।ଅଭିନେତ୍ରୀ ଅନିତା ଏହି ଘଟଣା କୁ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି।ଅଭିନେତ୍ରୀ ଅନୀତା ଙ୍କ ପିଲାଦିନର ଏହି ଭୟାନକ କାହାଣୀ ଶୁଣିବା ପରେ ଲୋକମାନେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି।
ଜଣେ ଉପଭୋକ୍ତା ଲେଖିଛନ୍ତି,ଏଭଳି ଘଟଣା ସବୁବେଳେ ମନରେ ରହି ଯାଇଥାଏ। ଅନେକ ଝିଅ ମାନେ କମେଣ୍ଟ ବକ୍ସରେ ମଧ୍ୟ କହିଛନ୍ତି ଯେ ସେମାନେ ମଧ୍ୟ ଏଭଳି ଘଟଣାର ଶିକାର ହୋଇଛନ୍ତି।ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।