May 28, 2024, 19:25 IST

ମୁଁ ବିଧାନସଭା ଗଲେ ୨ଟି ଇତିହାସ ଲେଖା ହବ - ବ୍ୟୋମକେଶ ତ୍ରିପାଠୀ

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ରଜନୀତିକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି । ଆପଣମାନେ ରାଜନୀତି ବିଷୟରେ ଯେଉଁ ସବୁ ଖବର ଆସୁଛି ତାହା ତ ଜାଣିଥିବେ । ଏବେ ଏହି ରାଜନୀତିକୁ ନେଇ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ କିଛି କଥା କହିଛନ୍ତି । ସେ କହିଛନ୍ତି, ରାଜନୀତିରେ କେଉଁ ଦଳକୁ ଭୋଟ ଦିଆଯିବ ତାହା କେହି ଭାବୁ ନାହାଁନ୍ତି ।
Hh
କେବଳ ଲୋକମାନେ କହୁଛନ୍ତି ମାଗଣା କଣ ଅଛି ଦିଅ । ମାଗଣାରେ ଯାହା ମିଳିବ ସେ ନେବେ । ଆଉ ଭୋଟ ବିକ୍ରି କରିବାକୁ ତ ଲୋକମାନେ ଅପେକ୍ଷା କରି ବସିଛନ୍ତି । ଲୋକମାନେ କହୁଛନ୍ତି ଗୋଟିଏ ଭୋଟ ୧୦୦୦ ଟଙ୍କା ଦିଅ । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଭୋଟ ବିକ୍ରି କରିଥାନ୍ତି । ଆଜିକାଲିକା ଭୋଟ ଦେବା ଆଉ ନାଗରିକତା ହୋଇ ରହିନାହିଁ । ଏହା ଏକ ପ୍ରକାରର ଟଙ୍କା ଲେନଦେଣ ହୋଇଗଲାଣି । ବ୍ୟୋମକେଶ ତ୍ରିପାଠୀ ଯଦି ବିଧାନସଭାରେ ପଶିଯାଏ ଏହା ଭାରତ ଭିତରେ ଏକ ଇତିହାସ ସୃଷ୍ଟି ହୋଇଯିବ । 
Gh
ସେ ପୁରୁଷ କମିଶନ କରିବେ । ଯଦି ଭଗବାନ ଚାହିଁବେ ତାହେଲେ ସେ ଜିତିପାରିବେ । ଏଠାରେ ସମସ୍ତେ ଜାଣିଛନ୍ତି ସେମାନେ ଜିତିବେ । କିନ୍ତୁ ୪ ତାରିଖ ଦିନ ରେଜଲ୍ଟ ବାହାରିବ । ସେ ଆଶାବାଦୀ ଅଛନ୍ତି କି ତାଙ୍କୁ ଭୋଟ ମିଳିବ । ସେ ରାତିଦିନ ଏକାଠି କରି ପରିଶ୍ରମ କରିଛନ୍ତି । ସେ ଲୋକମାନଙ୍କ ପାଇଁ ଅନେକ କିଛି କାମ କରିଛନ୍ତି । ଏଥର ସେ ନ ଜିତିଲେ ଆଉ ଥରେ ଚେଷ୍ଟା କରିବେ । ଏଇଟା ହେଉଛି ଅଭ୍ୟାସ । ଅଭ୍ୟାସ କରିଲେ ସବୁ ପ୍ରକାରର କାମ ହୋଇଯିବ ବୋଲି ସେ କହିଛନ୍ତି । 
ପୁରୁଷ କମିଶନ ପ୍ରଥମେ ସେ କରିବେ ବୋଲି କହିଛନ୍ତି । ପୁରୁଷ ନାରୀ ବିନା ରହିପାରିବ ନାହିଁ । ଯେତେଦିନ ପର୍ଯ୍ୟନ୍ତ ମାଗଣା ସ୍କିମ୍ ସବୁ ଚାଲିଥିବ ସେତେଦିନ ପର୍ଯ୍ୟନ୍ତ କିଛି ହେବ ନାହିଁ । ମାଗଣାରେ ଲୋକମାନେ ଖାଇବା ପାଇଁ ସବୁବେଳେ ଅପେକ୍ଷା କରି ରହିଥାନ୍ତି । ଏହା ଯେତେଦିନ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ ସେତେଦିନ ଯାଏଁ ଏହି ଦେଶ ଉନ୍ନତି କରିବ ନାହିଁ ।
ନିର୍ବାଚନ ସମୟରେ କିଛି ଘଣ୍ଟା ବା କିଛିଦିନ ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ କରାଯାଉଛି । କେଉଁଠି ନା କେଉଁଠି ନିର୍ବାଚନ ଆଉ ସ୍ଵଚ୍ଛତାର ସହ ହେଉ ନାହିଁ । ଆଉ ଭୋଟ ମାନେ ଟଙ୍କା ଦିଅ ଏହା ଆଜିକାଲି ନିର୍ବାଚନର ଢାଞ୍ଚା । ଏଭଳି ଅନେକ କଥା ଏହି ଆଇନଜୀବୀ କହିଛନ୍ତି ।

Advertisement