ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଜଣେ ସରକାରୀ ଯନ୍ତ୍ରୀ ସରକାରୀ ଘରେ ରୋଗରେ ପଡି ପଡି ଆଖି ବୁଜି ଦେଇଥିଲେ। ସରକାରୀ ଯନ୍ତ୍ରୀଙ୍କର ଥିଲା ୩ଟି ସ୍ତ୍ରୀ। ବିଧବା ହେଲେ ୩ ସ୍ତ୍ରୀ ଓ ଅନାଥ ହେଇଗଲେ ପିଲା ମାନେ। ସୂଚନା ଅନୁସାରେ କୋଟଗଡ ବ୍ଲକ ଅନ୍ତର୍ଗତ ପକାରି ଗ୍ରାମ ପଞ୍ଚାୟତର। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ୍ ପ୍ରଧାନଙ୍କ ନିଜ ସରକାରୀ କ୍ୱାଟରେ ହଠାତ ଚାଲି ଯାଇଥିଲା ଜୀବନ ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ।
ବ୍ଲକ କଲନିର ରହୁଥିବା ପଡୋଶୀ ବ୍ଲକ କର୍ମଚାରୀ ଓ ବିଡ଼ିଓ ଶୁଭକାନ୍ତ ନାୟକ ମୃ-ତ୍ୟୁ ଖବର ପାଇ ପହଞ୍ଚିଲେ। ପ୍ରଥମ ଓ ଦ୍ବିତୀୟ ସ୍ତ୍ରୀ ସମ୍ପର୍କୀୟ ମାନେ ଆଉ ତାଙ୍କ ସାନ ସ୍ତ୍ରୀଙ୍କ କହିବା ଅନୁସାରେ ସାତମାସ ପୂର୍ବରୁ ଗ୍ୟାସ ଜିନିତ ରୋଗରେ ପୀଡିତ ହେଇ ଅପରେସନ ହେଇଥିଲା ମୃ-ତ ସୁଜିତ୍ ପ୍ରଧାନଙ୍କର। ହେଲେ ସରକାରୀ ଚାକିରୀରେ ବିଭିନ୍ନ ବ୍ଲକ ସହ କୋଟଗଡ ବ୍ଲକ ପକାରିରେ କାର୍ଯ୍ୟରତ ଥାଇ ମଧ୍ୟ ସେ ପାଉନଥିଲେ ଦରମା। ଫଳରେ ସଠିକ୍ ଚିକିତ୍ସା କରି ପାରିନଥିଲେ ପରିବାର ଲୋକେ।
ଶେଷରେ ଦୁଇଦିନ ହେବ ଖାଦ୍ୟପେୟ ଛାଡ଼ି ଦୟନୀୟ ଅବସ୍ଥାରେ ପ୍ରାଣ ହାରିଥିଲେ ପିଓ ସୁଜିତ୍ ପ୍ରଧାନ। ଖବର ପାଇଁ ସ୍ଥାନୀୟ ବିଡ଼ିଓ ଆମ୍ବୁଲାନ୍ସ ଯୋଗେ ମୃ-ତ ସୁଜିତଙ୍କ ପୈତୃକ ଗୃହକୁ ଶବ ପଠାଇବା ସହିତ ଖର୍ଚ୍ଚ ବାବଦକୁ ୧୧,୦୦୦ ଟଙ୍କା ଦେଇଥିବା ଜଣାପଡିଛି। ଅନ୍ୟପଟେ ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ସରକାରୀ ସାହାର୍ଯ୍ୟ ସହଯୋଗ ସରକାରୀ ନିୟମ ଅନୁସାରେ ଯୋଗାଇ ଦିଆଯିବ ବୋଲି କହିଛନ୍ତି ବିଡ଼ିଓ ଶୁଭ୍ରକାନ୍ତ ନାୟକ।