Sep 16, 2024, 16:19 IST

ଯାହା ଆକାଉଣ୍ଟକୁ ଆସିନାହିଁ ୧ ଟଙ୍କା ସେମାନଙ୍କ ସହ କଣ ହେବ !! ଜାଣନ୍ତୁ

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାରେ ରାଜ୍ୟର ଯୋଗ୍ୟ ମହିଳାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ଟଙ୍କା ପଠାଇବେ ସରକାର। ଏହି ଟଙ୍କା ପଠାଇବା ପୂର୍ବରୁ ସରକାର ଏକ ଟ୍ରାଏଲ ରନ୍ ମଧ୍ୟ କରିଛନ୍ତି। କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଟ୍ରାଏଲ ଆଧାରରେ ପଠାଯାଇଛି। କିନ୍ତୁ ଅନେକ ହିତାଧିକାରୀଙ୍କ ଆକାଉଣ୍ଟରେ ଏହି ୧ ଟଙ୍କା ପହଞ୍ଚି ପାରିନାହିଁ। ତେବେ ଏହି ହିତାଧିକାରୀ ବର୍ତ୍ତମାନ ସୁଭଦ୍ରା ଏବଂ ଯୋଜନାରେ ସେମାନଙ୍କର ପ୍ରାପ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛି। 
Tt
ବନ୍ଧୁଗଣ ସମସ୍ତଙ୍କ ମନରେ ପ୍ରଶ୍ନ ଯେ," ୧ ଟଙ୍କା ପାଇନଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ସମସ୍ତ ଟଙ୍କା ଆସିବ କି ନାହିଁ"। ଅନେକ ହିତାଧିକାରୀଙ୍କ ଏହି ପ୍ରଶ୍ନରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, "୧ ଟଙ୍କା ଖାତାକୁ ଆସି ନଥିଲେ ମଧ୍ୟ ସୁଭଦ୍ରା ଯୋଜନାର ସମସ୍ତ ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ ମାନେ"। ସେପ୍ଟେମ୍ବର ୧୫ ତାରିଖ ଭିତରେ ପଞ୍ଜୀକରଣ କରିଥିବା ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବ ବୋଲି ସରକାର ସୂଚନା ଦେଇଛନ୍ତି। 
Gg
ସୁଭଦ୍ରା ଯୋଜନାରେ ନିଜ ନାମ ପଞ୍ଜୀକରଣ କରିଥିବା ମହିଳାଙ୍କ ଆକାଉଣ୍ଟକୁ ସଠିକ ଭାବରେ ଟ୍ରାଞ୍ଜାକ୍ସନ ହେଉଛି କି ନାହିଁ, ତାହା ଜାଣିବାକୁ ଚାହୁଁଥିଲେ ସରକାର। ତେଣୁ ସମସ୍ତଙ୍କ ଆକାଉଣ୍ଟକୁ ସରକାର ପରିକ୍ଷା ମୁଳକ ଭାବେ ୧ ଟଙ୍କା ଲେଖାଏଁ ପଠାଇଛନ୍ତି। ଯେଉଁଥିରେ ଏହା ମଧ୍ୟ ନିଶ୍ଚିତ ହୋଇଯାଉଛି ଯେ ସେହି ଖାତା ଚାଲୁଅଛି। ତେଣୁ ସୁଭଦ୍ରା ଯୋଜନାରେ ସାମିଲ ଥିବା ସମସ୍ତ ମହିଳାଙ୍କ ଖାତାକୁ ଆଗକୁ ସବୁ ଥରର ସୁଭଦ୍ରା ଟଙ୍କା ଆସିପାରିବ। 
ସୂଚନା ମୁତାବିକ, ୧୭ ତାରିଖରେ ସୁଭଦ୍ରା ଟଙ୍କା ଆସିବ। ହେଲେ ଏହା ପୂର୍ବରୁ ପରୀକ୍ଷା କରାଯାଇଛି ଯେ ସିଷ୍ଟମ ଠିକ ଭାବରେ କାମ କରୁଛି କି ନାହିଁ। ପରୀକ୍ଷାମୂଳକ ଭାବେ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ପଠାଯାଇଛି ୧ ଟଙ୍କା। ଯେଉଁ ମାନେ ଯୋଗ୍ୟ, ସେହି ମାନଙ୍କ ଖାତାକୁ ୧ ଟଙ୍କା ଲେଖାଏଁ ପହଞ୍ଚିଛି। ଏହା ପରେ ୧୭ ତାରିଖରେ ସମ୍ପୂର୍ଣ୍ଣ ଟଙ୍କା ଖାତାକୁ ଯିବ। ଶେଷ ହିତାଧିକାରୀଙ୍କ ପାଖରେ ନ ପହଞ୍ଚିବା ଯାଏଁ ଏହି ଯୋଜନା ଚାଲୁ ରହିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହାସହିତ ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ଭୟଭୀତ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Advertisement