ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମଣିଷ ତାର ଇଚ୍ଛା ଶକ୍ତି ଆଉ ବୁଦ୍ଧି ବଳରେ ସବୁକିଛି କାମ କରିପାରିବ । ସେ ଟାଙ୍ଗରା ଭୁଇଁକୁ ଜଙ୍ଗଲ ମୟ କରିପାରିବ ।
ଏବେ ଏଭଳି କିଛି ଖବର ଆପଣମାନେ ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ଦମ୍ପତି ଯେଉଁମାନେ ଏଭଳି କାମ କରିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି । ଏବେ ଖବର ଆସିଛି କି ଲଣ୍ଡା ପାହାଡକୁ ଜଙ୍ଗଲରେ ପରିଣତ କରିଦେଲେ ସ୍ବାମୀ ଆଉ ସ୍ତ୍ରୀ । ଯେଉଁ ଲଣ୍ଡା ପାହାଡ଼ରେ ଦିନେ ଦୁବ କଅଁଳୁ ନଥିଲା ସେଠାରେ ଏବେ ବିଶାଳ ଗଛ ଦେଖିବାକୁ ମିଳିଛି । ଏହି ସ୍ବାମୀ ଆଉ ସ୍ତ୍ରୀଙ୍କ ଭଲପାଇବା ପାହାଡ଼ର ରଙ୍ଗ ବଦଳାଇ ଦେଲା । ଏବେ ଏହାକୁ ଦେଖି କାନ୍ଦି ପକାଇଛନ୍ତି ଦମ୍ପତ୍ତି ।
ଆପଣମାନେ ଏହି ପାହାଡ ଯେତେବେଳେ ଏହା ଲଣ୍ଡା ଥିଲା ଆଉ ମାତ୍ର ୧୦ କି ୧୫ଟି ଗଛ ଥିଲା ସେତେବେଳର ଫଟୋ ଦେଖିଥିବେ । ଆଉ ଏବେ ଏହା ଏକ ସୁନ୍ଦର ଜଙ୍ଗଲରେ ପରିଣତ ହୋଇଛି । ଦୀର୍ଘ ୨୩ ବର୍ଷ ପରେ ଲଣ୍ଡା ହୋଇ ପଡିଥିବା ପାହାଡ ସୁନ୍ଦର ଆଉ ଗଛ ଥିବା ପାହାଡ଼ରେ ପରିଣତ ହୋଇଛି । ଏହି ଘଟଣା ହେଉଛି ବ୍ରଜିଲର । ବ୍ରଜିଲର ସେବାଷ୍ଟିଓ ସାଲଗାଡୁ ଏବଂ ତାଙ୍କ ସ୍ତ୍ରୀ ଲେଲା ଏହି ଲଣ୍ଡା ପାହାଡ଼ରେ ଗଛ ଲଗାଇ ଲଗାଇ ଏହାକୁ ଜଙ୍ଗଲ କରି ଦେଇଛନ୍ତି । ଏହି ଦମ୍ପତ୍ତି ଅନେକ ଗଛ ଲଗାଇଛନ୍ତି ।
ଏହି ଦମ୍ପତ୍ତି ୨୩ ବର୍ଷରେ ୨୦ ଲକ୍ଷରୁ ଅଧିକ ଗଛ ଲଗାଇ ଲଣ୍ଡା ପାହାଡ଼କୁ ସବୁଜ ଆଉ ଗଛମୟ ପାହାଡ କରିଛନ୍ତି । ସେମାନେ ଏତେ ଗଛ ଲଗାଇ ଜଙ୍ଗଲ କରି ଦେଇଛନ୍ତି । ଆଜିକାଲି ଦୁନିଆରେ ଲୋକମାନେ ଗଛ କାଟିବାରେ ଲାଗିଥିବା ବେଳେ ଏହି ଦମ୍ପତି ଏକ ମହାନ୍ କାମ କରିଛନ୍ତି । ଏବେ ଏହି ଜଙ୍ଗଲକୁ ଅନେକ ପ୍ରାଣୀ ଆସୁଛନ୍ତି । ୨୯୩ ପ୍ରଜାତିର ଗଛ ନୂଆ ଜୀବନ ପାଇଛନ୍ତି । ଏବେ ଏହି ଲଣ୍ଡା ପାହାଡ ଥିବା ପାହାଡ଼ରେ ପକ୍ଷୀ ମାନଙ୍କର ରାବ ସୁଭୁଛି । ଏବେ ଏହି ସ୍ଵାମୀ ଆଉ ସ୍ତ୍ରୀଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି ।