Jul 6, 2024, 16:46 IST

ସତର୍କ କରାଇଲା ପାଣିପାଗ ବିଭାଗ ଦେଖନ୍ତୁ ଏହିସବୁ ଜିଲ୍ଲାରେ ରଥଯାତ୍ରାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ।ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ଏଥର ପ୍ରବଳ ବର୍ଷାରେ ଭିଜିବ ମହାପ୍ରଭୁଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଯାହାକୁ ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ କିଛିଦିନ ଧରି ଜାରି ରହିଛି ମୌସୁମୀ ଜନିତ ବର୍ଷା। ପାଣିପାଗକୁ ନେଇ ଆସିଛି ବଡ ଖବର। ଆସନ୍ତା ୭ ତାରିଖରେ ପୁରୀରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। 
Hh
୭ ତାରିଖରେ ପୁରୀ ଜିଲ୍ଲା ସମେତ ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ଆଜି ବିଶେଷ ବର୍ଷା ନାହିଁ। ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ଆସନ୍ତା ୭ ତାରିଖରେ ପୁରୀ ସମେତ କଟକ, ଖୋର୍ଦ୍ଧା, ଯାଜପୁର, କନ୍ଧମାଳ, ଗଞ୍ଜାମ , ଗଜପତି, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 
Hh
ତେବେ ଏଥର ରଥଯାତ୍ରାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଥିବା ବେଳେ ପ୍ରବଳ ବର୍ଷାରେ ଭିଜିଭିଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ ମାନେ। ସେହିପରି ୧୧ ରୁ ୧୮ ଉପକୂଳ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏବେ ରାଜ୍ୟରେ ସାଧାରଣତଃ ପାଗ ମେଘୁଆ ରହିବା ସହିତ ଆସନ୍ତା ୭ ତାରିଖ ଅପରାହ୍ନ ବେଳକୁ ବଦଳିବ ପାଗ। ଆଉ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା। 
ଆଉ ରଥଟଣା ବେଳେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି। ଏଥିସହିତ ଖୋର୍ଦ୍ଧା ନୟାଗଡ଼ ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ହେଇପାରେ। ଉତ୍ତର ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ବର୍ଷା କୃଷି କାର୍ଯ୍ୟ ପାଇଁ ଅନୁକୂଳ ପାଗ ସୃଷ୍ଟି କରିଛି। ତେବେ ୧୨ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନଥିଲେ ମଧ୍ୟ ମଧ୍ୟମଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି।

Advertisement