May 11, 2024, 16:27 IST

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ସାବଧାନ ରୁହ ଏହିସବୁ ଜିଲ୍ଲା ଛେଚିବ ପ୍ରବଳ ବର୍ଷା

Vh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ ଜାରି କଲା ନୂଆ ରିପୋର୍ଟ ଆସନ୍ତା ୫ ଦିନ ଯାଏ ଜାରି ରହିବ ପ୍ରବଳ ବର୍ଷା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା। ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ସମାନ୍ୟ ଆଶ୍ୱସ୍ତି ପାଇଛନ୍ତି ସାଧାରଣ ଲୋକେ।
ତେବେ ଆହୁରି ୪ରୁ ୫ ଦିନ ପାଇଁ କେତେକ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣି ପାଗ ବିଭାଗ। ବଦଳିଛି ପାଗର ମିଜାଜ୍। କମିଛି ଦିନର ତାପମାତ୍ରା। ତୁହାକୁ ତୁହା ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି। 
Vg
ଆହୁରି ୪ ଦିନ ଯାଏଁ କାଳବୈଶାଖୀ ବର୍ଷା ସାରା ରାଜ୍ୟରେ ଦେଖିବାକୁ ମିଳିବ। ରାଜ୍ୟରେ ୩ ଦିନରୁ କାଳବୈଶାଖୀର ପ୍ରଭାବ ଅନୁଭୂତ ହେଉଛି। ଯାହାଫଳରେ ଅସହ୍ୟ ତାତିରୁ ମୁକ୍ତି ପାଇଛନ୍ତି ଓଡ଼ିଶାବାସୀ। ତେବେ ପାଣିପାଗ ସୂଚନା ଅନୁସାରେ, ଆଗକୁ ଆହୁରି ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ।
୫ ଦିନ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି। ତେବେ ବନ୍ଧୁଗଣ ଆସନ୍ତା ୫ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ସୁଚନା ଦେଇଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦେଶକ। 
ଖାସ କରି ଉପକୂଳ ଆଭ୍ୟନ୍ତରୀଣ ଓଡିଶାରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି।
Vh
ଏହାକୁ ନଜର ରେ ରଖି ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣିଂ ଜାରି କରିଛି ପାଣି ପାଗ ବିଭାଗ। ତେବେ ଏହି ସବୁ ଜିଲ୍ଲା ଭିତରେ ରହିଛି ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 
ତେବେ ବିଶେଷ କରି ଉତ୍ତର-ଦକ୍ଷିଣ ଉପକୂଳ ଅଞ୍ଚଳରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଟୁଇଁନ ସିଟିରେ ୪ ଡିଗ୍ରୀ ତଳକୁ ରହିଛି ପାରଦ। ଅପରାହ୍ନରେ ଘଡ଼ଘଡ଼ି ବର୍ଷା ହେବା ସାଙ୍ଗକୁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ଟ୍ୱିନ ସିଟିରେ ଆଜି ରାତିରେ ବର୍ଷା ହୋଇପାରେ ବୋଲି ଆଲର୍ଟ କରି ପାଣିପାଗ ବିଭାଗ। ତେବେ ସମୁଦ୍ରରୁ ଜଳୀୟ ବାଷ୍ପ ସମୁଦ୍ରରୁ ଆସୁଥିବା ଯୋଗୁଁ ବର୍ଷା ହେଉଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Advertisement