Jul 25, 2024, 17:30 IST

ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା ଦେଖନ୍ତୁ ଏହି ସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା ସହ ପବନ

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆସନ୍ତା ୨୬ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ୨୭ରେ ଏହା ଲଘୁଚାପ ରୂପ ନେବ। ୨୮ରେ ଓଡ଼ିଶା ଓ ଛତିଶଗଡ଼ ଉପରେ ରହିବ। ଲଘୁଚାପ ପ୍ରଭାବରେ ୨୭ରୁ ୨୯ ଯାଏ ଅଧିକ ବର୍ଷା ହେବ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ଶ୍ରୀ ପଶୁପାଳକ କହିଛନ୍ତି ଯେ, ୨୭ ତାରିଖରେ କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବ। ୨୮ ତାରିଖରେ ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଓ ୨୯ରେ ବହୁ ସ୍ଥାନରେ ମଧ୍ୟମ ପରିମାଣର ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବହୁତ୍ ବର୍ଷା ହେବାର ସମ୍ଭାବନା ଅଛି। 
Gv
ଜିଏଫଏସ୍ ମଡେଲ ଅନୁସାରେ, ଅଗଷ୍ଟରେ ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଜୁନ୍ ୧ରୁ ଜୁଲାଇ ୨୪ ସୁଦ୍ଧା ୯ଟି ଜିଲ୍ଲାରେ ମୋଟ ବର୍ଷା ପରିମାଣ ୩୦୦ମିମିରୁ କମ୍ ରହିଛି। ନିଅଣ୍ଟିଆ ବର୍ଷା ଯୋଗୁ ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଧାନ ରୁଆ କରିବାରେ ସମସ୍ୟା ହେଉଛି। ଆସନ୍ତା ୧୦ଦିନରେ ବର୍ଷା ବଢ଼ିବା ଯୋଗୁ ରୁଆ ଆଗେଇବ ବୋଲି ସେ କହିଛନ୍ତି। 
Vv
ସେପଟେ ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଭିନ୍ନ ଆକଳନ କରି କହିଛନ୍ତି, ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ଅଧିକ ବର୍ଷା ହେବ। ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସୀମା ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିବ। ୩୦ ଓ ୩୧ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଉତ୍ତର ଓ ମଧ୍ୟ ଓଡ଼ିଶା ସମେତ ଅନେକ ସ୍ଥାନରେ ଭଲ ବର୍ଷା ହେବ। ୨୫ରୁ ୨୭ ତାରିଖ ଯାଏ ବର୍ଷା ଲାଗି ରହିବ। ୨୮ରୁ ୩୦ ତାରିଖ ଯାଏ ବର୍ଷାର ପରିମାଣ ସାମାନ୍ୟ କମିବ। ୩୧ରୁ ପୁଣି ବର୍ଷା ବଢ଼ିବ। 
ପାଣିପାଗ ବିଭାଗର ପୂର୍ବାନୁମାନ କରି କହିଛନ୍ତି, ୨୫ ତାରିଖରେ କଟକ, ଜଗତସିଂହପୂର୍ ଓ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏ ସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୦ରୁ ୨୦୦ ମିମି ବର୍ଷା ସମ୍ଭାବନା ଅଛି। ଅନୁଗୁଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ୨୬ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

Advertisement