May 30, 2024, 17:53 IST

ସାମ୍ନାକୁ ଆସିଲା ପ୍ରକୃତ ଭିଡିଓ ଦେଖନ୍ତୁ ଜାଣି ଶୁଣି ବିରୋଧୀଦଳ କରୁଛନ୍ତି Vk Pandian ଙ୍କୁ ବଦନାମ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ଜାଣିବା ସହିତ ଅନେକ କିଛି ଘଟଣା ବିଷୟରେ ଜାଣି ପାରୁଛନ୍ତି । ଆପଣମାନେ ଏବେ ରାଜନୀତିକୁ ନେଇ ଆସୁଥିବା ସବୁ ଖବର ସହିତ ଦଳ ଦଳ ମଧ୍ୟରେ ଘଟୁଥିବା ଘଟଣା ସବୁ ଜାଣି ପାରୁଛନ୍ତି । ବିଜେଡି ଦଳର କିଛି ଭିଡିଓ ଭାଇରାଲ ହେବା କଥା ଆପଣମାନେ ଶୁଣିଥିବେ ବା ଦେଖିଥିବେ । 
  Gh
କେନ୍ଦ୍ରାପଡ଼ା ଜିଲ୍ଲାର ଏକ ରାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ତାଙ୍କ ସହିତ ସେଠାକୁ ଭି କେ ପାଣ୍ଡିଆନ ମଧ୍ୟ ଆସିଥିଲେ । ସେଠାରେ କିଛି ଏଭଳି ଘଟଣା ଘଟିଥିଲା ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଭାଇରାଲ ଭିଡିଓକୁ ଦେଖି ବିରୋଧୀ ଦଳ ଅନେକ କଥା କହିଛି ।
ବିରୋଧୀ ଦଳ ମତ ଦେଇଛି କି ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କୁ ଗୋଇଠା ମାରୁଛନ୍ତି ଯାହା ଏହି ଭିଡିଓ ଦେଖାଉଛି । ଏବେ ଏହି ଭାଇରାଲ ଭିଡିଓରେ ପ୍ରକୃତ ସତ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡେଇ ନାହାଁନ୍ତି ପାଣ୍ଡିଆନ । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଅପ ପ୍ରଚାର ହେଉଛି ବୋଲି ସୂଚନା ମିଳିଛି । 
Bh
ନବୀନଙ୍କୁ ପାଣ୍ଡିଆନ ଗୋଡ଼ ମାରିଥିବା ନେଇ ଚାଲିଛି ଗୁଜବ । ପାଣ୍ଡିଆନ ପ୍ରକୃତରେ କଣ କରୁଥିଲେ ତାହାର ସତ୍ୟ ଜଣାପଡ଼ିଲା । ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସମୟରେ ପ୍ରଚାର ପ୍ରସାର ଜୋରସୋରରେ ଚାଲିଛି । ଆଉ ଏହି ସମୟରେ ଦଳ ଗୁଡ଼ିକ ବିରୋଧୀ ଦଳକୁ ନେଇ ଅନେକ କଥା କହୁଛନ୍ତି । କେହି କାହା ଠାରୁ ପଛରେ ନାହାଁନ୍ତି । ଆଉ ଛୋଟ କଥାକୁ ମଧ୍ୟ ବଡ କରି ଦେଉଛନ୍ତି ।
କିଛି ଗୁଜବକାରୀ ପାଣ୍ଡିଆନଙ୍କୁ ଏହି ଭିଡିଓ ମାଧ୍ୟମରେ ଟାର୍ଗେଟ କରୁଛନ୍ତି । ଆଉ ଏହି ଭିଡିଓରେ ଦେଖିବାକୁ ମିଳୁଛି ଏହା ଏକ ନିର୍ବାଚନୀ ସଭା । 
ଏହି ସଭାରେ ଯେତେବେଳେ କେନ୍ଦ୍ରାପଡ଼ା ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତରୀୟ ପିନ୍ଧିଇବାକୁ ଆସୁଛନ୍ତି ସେତେବେଳେ ପାଣ୍ଡିଆନ ନବୀନ ପଟ୍ଟନାୟକଙ୍କ ପଛ ଚେୟାରରେ ବସିଥିଲେ ଆଉ ସେ ତାଙ୍କ ଗୋଡ଼ ନବୀନ ପଟ୍ଟନାୟକଙ୍କ ଗୋଡ଼ ପାଖକୁ ନେବା ଭଳି ଦିଶୁଛି ।
ଏହି ଦୃଶ୍ୟ ଦେଖି ଅନେକ ଲୋକ ଅନେକ କଥା କହୁଛନ୍ତି । କିନ୍ତୁ ସତ୍ୟ ହେଉଛି କି ପାଣ୍ଡିଆନ ନିଜ ଚପଲ ନବୀନ ପଟ୍ଟନାୟକଙ୍କ ଚେୟାର ପଛରେ ଅର୍ଥାତ୍ ତାଙ୍କ ପାଖରେ ରଖୁଥିଲେ । ଏହି ଭିଡିଓକୁ ଜୁମ୍ କରି ଆପଣମାନେ ଏହି ଦୃଶ୍ୟ ଦେଖିପାରିବେ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement