Aug 9, 2024, 18:30 IST

ସାବଧାନ ଆସୁଛି ଭୟଙ୍କର ବାତ୍ୟା ଦେଖନ୍ତୁ ଆସିଲା ବଡ଼ ଖବର

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଲଗାତାର ଲଘୁଚାପ ଲଗ କ୍ଷେତ୍ର ସୃଷ୍ଟି ହେବା ଫଳରେ ଏବେ ଭୟ ଦେଖାଇଲାଣି ସାମ୍ଭାବ୍ୟ ବାତ୍ୟା। ବାତ୍ୟା ପ୍ରଭାବରେ ପ୍ରାୟ ୪୦ କିମି ବେଗରେ ବହିବ ପବନ। ବଡ଼ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗର କହିବା ହିସାବରେ ରାଜ୍ୟର ଆହୁରି ଦୁଇଦିନ ଧରି ବର୍ଷା ସମ୍ଭାବନା ରହିଛି। ଯେଉଁ କାରଣ ପାଇଁ ବିଭିନ୍ନ ଜିଲ୍ଲାକୁ ଜାରି ହେଇଛି ୟେଲୋ ୱାରିଂ। ଦିଲ୍ଲୀ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଆଉ ଉତ୍ତରପ୍ରଦେଶ ଅନେକ ସ୍ଥାନରେ ପ୍ରବଳ ମାତ୍ରାରେ ବର୍ଷା ହେଇଥିଲା। ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଦୁଇଦିନ ଧରି ବର୍ଷା ହେଉଛି। 
Gf
ରାଜ୍ୟରେ ଅତିକମରେ ୨୫ଟି ଜାଗାରେ ୧୦୦ କିଲୋମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଯଦି ପଶ୍ଚିମବଙ୍ଗ କଥା କହିବା ତେବେ ସେଠାରେ ଗାଙ୍ଗେୟ କ୍ଷେତ୍ର ଓ ତାସହିତ ସଂଲଗ୍ନ ବାଂଲାଦେଶ ଉପରେ ଏକ ସାଇକ୍ଲୋନ ଷ୍ଟୋର ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ସମ୍ଭାବନା ରହିଛି। ଯାହାର ପ୍ରଭାବ ଆନ୍ଧ୍ରପ୍ରଦେଶର ସୀମା ଏବଂ ୟୋନମରେ ଦେଖାଗଲାଣି। 
Bb
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଘଡଘଡି ବର୍ଷା ସହିତ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ବୁଧବାର ଆଏଏମଡି କହିଛି ଯେ, ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଝାଡ଼ଖଣ୍ଡ ଆଉ ଉତ୍ତର ଓଡ଼ିଶାର ଆଖପାଖ ଅଞ୍ଚଳରେ ଏହି ସାମ୍ଭାବ୍ୟ ଘୂର୍ଣିଝଡ ସମୁଦ୍ର ପତନରୁ ୫.୮ କିଲୋମିଟର ଉପର ଯାଏଁ ପରିବ୍ୟାପ୍ତ ହୋଇ ରହିଛି। ଆଉ ଉପର ଦିଗରୁ ଏହା ଦକ୍ଷିଣ ପଶ୍ଚିମ ଦିଗ ଆଡ଼କୁ ରହୁଥିବା ଜଣାପଡିଛି। 
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେଇପାରେ। ଅନ୍ୟ ପଟେ ଅଗଷ୍ଟ ୯ ତାରିଖରେ ଓଡ଼ିଶାର ୯ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ହେଇଛି ଅନୁମାନ। ଅଗଷ୍ଟ ୧୦ ତାରିଖରେ ୫ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେଇପାରେ। ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ନେଇ ପୂର୍ବାନୁମାନ ହେଇଛି। ଅଗଷ୍ଟ ୧୪ ତାରିଖରେ ୩ଟି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି।

Advertisement