Jun 30, 2024, 19:42 IST

ଆସିଲା ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଦେଖନ୍ତୁ ଆଉ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା ଖବର ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିବା ସହ ଅନେକ କିଛି ଖବର ପାଇପାରିବେ । ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି ।
Hh
ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇଛି ବୋଲି ସୂଚନା ମିଳିଛି । ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୧୩ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ୧ ତାରିଖ ସକାଳ ସୁଦ୍ଧା ବର୍ଷା ହେବ ବୋଲି ଜଣାପଡିଛି । ୧ ତାରିଖ ଯାଏଁ ବର୍ଷା ହେବ ବୋଲି ସୂଚନା ମିଳିଥିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି ।
Bb
ଆସନ୍ତାକାଲି ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ଏବେ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କିଛି ଜିଲ୍ଲା ଗୁଡ଼ିକୁ ଯଥା ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର , ବରଗଡ଼ ଏବଂ ଅନୁଗୁଳ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଏହାସହ ଆଉ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନା ମଧ୍ୟ ରହିଛି । ଏବେ ଏହି ସବୁ ସୂଚନା ପାଣିପାଗ ବିଭାଗ ଦେଇଛି ।
ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଏବଂ ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହିତ ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ସତର୍କ କରାଯାଇଛି । ଏବେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଆଉ ଏହି ଲଘୁଚାପ ଯୋଗୁଁ ବର୍ଷା ହେବ ବୋଲି ଜଣାପଡିଛି । ଏବେ ଏହି ଖବର ସାମ୍ନାକୁ ଆସିଛି l

Advertisement