ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ପାଣିପାଗ ବିଷୟରେ ମଧ୍ୟ ଲୋକମାନେ ସୂଚନା ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଆଗକୁ ବର୍ଷା କିଭଳି ହେବ ଆଉ ଏହା କେତେ ପରିମାଣରେ ହେବ ଆଉ ଏହାସହ କେଉଁ କେଉଁ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏଭଳି ଅନେକ ବିଷୟରେ ଜାଣିପାରିବେ ।
ପୁଣି ବର୍ଷା ହେବା ନେଇ ବଢିଲା ସମ୍ଭାବନା । ଏତିକି ବେଳକୁ ବର୍ଷା କାଚିବ । ଅନେକ ସ୍ଥାନରେ ଘଡଘଡି ସହ ବର୍ଷା ସହ ଘଡଘଡି ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଆସୁଛି ଅନେକ ଲଘୁଚାପ ବୋଲି ଏବେ ଖବର ଆସିଛି । ଦକ୍ଷିଣ ବଙ୍ଗଳାଦେଶ ଏବଂ ସଂଲଗ୍ନ ବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ସମୁଦ୍ର ମଧ୍ୟ ଭାଗରୁ ସାଢେ଼ ୪ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି ।
ଏହି ଖବର ଅନୁସାରେ ଆସନ୍ତା ୨୪ ଘଣ୍ଟା ଭିତରେ ଗାଂଗୀୟ ପଶ୍ଚିମବଙ୍ଗ ଉପରେ ଲଘୁଚାପ ସୃଷ୍ଟି ହୋଇପାରେ । ଆଉ ଏହି ଲଘୁଚାପର ପ୍ରଭାବ ମଧ୍ୟ ଓଡ଼ିଶା ଉପରେ ଦେଖିବାକୁ ମିଳିପାରେ ବୋଲି ସୂଚନା ମିଳୁଛି । ଏବେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆଉ ରାଜ୍ୟରେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ସୂଚନା ମିଳିଛି । ଆଉ ମଧ୍ୟ କେଉଁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
ଆଜି ପାଇଁ ୬ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଏବଂ ଝାରସୁଗୁଡାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୬ ତାରିଖ ପାଇଁ ୫ ଜିଲ୍ଲା ଏବଂ ୧୭ ତାରିଖ ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେଇପାରେ । ଏହା ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ୭ ରୁ ୧୧ ସେମି ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।