Updated: Jun 16, 2024, 19:13 IST

ଆସିଲା ପ୍ରବଳ ବର୍ଷା ଦେଖନ୍ତୁ ସାବଧାନ ରୁହନ୍ତୁ ଏହିସବୁ ଜିଲ୍ଲା ପାଣିପାଗ ବିଭାଗ ତରଫରୁ ଆସିଲା ସତର୍କ ସୂଚନା

Bb

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷାରେ ଭିଯିବ ଓଡ଼ିଶା। ଅନେକ ସ୍ଥାନରେ ଆରମ୍ଭ ହେଇଗଲାଣି ପ୍ରବଳ ବର୍ଷା। ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ଘଡଘଡି ସହିତ ବିଜୁଳି ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଦଳି ଯିବ ପାଣିପାଗ। ଆଉ ଆରମ୍ଭ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା। ସ୍ଥିର ହେଇପାରୁନାହିଁ ପାଣିପାଗର ସ୍ଥିତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅସହ୍ୟ ଗୁଳୁଗୁଳି ଏବଂ ତାତିରୁ ମିଳିବ ମୁକ୍ତି। ବର୍ତ୍ତମାନ ସୁଧା ୧୭ଟି ସହରରେ ତାପମାତ୍ର ୪୦° ଉପରେ ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ଅଧିକାଂଶ ସ୍ଥାନରେ ତାତି ଅଧିକ ରହିଛି। 
 B
ଆଜି ମଧ୍ୟ ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରଭାଵ ଦେଖିବାକୁ ମିଳିବ। ଆସନ୍ତା କାଲିଠାରୁ ପାଗରେ ପରିବର୍ତ୍ତନ ଦେଖାଯିବ। ୧୭ ତାରିଖରୁ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ତାତିରୁ ଆଶ୍ୱସ୍ତି ମିଳିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାଇ ୧୬ରେ ଅନୁଗୁଳ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ବଲାଙ୍ଗୀର, ସ୍ଵର୍ଣ୍ଣପୂର୍, ବୌଦ୍ଧ ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାଭ ଜାରି ରହିବ। 
Bb
ବନ୍ଧୁଗଣ ଅନ୍ୟପଟେ ବରଗଡ଼, ବାରିପଦା, ନୂଆପଡା, ବୌଦ୍ଧ ସମ୍ବଲପୁର, ସୁନ୍ଦରଗଡ଼ ଓ ରାଉରକେଲାରେ ତାତି ୪୦° ପାଖାପାଖି ରହିବ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗୁଳୁଗୁଳି ଅନୁଭୁତ ହେବ। ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଅନୁଭୁତ ହେବ। ତେବେ ୧୭ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି। 
ବନ୍ଧୁଗଣ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୮ରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବହୁତ ଜୋରରେ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶେଷରେ ରାଜ୍ୟରେ ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ରହିଛି। ମୌସୁମୀ ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisement