ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ନଦୀ ବଢ଼ି ଆଉ ଲୋକମାନଙ୍କ ଅବସ୍ଥା ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ସବୁବେଳେ ବର୍ଷା ହେଉଛି । ଆଉ ବର୍ଷା ହେବାର ଆପଣମାନେ ଦେଖୁଥିବେ । ଲଗାଣ ବର୍ଷା ଯୋଗୁଁ ଏବେ ଲୋକମାନେ ଅନେକ ଅସୁବିଧା ଭୋଗ କରୁଛନ୍ତି ।
ଲଗାଣ ବର୍ଷା ଯୋଗୁଁ ଏବେ ଫୁଲିବାକୁ ଲାଗିଲାଣି ନଦୀ । ବିଭିନ୍ନ ନଦୀ ଏବେ ଫୁଲିବାକୁ ଲାଗିଲାଣି । ବର୍ଷା ହେବା ପରେ ଏବେ ଓଡ଼ିଶାକୁ ବନ୍ୟା ବିପଦ ରହିଛି । ଓଡ଼ିଶାରେ ବଡ ବନ୍ୟା ସ୍ଥିତି ଆସିବ ବୋଲି ଏବେ ଆସିଛି ଖବର । ଜୀବନ ରକ୍ଷା କରିବା ପାଇଁ ଲୋକମାନେ ତ୍ରାହି ତ୍ରାହି ଡାକିବେ । ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷା ହେଉଥିଲା । ଏବେ ବର୍ଷାରେ ସ୍ଥିତି ବେହାଲ ହୋଇ ପଡିଥିବା ବେଳେ ଏବେ ବନ୍ୟା ଜଳର ଚିନ୍ତା ଘାରିଲାଣି ଓଡ଼ିଶାକୁ । ଏବେ ଛତିଶଗଡ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।
ମହାନଦୀ ଉପର ମୁଣ୍ଡରେ ତୁହା କୁ ତୁହା ବର୍ଷା ହେଉଛି । ଆଉ ଏବେ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ମହାନଦୀ ଫୁଲିବାକୁ ଲାଗିଲାଣି । ମହାନଦୀର ଶାଖା ନଦୀ ଦୟା ଆଉ ଭାର୍ଗବୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାକୁ ଲାଗିଲାଣି । ଏବେ ଜିଲ୍ଲା ପ୍ରଶାସନକୁ ଏହି ବନ୍ୟା ପାଇଁ ସତର୍କ କରାଯାଇଛି । ଏବେ ଲଗାଣ ବର୍ଷା ପରେ ନଦୀର ଜଳସ୍ତର ବୃଦ୍ଧି ପାଉଛି । ଆଉ ଏହାସହ ଦୟା ଆଉ ଭାର୍ଗବୀ ନଦୀର ପାଣି ଚିନ୍ତା ବଢ଼ାଇଛି ।
ଏବେ ପୁରୀ ଆଉ ଖୋର୍ଦ୍ଧା ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଛତିଶଗଡ଼ରେ ବର୍ଷା ହେଉଥିବା ଯୋଗୁଁ ମହାନଦୀ ଜଳସ୍ତର ବୃଦ୍ଧି ପାଉଛି । କାଲି ସକାଳ ସୁଦ୍ଧା ମୁଣ୍ଡଳୀରେ ୬ ଲକ୍ଷ କ୍ଵିସେଟ ଜଳ ପହଞ୍ଚିବ । ଆଉ ଏଥିପାଇଁ ସତର୍କ ରହିବାକୁ କୁହାଯାଇଛି । ଏମିତି ବର୍ଷା ହେଲେ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲିବ ବୋଲି ଜଣାପଡିଛି । ଏବେ ଏହାକୁ ନେଇ ଆସିଛି ଖବର । ଆଗକୁ ଆହୁରି ନଦୀରେ ପାଣି ଆସିବା ସହ ଜଳସ୍ତର ବୃଦ୍ଧି ହୋଇ ବନ୍ୟା ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି ।