Jun 10, 2024, 17:14 IST

କାଲି ରାଜନୀତିରୁ ସନ୍ନ୍ୟାସ ନେଇଥିଲେ Vk Pandian ଦେଖନ୍ତୁ ଆଜି ଭିଡିଓ କରି ଓଡିଶାବାସୀଙ୍କୁ ନମ୍ରତାସହ କହିଲେ ଏମିତି

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ରାଜନୀତିକୁ ନେଇ ଆସୁଥିବା ଖବର ଗୁଡ଼ିକ ସବୁ ଜାଣି ପାରୁଛନ୍ତି । ଆପଣମାନେ ଓଡ଼ିଶାରେ ବିଜେପି ଦଳ ଶାସନ କରିବ ବୋଲି ଆସିଥିବା ଖବର ଜାଣିଥିବେ । ଓଡ଼ିଶାରେ ବିଜେଡି ଦଳର ପରାଜୟ ହୋଇଯାଇଛି । ଆଉ ଏବେ ବିଜେପି ଦଳ ବିଜୟ ଲାଭ କରିଛି । 
Hh
ବିଜେଡି ଦଳ ହାରିବା ପାଇଁ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଅନେକ ଲୋକ ଦୋଷ ଦେଉଛନ୍ତି । ଏବେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭିଡିଓ କରି ସବୁ କଥା କହିଛନ୍ତି । ସେ କହିଛନ୍ତି, ସେ ଏକ ସାଧାରଣ ପରିବାରରୁ ଆସିଛନ୍ତି । ସେ ଛୋଟ ବେଳୁ ଆଇଏଏସ ହେବେ ବୋଲି ସ୍ବପ୍ନ ଦେଖିଥିଲେ । ଆଉ ସେ ଏହା ମଧ୍ୟ ହୋଇଥିଲେ । କେନ୍ଦ୍ରାପଡାରେ ତାଙ୍କର ପରିବାର ରହୁଛନ୍ତି । ଆଉ ସେ ଯେଉଁ ଜିଲ୍ଲାକୁ ଯାଇଛନ୍ତି ଏହି ଜିଲ୍ଲାର ଉନ୍ନତି କରିବାକୁ ସବୁବେଳେ ଚେଷ୍ଟା କରିଛନ୍ତି । ସେ ୧୨ ବର୍ଷ ତଳେ ବିଜେଡି ଦଳରେ ଯୋଗ ଦେଲେ । 
Bb
ନବୀନ ବାବୁଙ୍କ ସହିତ କାମ କରିବା ତାଙ୍କ ଜୀବନର ଏକ ସୌଭାଗ୍ୟ ବୋଲି ସେ କହିଛନ୍ତି । ସେ ତାଙ୍କ ଠାରୁ ବହୁତ କିଛି ଶିକ୍ଷା କରିଛନ୍ତି । ସ୍ଵଚ୍ଛତା, ବିନମ୍ରତା, ସେବା ଆଦି ଅନେକ ଜିନିଷ ଶିଖିଲେ । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଅନେକ କିଛି ଶିକ୍ଷା କରିଛନ୍ତି । ସେ ସ୍କୁଲ କଲେଜ ପିଲାଙ୍କ ପାଇଁ କାମ କରିବାକୁ ବହୁତ ପସନ୍ଦ କରନ୍ତି । ସେ ପିଲାଦିନେ ସରକାରୀ ସ୍କୁଲରେ ପାଠ ପଢୁଥିଲେ । ସାରା ଓଡ଼ିଶା ନବୀନ ବାବୁଙ୍କ କାମରୁ ପ୍ରେରଣା ପାଇଥାନ୍ତି । ତାଙ୍କର ଗୋଟିଏ ଲକ୍ଷ୍ୟ ଥିଲା ସେ ଓଡ଼ିଶାବାସୀଙ୍କ ପାଇଁ କାମ କରିବା ।
ସେଥିପାଇଁ ସେ ଆଇଏଏସ ଛାଡ଼ି ଦେଇଥିଲେ । ସେ ଠିକ୍ ସମୟରେ କିଛି ରାଜନୀତି ଅପପ୍ରଚାର ଏବଂ ପ୍ରଭାବଶାଳୀକୁ ରୋକିବା ପାଇଁ ସକ୍ଷମ ହୋଇପାରିଲେ ନାହିଁ । ନିର୍ବାଚନରେ କଠିନ ପରିଶ୍ରମ କରିବାକୁ ହୋଇଥାଏ ଆଉ ସେ ନବୀନ ବାବୁଙ୍କୁ ସାହାଯ୍ୟ କରିବା ପାଇଁ ବିଜେଡ଼ି ଦଳରେ ଯୋଗ ଦେଇଥିଲେ । ସେ ଏହି ଦଳରେ ମିଶିବା ପୂର୍ବରୁ ତାଙ୍କର ସମ୍ପତ୍ତି ସେତିକି ଯେତିକି ଆଗରୁ ଥିଲା । ଓଡ଼ିଶାବାସୀଙ୍କ ଭଲପାଇବା ଆଉ ନବୀନ ବାବୁଙ୍କ ଭଲପାଇବା ତାଙ୍କର ସମ୍ପତ୍ତି । ସେ କେବଳ ନବୀନ ବାବୁଙ୍କ ସହଯୋଗ କରିବା ପାଇଁ ରାଜନୀତିରେ ଯୋଗ ଦେଇଥିଲେ । ଆଉ ସେ ଏବେ ରାଜନୀତିରୁ ସନ୍ନ୍ୟାସୀ ନେବେ ବୋଲି କହିଛନ୍ତି । ବିଜୁ ଜନତା ଦଳର କ୍ଷତି ପାଇଁ ସେ କ୍ଷମା ମାଗିଛନ୍ତି । ଏଭଳି ଅନେକ କଥା 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ କହିଛନ୍ତି ।

Advertisement