ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଏବେ ପୋଲିସ ମ୍ୟାଡମ ଙ୍କ ଘଟଣା ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପୋଲିସ ମ୍ୟାଡମ ଜଣକ ଆ-ତ୍ମ-ହ-ତ୍ୟା ଉଦ୍ୟମ ପରେ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ।
ମାତ୍ର ସେ ପରେ ଏହି ମେଡିକାଲ ରୁ କେଉଁ ଆଡେ଼ ଗାଏବ ହୋଇ ଯାଇଥିଲେ ଏକଥା କାହାକୁ ହେଲେ ମଧ୍ୟ ଜଣା ନଥିଲା। ତାଙ୍କର ଅଧିକ ଚିକିତ୍ସା ପାଇଁ ବଲାଙ୍ଗୀର ଡାକ୍ତରଖାନା କୁ ପଠା ଯାଉଛି ବୋଲି ରିପୋର୍ଟ ରେ ଲେଖା ଥିଲା।
ବଲାଙ୍ଗୀର ଭିମ ଭୋଇ ମେଡିକାଲ କଲେଜ୍ ରେ ସ୍ପଷ୍ଟ ଭାବରେ ଲେଖା ଯାଇଛି କି ସେ ମେଡିକାଲ ରେ ରାତି ଦୁଇଟା ସମୟରେ ଭର୍ତି ହୋଇଥିଲେ।
ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା ମାତ୍ର ସକାଳୁ ଏହି ପୋଲିସ ମ୍ୟାଡମ ଙ୍କ ଆ-ତ୍ମ-ହ-ତ୍ୟା କଥା ପ୍ରଘଟ ହୋଇଥିଲା। ଆଉ ହସ୍ପିଟାଲ ରେ ଯେତେବେଳେ ସେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଦେଖିଥିଲେ ସେତେବେଳେ ହସ୍ପିଟାଲ ରୁ ଫେରାର ମାରିଥିଲେ ଏହି ପୁଲିସ ମ୍ୟାଡମ।
ବଲାଙ୍ଗୀର ଟାଉନ ଥାନାର ଜଣେ ଯୁବ ସବ ଇନ୍ସପେକ୍ଟର ତାଙ୍କୁ ଫେରାର ମାରିବାରେ ମଧ୍ୟ ସାହଯ୍ୟ କରିଥିଲେ। ଏବେ ସେ ମଧ୍ଯ ଗାଏବ ହୋଇ ଯାଇଛନ୍ତି।
ଏହି ସମ୍ପର୍କରେ କହିବାକୁ ଯାଇ ତାଙ୍କର ପଡୋଶୀ କହିଛନ୍ତି କି ରାତିରେ କିଭଳି ଭାବରେ ଏହି ପୋଲିସ ମ୍ୟାଡମ ଙ୍କୁ ଉଦ୍ଧାର କରାଯାଇ ଥିଲା। ସେ ତାଙ୍କ ରୁମ ଭିତରେ ବିଷ ପିଇ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିଥିଲେ ଏହି ମହିଳା ଯୁବ ସବ ଇନ୍ସପେକ୍ଟର। ତାଙ୍କର ଏଭଳି କରିବା ପଛରେ ମୁଖ୍ୟ ଦାୟୀ କିଏ ଥିଲେ ଜଣା ପଡ଼ି ନାହିଁ।
ତେବେ ଏହି ଘଟଣା ସମ୍ପର୍କରେ ଶୁଣିବା ପରେ ଏହି ଘଟଣାର ଏବେ କଡାକଡି ତଦନ୍ତ ଚାଲିଛି। ଆଉ ଏହି ଯୁବ ଇନ୍ସପେକ୍ଟର ଜଣକ ବାସ୍ତବରେ ମେଡିକାଲ ରୁ ଫେରାର ହୋଇ କେଉଁ ଆଡେ଼ ଯାଇଛନ୍ତି ଏନେଇ ତଦନ୍ତ ମଧ୍ୟ ଚାଲିଛି।
ଆଉ ତଦନ୍ତ ପରେ ହିଁ ଏହି ଘଟଣା ପଛରେ ଥିବା ପ୍ରକୃତ ସତ୍ୟାସତ୍ୟ ଜଣା ପଡ଼ିବ। ତେବେ ଏହି ଘଟଣା ସଂପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।