Mar 21, 2024, 10:36 IST

ସୁନ୍ଦରୀ ଷଷ୍ଠ ଶ୍ରେଣୀ ଛାତ୍ରୀ କୁ ମା-ରି-ଦେଲା କିଏ??ନ୍ୟାୟ ଦାବି ରେ ପରିବାର ଲୋକେ ଦେଲେ ଧାରଣା ..

Bb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ହ-ତ୍ୟା ନା ଆ-ତ୍ମ-ହ-ତ୍ୟା ସନ୍ଦେହ ଘେରରେ ରହିଛି ଘଟଣା।ମାଲକାନଗିରି ଜିଲ୍ଲା ରେ ଅନେକ ଘରୋଇ ହଷ୍ଟେଲ ରହିଛି।ଏହା ମଧ୍ୟରେ ପାଖାପାଖି ୭ ରୁ ୮ ପ୍ରାଇଭେଟ୍ ହଷ୍ଟେଲ ରହିଛି।
ଜଗନ୍ନାଥ ପଲ୍ଲୀ ଗ୍ରାମରେ ଭଲ ପାଠ ପଢିବା,ଭଲ ଶିକ୍ଷା ପ୍ରାପ୍ତ କରିବା,ଭଲ ଖାଇବା,ଭଲ ସଂସ୍କାର ପାଇବା ପାଇଁ ଲୋକମାନେ ନିଜ ନିଜ ପିଲା ଓ ଝିଅ ମାନଙ୍କୁ ଆଜିକାଲି କୌଣସି ତଦନ୍ତ ନ କରି ପ୍ରାଇଭେଟ୍ ହଷ୍ଟେଲ ରେ ପାଠ ପଢିବା ପାଇଁ ଦାଖଲ କରନ୍ତି।
Gg
୩୫ ରୁ ୪୦ ହଜାର ଟଙ୍କା ବର୍ଷ କୁ ଖର୍ଚ୍ଚ କରିଥାଆନ୍ତି।କିନ୍ତୁ ପିଲାମାନେ ଓ ଝିଅ ମାନେ ଜିଲ୍ଲାର ଅଲଗା ଅଲଗା ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଭର୍ତ୍ତି ହୋଇଥାନ୍ତି।ବିଦ୍ୟାଳୟ କୁ ଦିନେ ହେଲେ ଯାଇ ନଥାନ୍ତି ଖାଲି ପରୀକ୍ଷା ଦେବା ଛଡା ଆଉ କେବେ ହେଲେ ଯାଇ ନଥାନ୍ତି।
ପାଠ ପଢି ଭଲ ମଣିଷ ହେବ ବୋଲି ପ୍ରାଇଭେଟ୍ ହଷ୍ଟେଲ ରେ ଭର୍ତ୍ତି କରିଥାନ୍ତି ବାପା ମା।ଏହି ଘଟଣା ଟି ମାଲକାନଗିରି ଜିଲ୍ଲା ର ତାମସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥ ପଲ୍ଲୀ ଗ୍ରାମ ରେ ଦେଖିବାକୁ ମିଳିଛି।
Th
ଏହି ଗ୍ରାମ ରେ ପ୍ରାଇଭେଟ ହଷ୍ଟେଲ ରେ କମଳା ମଣ୍ତଲ ନାମକ ଜଣେ ଝିଅ ପଢୁଥିଲେ।ବୟସ ମାତ୍ର ୧୧ ବର୍ଷ।ବାପା ଙ୍କ ନାମ ହେଉଛି କଲ୍ୟାଣ ମଣ୍ଡଲ।କମଳା ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ।ରବିବାର ଦିନ ପାଖାପାଖି ୧୨:୪୫ ମିନିଟ ରେ ଝିଅ କମଳା ଙ୍କ ମୃ-ତ-ଦେ-ହ ବାଥ୍ ରୁମ୍ ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। 
କିନ୍ତୁ ପୋଲିସ ଙ୍କୁ କୌଣସି ଖବର ନ କରି ଶ-ବ କୁ କିଏ ତଳକୁ ଓହ୍ଲାଇଛି,ମରିଯିବା ପରେ କାହିଁକି ପୋଲିସ ଙ୍କୁ ଖବର ନ କରି ସ-ବ କୁ ନେଇ ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଛନ୍ତି।
ଏଭଳି ଅନେକ ପ୍ରକାରର ପ୍ରଶ୍ନ କୁ ନେଇ ସନ୍ଦେହ ଘେରରେ ରହିଛି ପ୍ରାଇଭେଟ୍ ହଷ୍ଟେଲ କତୃପକ୍ଷ।ନାବାଳିକା ଜଣଙ୍କ ଆ-ତ୍ମ-ହ-ତ୍ୟା କରିଛନ୍ତି ନା ତାଙ୍କୁ କିଏ ହ-ତ୍ୟା କରିଛନ୍ତି ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏବଂ ପରିବାର ଲୋକମାନେ ନ୍ୟାୟ ମାଗିଛନ୍ତି।

Advertisement