Mar 17, 2024, 10:11 IST

ଦେଢ଼ ବର୍ଷ ଧରି ଚାଟିଂ କରୁଥିଲା.. ପ୍ରକୃତ ରେ ଦେଖିଲା ରୁ ୬୦ ବର୍ଷ ର ବୁଢ଼ୀ ..

Bh

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ସୋସିଆଲ ମିଡ଼ିଆ ପ୍ରେମ ପୁରା ଭୟଙ୍କର। ଚାଟିଂ ରୁ ସେଟିଂ ଏବଂ ପ୍ରେମ ରୁ ବିବାହ ମଣ୍ଡପ।
ଚାଟିଂ କରୁଥିବା ବେଳେ ପ୍ରେମିକା ର ବୟସ ଜାଣି ନଥିଲେ ପ୍ରେମିକ।ଯେତେବେଳେ ଭିଡିଓ କଲ କରୁଥିଲେ ସେତେବେଳେ ମୁହଁ ଲୁଚାଇ ଦେଉଥିଲେ ପ୍ରେମିକା କିନ୍ତୁ ଚାଟିଂ ରେ ପ୍ରେମିକ ଙ୍କ ର ମନ କିଣି ନେଉଥିଲେ। 
Hh
ଚିହ୍ନା ନାହିଁ କି ପରିଚୟ ନାହିଁ।ସୋସିଆଲ ମିଡ଼ିଆ ରେ ଆରମ୍ଭ ହୋଇଥିଲା ପ୍ରେମ।ପ୍ରେମିକ ଜାଣି ନଥିଲେ ଯେ ସେ ଯାହାଙ୍କ ସହିତ ଚାଟିଂ କରୁଛନ୍ତି ସେ ୧୬ ବୟଶି ନୁହେଁ ବରଂ ୬୦ ବର୍ଷୀୟ ଜଣେ ମହିଳା।
ଦେଢ଼ ବର୍ଷ ସମ୍ପର୍କ ଭିତରେ ଯେତେବେଳେ ଯାହା ପ୍ରେମିକା ଜିଦ୍ କରୁଥିଲେ ପ୍ରେମିକ ଦେଇ ଚାଲିଥିଲେ। କେତେବେଳେ ଦାମୀ ବ୍ୟାଗ୍ ତ ଆଉ କେତେବେଳେ ଟଙ୍କା।
ବାପା ଙ୍କ ଆକାଉଣ୍ଟ କହି ନିଜ ସ୍ବାମୀ ଙ୍କ ଆକାଉଣ୍ଟ ରେ ଟଙ୍କା ଡିପୋଜିଟ କରିବା ପାଇଁ ପ୍ରେମିକ ଙ୍କୁ କହୁଥିଲେ।ପ୍ରେମିକ ମଧ୍ୟ ଭରସା କରି ଟଙ୍କା ଡିପୋଜିଟ କରି ଚାଲିଥିଲେ।
Ff
କିନ୍ତୁ ଯେତେବେଳେ ବିବାହ କଥା ଆସିଲା ସେତେବେଳେ ବାହାଘର କାର୍ଡ ରେ ପ୍ରେମିକା ଙ୍କ ବଦଳ ରେ ଆଉ କାହାର ନାଁ ଛାପି ଦିଆଗଲା।ଏହି ଘଟଣା ପ୍ରଘଟ ହେବାପରେ ସତ ସାମ୍ନାକୁ ଆସିଲା।ଆଉ ପ୍ରେମିକା ର ପ୍ରକୃତ ବୟସ ଓ ଚେହରା ପଦା ରେ ପଡ଼ିଗଲା।
ରାଜଧାନୀ ଭୁବନେଶ୍ଵର ରେ ଏହି ଘଟଣା ସମସ୍ତଙ୍କୁ ଚକିତ କରିବା ସହିତ ସୋସିଆଲ ମିଡ଼ିଆ ପ୍ରେମ କେତେ ଭୟଙ୍କର ତାହାର ପରିଣାମ ଜଣାଇ ଦେଇଛି।ସଂପୃକ୍ତ ଯୁବକଙ୍କ କହିବା କଥା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାହାଣୀ ଶୁଣାଇ ଥିଲେ ପ୍ରେମିକା।
କେତେବେଳେ କହୁଥିଲେ କାକା ମରିଗଲେ ତ ପୁଣି କେତେବେଳେ କହୁଥିଲେ ବାପା।ଏମିତି କହି ଦେଢ଼ ବର୍ଷ ରେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସଂପୃକ୍ତ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି।

Advertisement