Updated: Aug 28, 2023, 09:54 IST

ଚନ୍ଦ୍ରୟାନ ମିଶନ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି , ପାଣ୍ଡିଆନ ଙ୍କ ଗ୍ରସ୍ତ ରେ ବି ଖର୍ଚ୍ଚ ହୋଇଛି ସେତେ ଟଙ୍କା

Viral video

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୋର୍ ହେଲାଣି ବିଦ୍ରୋହ ଘରେ ବିଦ୍ରୋହ ଆଉ ବାହାରେ ପ୍ରତିବାଦ। ବିଜେଡ଼ି ବିଧାୟକ ସୌମ୍ୟ ପଟ୍ଟନାୟକ ଙ୍କ ସିଧା ନିଶାନା।5T ସଚିବ ଙ୍କ ଗସ୍ତକୁ ନେଇ ଲେଖିଛନ୍ତି ନିଜର ମନର କଥା।
Viral video
ଗସ୍ତ କେବଳ ତାଙ୍କର ଭାବ ମୂର୍ତ୍ତି ନିର୍ମାଣ ପାଇଁ। ମଞ୍ଚ ରେ କେବଳ ସଚିବ ହେଲେ ନେତା ମାନଙ୍କ ଦେଖା ନାହିଁ।5T ସଚିବ ଙ୍କ ବିଭିନ୍ନ ଜିଲ୍ଲା କୁ ଗସ୍ତ କରିବାକୁ ନେଇ କଟାକ୍ଷ କରିଛନ୍ତି ସୌମ୍ୟ।
5T ସଚିବ ଯେଉଁ ସବୁ କାର୍ଯ୍ୟକ୍ରମ ମାନଙ୍କୁ ଯାଉଛନ୍ତି ଆଉ ସେହି କାର୍ଯ୍ୟକ୍ରମ ପ୍ରତି ହେଉଥିବା ଖର୍ଚ୍ଚ ହେଉଛି ଚନ୍ଦ୍ରଜାନ ୩ ର ମିଶନ ଖର୍ଚ୍ଚ। ଏଭଳି ଏକ ତୁଳନା କରିଛନ୍ତି ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ।
ନିଜର ଖବର କାଗଜ ସଂପାଦକୀୟ ରେ ଏହି ଖବର ଲେଖି ସେ ସିଧା ଭାବରେ ଅଟାକ୍ କରିଛନ୍ତି। ଇସ୍ରୋ ସଂସ୍ଥା ଚନ୍ଦ୍ରଜାନ ୩ ମିଶନ ପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆମ 5T ସଚିବ ୩୦ ଟି ଜିଲ୍ଲା ଓଡ଼ିଶା ଭ୍ରମଣ କରିଛନ୍ତି।
ଆଉ ସେ ମଧ୍ଯ ପାଖାପାଖି ସେତିକି ଟଙ୍କା ଖର୍ଚ୍ଚ କରିଥିବେ ବୋଲି ଏହା ଅଭିଯୋଗ କରାଯାଉଛି। ସାଧାରଣ ଲୋକଙ୍କ ଟଙ୍କାରେ ବୁଲି ରାଜ କୋଷ ଉପରେ ଆର୍ଥିକ ବୋଝ ବଢ଼ାଉଛନ୍ତି ବୋଲି ଏହି ନେତା କହିଛନ୍ତି।
Viral
ଭିକେ ପାଣ୍ଡିଆନ ଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ସଚିବ ୟଶପାଲ୍ କପୁର ଙ୍କ ସହ ସେ ତୁଳନା କରିଛନ୍ତି। ଇନ୍ଦିରା ଗାନ୍ଧୀ ଙ୍କୁ ତାଙ୍କର ସଚିବ ପ୍ରଚାର କାର୍ଯ୍ୟରେ ସାହାଯ୍ୟ କରି ତାଙ୍କ ସପକ୍ଷରେ ଭାଷଣ ଦେଇଥିବାରୁ ଆହ୍ଲାବାଦ ହାଇ କୋର୍ଟ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରିଥିଲେ।
ପାଣ୍ଡିଆନ ଙ୍କ କେତେକ ଗୁଣ ୟଶପାଲ ଙ୍କ ଠାରୁ କମ୍ ନୁହେଁ ବୋଲି ସୌମ୍ୟ ରଞ୍ଜନ ଏହା ଉଲ୍ଲେଖ କରିଛନ୍ତି। ନିର୍ବାଚନ ପୁର୍ବରୁ ଏହି ସବୁ ସଭା ରାଜନୈତିକ ଦଳ ର ସଭା ବୋଲି ମଧ୍ୟ ମାନେ ହେଉଛି।
Pandian
ଏହି ସବୁ ସଭାରେ ଲୋକ ପ୍ରତିନିଧି ଓ ରାଜନେତା ମାନଙ୍କ ସଂପୃକ୍ତି ଥିଲେ ମଧ୍ଯ ସେମାନେ ମଞ୍ଚ ଉପରେ ଦୃଶ୍ୟମାନ ହେଉ ନାହାଁନ୍ତି। ମଞ୍ଚ ରେ କେବଳ ଏକ 5T ସଚିବ କୁ ହିଁ ଦେଖିବାକୁ ମିଳି ପାରୁଛି। ଏହା ଭିନ୍ନ ଏକ ମାନସିକତାର ପରିଚୟ ଦେଉଛି।

Advertisement