ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି 5T ସଚିବ ଭୀକେ ପାଣ୍ଡିଆନ ଙ୍କ ଉପରକୁ କାଳି ମାଡ ଘଟଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଭୀକେ ପାଣ୍ଡିଆନ ହେଉଛନ୍ତି ଜଣେ ଖୁବ ପ୍ରତିଷ୍ଠିତ ବ୍ୟକ୍ତି।
ଆଉ ତାଙ୍କ ନିକଟରେ ଏତେ ମାତ୍ରାରେ ବଡି ଗାର୍ଡ ଥାଇ ସୁଦ୍ଧା ତାଙ୍କ ଉପରକୁ କାଳି ମାଡ଼ କରାଯାଇଛି ଯାହାକି ଏକ ଆଶ୍ଚର୍ଯ୍ୟକର ଘଟଣା ଅଟେ। ଆଉ ସେହି କାଳି ମାଡ଼ କରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭାସ୍କର ସାହୁ।
ଆମେ ଏବେ ଆପଣଙ୍କୁ ସେହି ଭାସ୍କର ସାହୁ ଙ୍କ ସହ ହୋଇଥିବା ସାକ୍ଷାତକାର ସମ୍ପର୍କରେ କହିବାକୁ ଯାଉଛୁ। ତାଙ୍କୁ ଯେତେବେଳେ ଏହି ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ କି ତାଙ୍କର ଏହି କାଳି ମାଡ଼ ପଛରେ ଅନେକ ଲୋକ ତାଙ୍କର ଏହି କାର୍ଯ୍ୟରେ ସହମତି ପ୍ରଦାନ କରିଥିଲେ।
ଆଉ କେତେକ ଲୋକ ଏହାକୁ ବିରୋଧ ମଧ୍ଯ କରିଥିଲେ ଯେଉଁ ମାନେ ଏହାକୁ ବିରୋଧ କରିଛନ୍ତି ଆଉ ଯେଉଁ ମାନଙ୍କ ମନରେ ଆଘାତ ଲାଗିଛି ସେମାନଙ୍କୁ ଭାସ୍କର କ୍ଷମା ମାଗିଛନ୍ତି।
ସେ କହିଛନ୍ତି କି ତାଙ୍କର ଏହା ଅଧିକାର ରହିଛି ଦାବୀ କରିବା ପାଇଁ। ସେ କହିଛନ୍ତି କି ଭୀକେ ପାଣ୍ଡିଆନ ଙ୍କୁ ସେ କେବେ ହେଲେ ମଧ୍ୟ କ୍ଷମା ପ୍ରାର୍ଥନା କରିବେ ନାହିଁ କାରଣ ସେ ଆମ ଶାସନ ବ୍ୟବସ୍ଥାର ଅପ ବ୍ଯବହାର କରୁଛନ୍ତି।
ଜିଲ୍ଲାପରିଷଦ ଙ୍କୁ ମଧ୍ଯ ସେ କ୍ଷମା ମାଗିଛନ୍ତି। ସେ କହିଛନ୍ତି କି ଯେତେବେଳେ ସେ ଭୀକେ ପାଣ୍ଡିଆନ ଙ୍କ ଉପରକୁ କାଳି ପକାଇ ଥିଲେ ସେତେବେଳେ ଅଜଣାତ ରେ ତାଙ୍କ ଉପରେ ପଡି ଯାଇଥିଲା ଏଥିପାଇଁ ସେ କ୍ଷମା ମାଗିଛନ୍ତି।
ସେ ଏଥିପାଇଁ ସକାଳୁ ମଧ୍ଯ ପ୍ରସ୍ତୁତି କରିଥିଲେ କି ସେ ଭୀକେ ପାଣ୍ଡିଆନ ଙ୍କ ଉପରକୁ କାଳି ପକାଇବେ। ମାତ୍ର ଏହା ଭୁଲ୍ ରେ ଜିଲ୍ଲା ପରିଷଦ ଙ୍କ ଉପରେ ମଧ୍ୟ ପଡି ଯାଇଛି।
ତାଙ୍କର ଅନେକ ସମସ୍ୟା ଥିବା ବେଳେ ସେ ଅନେକ ଥର ମଧ୍ଯ ସରକାର ଙ୍କ ନିକଟରେ ପ୍ରତିବାଦ କରି ଆସୁଛନ୍ତି ମାତ୍ର ତାହା ସରକାର ପୁରା କରି ପାରୁ ନାହାଁନ୍ତି ଏଥିପାଇଁ ତାହାକୁ ପ୍ରତିବାଦ କରି ଭୀକେ ପାଣ୍ଡିଆନ ଙ୍କ ଉପରକୁ ସେ କାଳି ମାଡ଼ କରିଥିବା କହିଛନ୍ତି ।ଆଉ ସେ କ୍ଷମା ମଧ୍ଯ ମାଗିବେ ନାହିଁ।