Updated: Mar 26, 2024, 18:49 IST

ଯିବା ଆଗରୁ ଦେଇଗଲେ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦେଖନ୍ତୁ ସୋସିଆଲ ମିଡିଆରେ VIRAl ହେଉଛି ଏହି ଭିଡିଓ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ତେବେ ବନ୍ଧୁଗଣ ଆରପାରିରେ ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ। 
Dama
୮୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ଆଜି ଭୋର ୫ଟା ୨୩ ମିନିଟରେ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।
ଦୀର୍ଘ ଦିନ ଧରି କିଡନୀ ସମସ୍ୟା ସହ ଯୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅକ୍ସିଜେନ୍ ସାଚୁରେସନ କମିବା ପରେ, ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। 
Dama
ଏହାପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ ଚାଲିଥିଲା।
ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ତାଙ୍କର ବ୍ରେନଡେଡ୍ ହୋଇଥିଲା। ବନ୍ଧୁଗଣ ବର୍ତମାନ ସାମ୍ନାକୁ ଆସିଲା ସ୍ବର୍ଗତ ଦାମ ରାଉତଙ୍କ ଅନ୍ତିମ ଭିଡିଓ, ସେଥିରୁ ଜଣାପଡିଲା ଓଡିଶାକୁ କେତେ ଭଲପାଉଥିଲେ ଦାମ। 
ତେବେ ବନ୍ଧୁଗଣ ଓଡିଶାକୁ ଭଲପାଉଥିବା ଓଡିଶା ର ସଂସ୍କୃତି ଉପରେ ପ୍ରଗାଢ ଜ୍ଞାନ ଥିବା ମଣିଷ ଥିଲେ ଡ. ଦାମୋଦର ରାଉତ। ଦାମୋଦର ରାଉତଙ୍କ ଶେଷ ଭିଡିଓରେ ସୁନ୍ଦର ଓଡିଶାର ସଂସ୍କୃତି ଉପରେ ରହିଛି। ସେଥିରେ ସେ ବାର ମାସରେ ତେର ପର୍ବ ବିଷୟରେ କହିଛନ୍ତି। ଏବଂ ଓଡିଶାବାସିଙ୍କ ବୃତ୍ତି ହେଉଛି କୃଷି ଆଉ ସଂସ୍କୃତି ହେଉଛି ଜଗର୍ନାଥ ସଂସ୍କୃତି ବୋଲି ଦାମ ରାଉତ ତାଙ୍କ ଶେଷ ଭିଡ଼ିଓ ରେ କହିଛନ୍ତି।

Advertisement