Updated: Mar 17, 2024, 20:03 IST

ଆସୁଛି ପ୍ରବଳ ବର୍ଷା ଦେଖନ୍ତୁ ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ପାଣିପାଗକୁ ନେଇ ଆସୁଥିବା ଖବର ଜାଣିପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ କିଭଳି ରହିବ ଆଉ କେଉଁ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ସେହି ବିଷୟରେ ସଂପୂର୍ଣ୍ଣ ଖବର ପାଇପାରିବେ । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିଛି । 
Viral
ଦିନ ସାରା ପାଗ ଠିକ୍ ରହୁଥିବା ବେଳେ ବେଳ ବୁଡିଲା ବେଳକୁ ହଠାତ୍ ବଦଳି ଯାଉଛି ପାଗ । ଆଉ କଳା ହାଣ୍ଡିଆ କରି ମାଡ଼ି ଆସୁଛି ବର୍ଷା । ବର୍ଷା ସାଙ୍ଗକୁ ବିଜୁଳି ଘଡଘଡି ହେଉଛି । ଆଉ ପ୍ରବଳ ମାତ୍ରାରେ ପବନ ମଧ୍ୟ ବୋହୁଛି ।
ପବନର ବେଗ ବହୁତ ଅଧିକ ରହୁଛି ଆଉ ସେଥିପାଇଁ ଯାହା ସାମ୍ନାରେ ପଡୁଛି ତାହା ସବୁ ଉଡେଇ ନେଉଛି । ଅନେକ ଧନଜୀବନ ନଷ୍ଟ ହେବା ସହ ଅନେକ କ୍ଷୟକ୍ଷତି ହେଉଛି । ଅନେକ ଜିନିଷ ଧ୍ଵଂସ ହେଉଛି ।
Viral
ସେଥିପାଇଁ ଆଜି ପାଇଁ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ସମୟରେ ଘରୁ ନ ବାହାରିବାକୁ ସତର୍କ ସୂଚନା ଜାରି କରାଯାଇଛି । ଲଗାତାର ତାତି ସାଙ୍ଗକୁ ଗୁଳୁଗୁଳି ହେଉଛି ।
ଯେଉଁଥିପାଇଁ ଲୋକମାନେ ବହୁତ ହଇରାଣ ହେଉଛନ୍ତି । ଏତେ ତାତିରେ ବର୍ଷା ହେବା ଦ୍ବାରା ଲୋକମାନେ ଟିକେ ଆଶ୍ୱସ୍ତି ପାଉଛନ୍ତି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ଘଡଘଡି ହେବ ବୋଲି ସୂଚନା ମିଳିଛି । 
ଆଜିପାଇଁ ୧୪ଟି ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କ ଜାରି କରାଯାଇଛି । ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ବାଲେଶ୍ଵର ଏବଂ ଭଦ୍ରକର ଗୋଟିଏ କି ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଲାଗି ରହିବ । ଆସନ୍ତା ତିନିଦିନ ପର୍ଯ୍ୟନ୍ତ ପାଣିପାଗରେ କିଛି ପରିବର୍ତ୍ତନ ହେବ ନାହିଁ ।

Advertisement