ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।

ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟିଥିଲା ସେ ବିଷୟରେ ସହଜରେ ଜାଣି ପାରିନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି।

ଆହୁରି ବଢ଼ିବ ତାତି। ଅଧିକାଂଶ ଜିଲ୍ଲାରେ ୩୭ ଡିଗ୍ରୀ ଉପରେ ପାରଦ। ଶୁକ୍ରବାର ମାଲକାନଗିରିରେ ତାପମାତ୍ରା ୩୭ଡିଗ୍ରୀ ଛୁଇଁଥିବା ବେଳେ ଟିଟିଲାଗଡ଼, ପାଟଣାଗଡ଼, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୩୫ଡିଗ୍ରୀ ଉପରେ ରହିଛି।
ଆଗକୁ ୩ରୁ ୫ଡିଗ୍ରୀ ତାତି ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ କେବଳ ଦିନ ନୁହେଁ ରାତି ତାପମାତ୍ରା ବି ୨ରୁ ୩ଡିଗ୍ରୀ ବଢ଼ିବ ବୋଲି ଆକଳନ କରାଯାଇଛି।
ଆଜି ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ୩୮ଡିଗ୍ରୀ ଛୁଇଁପାରେ। ୨୪ରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୩୬ରୁ ୩୭ଡିଗ୍ରୀ ରହିପାରେ।
୨୫ରେ ମାଲକାନଗିରି ଓ ଟିଟିଲାଗଡ଼ର ତାପାମତ୍ରା ୩୯ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଶୁକ୍ରବାର ବୌଦ୍ଧରେ ଓ ଟିଟିଲାଗଡରେ ୩୫.୫, ବଲାଙ୍ଗୀରରେ ୩୫.୨, ନୟାଗଡ଼ରେ ୩୫, ଚାନ୍ଦବାଲିରେ ୩୩.୫ ଡିଗ୍ରୀ ରେକର୍ଡ ହୋଇଛି।