ନମସ୍କାର ପାଠକ ବନ୍ଧୁ। 5T ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧୀ ପାର୍ଟିଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି। ତେବେ ବନ୍ଧୁଗଣ 5T ସଚିବ ଭି. କେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ହୋଇଛି।
ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ ହୋଇଥିଲା । 5T ସଚିବଙ୍କ ଉପରକୁ କାଳିମାଡ଼ ବେଳେ ଛିଟା ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଉପରେ ପଡ଼ିଛି।

ଜଣେ ଯୁବକ ଏହି କାଳିମାଡ଼ କରିଛନ୍ତି। ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି। 5T ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜନଶୁଣାଣିରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ।
ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣପ୍ରସାଦରେ ଜନଶୁଣାଣି ବେଳେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ।
ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ।

ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗି ଦେଇଥିଲା। ପାଣ୍ଡିଆନଙ୍କ ମୁହଁରେ କାଳି ପଡ଼ିଥିଲା। ତାଙ୍କ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା।
ପରେ ସେହି ବ୍ୟକ୍ତିଙ୍କୁ ପୁଲିସ କାବୁ କରିଥିଲା। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଜଣାପଡ଼ି ନାହିଁ। ବ୍ୟକ୍ତି ଜଣଙ୍କର ପାଣ୍ଡିଆନଙ୍କ ଉପରେ କ’ଣ ରାଗ ରହିଛି, ତାହା ଜଣାପଡ଼ିନାହିଁ।
ପୁଲିସ ଘଟଣାର ତଦନ୍ତ କରୁଛି। 5T ସଚିବଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥିବା ସତ୍ତ୍ୱେ ବ୍ୟକ୍ତି ଜଣଙ୍କ କିପରି କାଳି ମାଡ଼ କଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।