ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବା ସହ ମନରେ ଭୟ ଆସିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଏବେ ନିକଟରେ କୁମ୍ଭୀର ଭିଆଇଥିବା ଘଟଣା ତ ସମସ୍ତେ ଜାଣିଥିବେ ।
![Viral](https://news38times.com/static/c1e/client/93724/uploaded/5153785c39ef7a05af423fda2b5c5645.jpg)
ଏହି କୁମ୍ଭୀର ଯାଜପୁର ଜିଲ୍ଲାର ଜଣେ ମହିଳାଙ୍କୁ ପାଦିଏ ପାଣି ପାଖରୁ ନେଇଯାଇ ତାକୁ ଖିନ୍ ଭିନ କରି ଖାଇବାର ଭିଡିଓ ତ ସମସ୍ତେ ଦେଖିଥିବେ । ବିରୂପା ନଦୀରେ କୁମ୍ଭୀର ଆସି ଏଭଳି କାମ କରିଥିଲା ।
ଆଉ ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ କୁମ୍ଭୀର ଆତଙ୍କ ଲାଗି ରହିଥିଲା । ଆଉ ଏବେ ସାରା ଓଡ଼ିଶାର ସବୁ ଜିଲ୍ଲାରେ କୁମ୍ଭୀର ଆତଙ୍କ ଦେଖାଯାଉଛି । ଲୋକମାନେ ସମସ୍ତେ ଡରି ଛାନିଆ ହୋଇଗଲେଣି । ଏହିସବୁ କୁମ୍ଭୀର ଛତିଶଗଡ ରୁ ଆସିଛି । ଆଉ ଓଡ଼ିଶାରେ ଝୁଣି କରି ଆତଙ୍କ ଖେଳାଉଛି ।
ଏହି ବଉଳା ଜାତିର କୁମ୍ଭୀର ଅଧିକ ଛତିଶଗଡ଼ରେ ଦେଖାଯାଆନ୍ତି । ଏହି ବଉଳା କୁମ୍ଭୀର ଓଡ଼ିଶାର ଗୋଟିଏ ନଦୀରୁ ଆଉ ଗୋଟିଏ ନଦୀ ଘୁରି ବୁଲୁଛି । ଆଉ ଲୋକମାନଙ୍କୁ ଶିକାର କରୁଛି । ଏବେ ଓଡ଼ିଶାରେ ଦେଖା ଯାଉଥିବା କୁମ୍ଭୀର ହେଉଛି ବଉଳା ପ୍ରଜାତିର ।
![VIRAl](https://news38times.com/static/c1e/client/93724/uploaded/665103b6d8557440b8a33be6c89d0c1c.jpg)
ଆଉ ଏହି ବଉଳା ପ୍ରଜାତିର କୁମ୍ଭୀର ଛତିଶଗଡ ରାଜ୍ୟରୁ ଆସି ଓଡ଼ିଶାରେ ଶିକାର କରୁଛି । ଏହି ବଉଳା ପ୍ରଜାତିର କୁମ୍ଭୀର ଆଶ୍ଚର୍ଯ୍ୟ ଭାବରେ ତାର ଶିକାର କରିଥାଏ । ଯାହା ଭୟାନକ ବି ହୋଇଥାଏ । ଏହି କୁମ୍ଭୀର ମାଟି ଉପରେ ଯେଭଳି ଶିକାର କରେ ସେଭଳି ଭୟଙ୍କର ପାଣି ଭିତରେ ବି ଶିକାର କରିଥାଏ ।
ଏହି ବଉଳା ପ୍ରଜାତିର କୁମ୍ଭୀର ବହୁତ ଭୟାନକ ଅଟନ୍ତି । ଏହି ପ୍ରଜାତିର କୁମ୍ଭୀର ମଣିଷ ମାନଙ୍କୁ ପାଣି ଭିତରକୁ ନେଇ ଭୟାନକ ଭାବରେ ଶିକାର କରିଥାଏ । ମଣିଷଙ୍କୁ ଗୋଟା ଗିଳି ଦେଇଥାଏ ଏହି କୁମ୍ଭୀର । ସେପଟେ ବନ ବିଭାଗ ମଧ୍ୟ ଏହି କୁମ୍ଭୀରକୁ ଧରିବାରେ ଅସମର୍ଥ ହୋଇଛି ।
କୁମ୍ଭୀର ଗୋଟିଏ ନଦୀରେ ରହୁ ନାହିଁ ସେ ଗୋଟିଏ ନଦୀରୁ ଆଉ ଗୋଟିଏ ନଦୀକୁ ଯାଇଥାଏ । ଆଉ ଏହାର କାରଣ ବି ରହିଛି । କୁମ୍ଭୀର ପ୍ରଜନନ କରିବା ସମୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ । ଆଉ ଏବେ ହେଉଛି ତାର ବଂଶ ବୃଦ୍ଧି କରିବା ସମୟ । ଦେଖାଯାଉ କେବେ ଓଡ଼ିଶା ବନ ବିଭାଗ ଏହି କୁମ୍ଭୀରକୁ କାବୁ କରୁଛି ।