ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଜ୍ଞାନ କହିବା ଅନୁସାରେ ଚାନ୍ଦରେ ମଣିଷ ମାନେ ରହିବା ପାଇଁ ପାଣିପାଗ ନାହିଁ। କିନ୍ତୁ ନାସା କହିବା ଅନୁସାରେ ଚାନ୍ଦରେ ମଣିଷ ମାନେ ରହିବା ପାଇଁ ଉପଯୋଗୀ ତିଆରି କରାଯାଇ ପାରିବ। କିନ୍ତୁ ଏଥିରେ ଖର୍ଚ୍ଚ ହେବ ଅଗଣିତ ଟଙ୍କା।
ଗତ ଛଅ ଦଶକ ମଧ୍ୟରେ ମଣିଷ ମାନେ ୧୦୦ରୁ ଅଧିକ ମୁନ୍ ମିସନ୍ କରିଛନ୍ତି। ହେଲେ ଏଥିରେ କେହି ସଫଳ ହୋଇନାହାନ୍ତି। ଏହି ମିସନ ଜରିଆରେ ଚନ୍ଦ୍ରରେ ଜୀବନକୁ ଖୋଜା ଯାଉଛି। ଅନେକ କିଛି ରହସ୍ୟମୟ ତଥ୍ୟ ମଧ୍ୟ ମିଳିଛି ଚନ୍ଦ୍ରମାରୁ। ଚନ୍ଦ୍ରମାର ମାଟିରେ ଅନେକ ପ୍ରକାରର ଖଣିଜ ପଦାର୍ଥ ରହିଛି।
ଏହାସହିତ ମାଟି ଏବଂ ପାଣି ରହିଛି ମାନେ ଜୀବନ ବଞ୍ଚିବା ସମ୍ଭବ ହୋଇପାରିବ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ବୈଜ୍ଞାନିକ ମାନେ ରିସର୍ଚ୍ଚ କରିଛନ୍ତି ଯେ, ମାନବ ଜାତି ଚନ୍ଦ୍ରମାରେ ଯାଇ ରହିପାରିବ। ସେଠାର ପୃଥିବୀ ଭଳି ସହର ଏବଂ ଗାଁ ମଧ୍ୟ ତିଆରି କରାଯାଇ ପାରିବ।
କିନ୍ତୁ ଏଥିରେ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଯାହା ସମ୍ଭବ ହୋଇପାରିବ ନାହିଁ। ଚନ୍ଦ୍ରରେ ଘର କରିବାକୁ ହେଲେ ପୃଥିବୀରୁ ସବୁକିଛି ନେବାକୁ ପଡିବ। ଏକ ଅନୁମାନ ମୁତାବିକ କେବଳ ଚାନ୍ଦକୁ ୧୦୦ ଲୋକଙ୍କ ପାଇଁ ଅତି ଆବଶ୍ୟକ ଜିନିଷ ପଠେଇବାକୁ ପଡିବ।
୧ ଲକ୍ଷ ୨୫ ହାଜର ଟଙ୍କା ଖର୍ଚ୍ଚ ହେବ। ମଣିଷଙ୍କ ପାଇଁ ଘର କରିବାକୁ ହେଲେ ଅତିଆବଶ୍ୟକ ଜିନିଷ ଚାନ୍ଦରେ ରହିବା ଆବଶ୍ୟକ। ନିଶ୍ବାସ ପ୍ରଶ୍ୱାସ ପାଇଁ ପବନ, ପିଇବା ପାଇଁ ପାଣି, ପେଟ ଭରିବା ପାଇଁ ଖାଦ୍ୟ, ପିନ୍ଧିବା ପାଇଁ ପୋଷାକ, ପବନର ଚାପକୁ ମୁକ୍ତ କରିବା ପାଇଁ ସଠିକ୍ ଜାଗା ତିଆରି କରିବାକୁ ପଡ଼ିବ।
ଏବଂ ଆଲୋକ ପାଇଁ ବିଜୁଳିର ନିହାତି ଆବଶ୍ୟକ। ଚନ୍ଦ୍ର ଯାନ ୧ରେ ଜଣାପଡି ଯାଇଥିଲା କି ଚାନ୍ଦରେ ପାଣି ରହିଛି ବୋଲି। ଆଉ ପାଣି ମିଳିବା ପରେ ଇସ୍ରୋ ଏବେ ଚାନ୍ଦରେ ବରଫ ଜମିଥିବାର କାରଣ ଖୋଜିବାର ଲାଗିଛି।
ଦକ୍ଷିଣ ମରେରୁରେ ଚନ୍ଦ୍ର ଯାନ ୩କୁ ବରଫ ମିଳିଯାଏ ତେବେ ଜୀବନ ବଞ୍ଚିବା କଥା ସତ ହେବାରେ ଲାଗିବ। ଚାନ୍ଦରେ ପାଣିଥିବା କଥା ଆଗରୁ ବୈଜ୍ଞାନିକ ମାନେ କହିଥିଲେ। ସେହିପରି ପାଣିରୁ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ସମ୍ଭବ ହୋଇପାରିବ।
ପାଣି ମିଳିବା ପରେ ଚାନ୍ଦର ମାଟିରେ ଚାଷ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିବ। ହେଲେ ଏମିତି ସବୁ ବିଶ୍ଳେଷଣ ସେତେବେଳେ କି ସଠିକରେ ପରିଣତ ହେବ ଯେତେବେଳେ ଚାନ୍ଦରେ ପାଣି ମିଳିପାରିବ।