Updated: Aug 29, 2023, 09:47 IST

ଜହ୍ନରେ ମିଳିଲା ମଣିଷ କବର! ଦେଖନ୍ତୁ ସାମ୍ନାକୁ ଆସିଲା ଆଶ୍ଚର୍ୟ୍ଯ ଜନକ ଦୃଶ୍ୟ

Viral

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରା ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଭାରତର ‘ମୁନ୍ ମିଶନ୍’। ଇସ୍ରୋର ଏହି ସଫଳତାକୁ ନେଇ ସବୁଆଡ଼େ ଚର୍ଚ୍ଚା ରହିଛି। ଯେଉଁସ୍ଥାନକୁ ବିଶ୍ୱର କେହି ପହଞ୍ଚି ପାରିନଥିଲେ ସେଠାରେ ପାଦ ଥାପିଛି ଭାରତ।
ଯାହାକୁ ଦେଖି ପୁରା ବିଶ୍ୱ ଚକିତ ହୋଇଛି। ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋ ଏବଂ ଭାରତକୁ ଏବେ ସାରା ବିଶ୍ୱରୁ ଅଭିନନ୍ଦନର ସୁଅ ଛୁଟୁଛି। ଦୀର୍ଘ ୧୫ବର୍ଷ ପରେ ଇସ୍ରୋ ମିଶନମୁନରେ ସଫଳତା ହାସଲ କରିଛି। ଭାରତର ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଛି। 
Viral
ଏଥିପାଇଁ ଆଜି ସମସ୍ତେ ଗର୍ବିତ। ଆମ ଚନ୍ଦ୍ରଯାନ-୩ ସଫଳତାପୂର୍ବକ ଚନ୍ଦ୍ରର ଦକ୍ଷିଣ ପାଶ୍ୱରେ ଲ୍ୟାଣ୍ଡ କରିସାରିଛି। ଚନ୍ଦ୍ରଯାନ -୩ ଖୁବ ଭଲ ଭାବରେ ନିଜ କାମ କରିସାରିଛି।
ତେବେ ବନ୍ଧୁଗଣ ସମସ୍ତେ ଜାଣନ୍ତି ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହେଉଛନ୍ତି ଆମେରିକୀୟ ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ୍। ଆମେରିକୀୟ ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗଙ୍କ ପରେ ଅନ୍ୟ ଅନ୍ତରୀକ୍ଷ ଯାତ୍ରୀ ବି ଚନ୍ଦ୍ର ଅଭିଯାନରୁ ଜୀବନ୍ତ ଅବସ୍ଥାରେ ଫେରି ଆସିଥିଲେ ପୃଥିବୀ ପୃଷ୍ଠକୁ। 
ହେଲେ କ’ଣ ଆପଣ ଜାଣିଛନ୍ତି କି ବିଶ୍ୱରେ ଏପରି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ କବର ଚନ୍ଦ୍ର ପୃଷ୍ଠରେ ନିର୍ମିତ ହୋଇଛି। ତେବେ କିଏ ଏହି ବ୍ୟକ୍ତି ? ଯାହାର ଚନ୍ଦ୍ରପୃଷ୍ଠରେ ରହିଛି କବର। ଏହି ବ୍ୟକ୍ତିଙ୍କ ନାଁ ହେଉଛି ୟୁଜିନ୍ ମର୍ଲେ ଶୋମେକର୍। ଯିଏ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ବୈଜ୍ଞାନିକ ଥିଲେ।
ଏକ ସଡ଼କ ଦୁ-ର୍ଘ-ଟ-ଣାରେ ୟୁଜିନ୍ ମର୍ଲେ ଶୋମେକର୍‌ଙ୍କର ମୃ-ତ୍ୟୁ ହୋଇଥିଲା। ତାଙ୍କ ସମ୍ନାନର୍ଥେ ଆମେରିକୀୟ ମହକାଶ ଗବେଷଣା ସଂସ୍ଥା ନାସା ସହଯୋଗରେ ତାଙ୍କ କବର ଚନ୍ଦ୍ର ପୃଷ୍ଠରେ ତିଆରି କରାଯାଇଥିଲା। 
ନାସା ତାଙ୍କ ହାଡ଼ର ପାଉଁଶକୁ ଚନ୍ଦ୍ର ପୃଷ୍ଠରେ ପୋତି ଦେଇଥିଲା। ୟୁଜିନ୍ ମର୍ଲେ ଶୋମେକର୍ ବିଶ୍ୱର ବିଭିନ୍ନ ମହାକାଶଚାରୀଙ୍କୁ ତାଲିମ ଦେଇଥିଲେ।
କେବଳ ସେତିକି ନୁହେଁ ସେ ୟୁଟା ଏବଂ କଲୋରଡୋ ଅଞ୍ଚଳରେ ୟୁରାନିୟମ ଆବିଷ୍କାର କରିଥିଲେ। ଏହା ତାଙ୍କର ପ୍ରଥମ ଅଭିଯାନ ଥିଲା। ବୈଜ୍ଞାନିକ ଶୋମେକର୍ ଙ୍କୁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିଥିଲେ।

Advertisement