ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି ଆସି ଯାଇଛି ସରକାରଙ୍କ ଏକ ନୁଆ ଯୋଜନା।ଏହି ଯୋଜନାର ଆପଣ ମାନେ ସଂପୂର୍ଣ୍ଣ ଭାବରେ ଲାଭ ମଧ୍ୟ ଉଠାଇ ପାରିବେ। ତେବେ ଆପଣ ମାନେ ଜାଣିଥିବେ କି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ସାଧାରଣ ମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଥାଆନ୍ତି।
ପିଏମ୍ ସ୍ଵ ନିଧି ଯୋଜନା କୁ ଆଗକୁ ନେବା ଲାଗି ସରକାର ଓ ନାଗରିକ ସଂସ୍ଥା କୁ ମିଳିତ ଭାବେ କାର୍ଯ୍ୟ କରିବାକୁ କହିଛନ୍ତି।

ଏହି ଯୋଜନା ହେଉଛି ରାସ୍ତା ଘାଟରେ ବିକ୍ରୀ କରୁଥିବା ବେପାରୀ ମାନଙ୍କୁ ବନ୍ଧକ ମୁକ୍ତ ଋଣ ସୁବିଧାରେ ଯୋଗାଇ ଦେବା। ଯାହା ଦ୍ଵାରା ହିଁ ମାନେ କୋଭିଡ ମହାମାରୀ ଦ୍ବାରା ପ୍ରଭାବିତ ହୋଇଛନ୍ତି ସେମାନେ ପୁନର୍ବାର କାର୍ଯ୍ୟକ୍ଷମ ହୋଇ ପାରିବେ।
ଜୁନ ୧ ,୨୦୨୦ ରେ ଦେଶରେ ପିଏମ ସ୍ୱ ନିଧି ସ୍କିମ ଆରମ୍ଭ କରାଯାଇ ଥିଲା। ରାସ୍ତା ଘାଟରେ ବିକ୍ରୀ କରୁଥିବା ବିକ୍ରେତା ମାନଙ୍କୁ ସହଜରେ ଋଣ ଯୋଗାଇବା ପାଇଁ ଏହାର ଉଦ୍ଦେଶ୍ୟ ଥିଲା।

ବ୍ୟାଙ୍କ ଏବଂ ନାଗରିକ ସଂସ୍ଥା କୁ ମିଳିତ ଭାବେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଭାଗବତ କର କହିଛନ୍ତି। ସେ ଶନି ବାର ଦିନ ଏକ ଆଞ୍ଚଳିକ ବୈଠକରେ ଅଧ୍ୟକ୍ଷତା କରିଥିଲେ ଆଉ ଏଥିରେ ସେ ଅନେକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ଏହି ବୈଠକ ରେ ବିହାର, ଝାରଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ର ପୌରସଂସ୍ଥା ର ଅଧିକାରୀ ମାନେ ଯୋଗ ଦେଇଥିଲେ। ଏବଂ ଏଥିରେ ରାଜ୍ୟ ସ୍ତରୀୟ ବ୍ୟାଙ୍କ ର କର୍ମଚାରୀ ମାନେ ମଧ୍ୟ ଏହି ଯୋଜନାରେ ଯୋଗଦାନ କରିଥିଲେ।

ଏକ ବିବୃତିରେ ସୁଚନା ଦିଆ ଯାଇଛି କି ଧାର୍ଯ୍ୟ ସମୟ ମଧ୍ୟରେ ଲକ୍ଷ ହାସଲ କରିବା ପାଇଁ ନୂତନ ଅର୍ଥ ବ୍ୟବସ୍ଥା କରିବା ପାଇଁ ପୌର ସଂସ୍ଥା କୁ ନିର୍ଦ୍ଦେଶ ଦିଆ ଯାଇଛି। ଆବଶ୍ୟକ ସଂଶୋଧନ ପରେ ପୁଣି ଅର୍ଥ ପଠା ଯିବ ବୋଲି କେନ୍ଦ୍ରମନ୍ତ୍ରୀ ଭାଗବତ କର କହିଛନ୍ତି।
ଏହା ମଧ୍ଯ କୁହା ଯାଇଛି ରାସ୍ତାଘାଟ ବିକ୍ରେତା ମାନେ ଡିଜିଟାଲ ସହ ମଧ୍ୟ ସଂଯୁକ୍ତ ହୋଇ ପାରିବେ। ଆଉ ଏହି ଯୋଜନା ମୁଖ୍ୟତଃ ରାସ୍ତାଘାଟ ବିକ୍ରେତା ଙ୍କ ପାଇଁ ଅଟେ। ଦେଖିବା ବାକି ରହିଲା ଆଗକୁ ଏହା କେତେ ମାତ୍ରାରେ ସଫଳ ହେଉଛି।