ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏହି ପୃଥୀବିରେ ଆଜି ଯାହା ବି ହେଉଛି ତାହାକୁ ମହାପୁରୁଷ ମାନେ ଶହ ଶହ ବର୍ଷ ପୂର୍ବରୁ ମାଳିକାରେ ଲେଖି ଯାଇଛନ୍ତି। ସେହିପରି ଜଣେ ମହାପୁରୁଷ ଯିଏ ଓଡ଼ିଶାର ଗୌରବ ସେ ହେଉଛନ୍ତି ଅଚ୍ୟୁତାନନ୍ଦ ମହାପୁରୁଷ।
ତାଙ୍କର ଶ୍ରେଷ୍ଠ ଭବିଷ୍ୟତ ମାଳିକା ହେଉଛି ‘ଆଗତ ଭବିଷ୍ୟତ ମାଳିକା’। ସେ ପୃଥୀବିରେ ଭବିଷ୍ୟତରେ କେବେ ବନ୍ୟା, ବାତ୍ୟା, ମରୁଡ଼ି, ମ-ହା-ମା-ରୀ ଆସିବ ତାହା ଲେଖିଥିଲେ।

ତାସହ ଆଜିର ସମାଜର ରୀତିନୀତି, ଚାଲି ଚଳନ, ପୋଲିସ, ସରକାର,ପ୍ରଶାସନ, ରାଜନୀତି ବିଷୟ ରେ ଏବଂ ସାମ୍ବାଦିକ, ପଞ୍ଚଭୂତ, ସାଧୁ ସନ୍ଥ, ସନ୍ନ୍ୟାସୀ, ବାବାଜୀ ମାନଙ୍କ ବିଷୟରେ ଶହ ଶହ ବର୍ଷ ତଳେ ଭବିଷ୍ୟ ବାଣୀ କରି ଥିଲେ।
ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ। ଏହା ସମସ୍ତଙ୍କୁ ଚେତେଇବା ପାଇଁ ଉଦ୍ଦିଷ୍ଟ। ସମସ୍ତଙ୍କୁ ସଚେତନ କରିବା ସହିତ ଏହା ଲୋକଙ୍କୁ ଏକ ଉଚିତ୍ ମାର୍ଗ ଦେଖାଇଥାଏ।

ତେବେ ବନ୍ଧୁଗଣ ୧୬/୧୧/୨୦୨୮, ୧୬/୧୨/୨୦୨୮ଏହି ତାରିଖରେ ଅମାବାସ୍ୟା ସଂକ୍ରାନ୍ତି ଏକାଠି ପଡ଼ିବ। ଆଉ କେବଳ କେରଳରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ। ଯାହାଫଳରେ କେରଳ ଠାରୁ ଆରମ୍ଭ ହେବ ସ୍ବାଧୀନତାର ଭାରତ। ୧୧/୧/୨୦୨୮ ରେ ଆଂଶିକ ଚନ୍ଦ୍ର ଗ୍ରହଣ ହେଉଛି।

୨୬/୧/୨୦୨୮ ରେ ବଳୟ ପ୍ରୟାଗ ହେବ। ୭/୭/୨୦୨୮ ରେ ଆଂଶିକ ଗ୍ରହଣ ହେବ। ୨୨/୭/୨୦୨୮ ରେ ପୂର୍ଣ୍ଣ ପରଗ ହେବ ଆଉ ଭାରତ କୁ ଦେଖା ଦେବ। ତାପରେ ୨୮/୧୨/୨୦୨୮ ରେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ କେରଳରେ ଦେଖା ଦେବ।
୧୪/୧/୨୦୨୮ ରେ ଆଂଶିକ ପରାଗ ଦେଖା ଦେବ। ଏହାରି ଭିତରେ ଏମିତି ବି ଏକ ସମୟ ଆସୁଛି ଯେତେବଳେ ଏକ ଉଲକା ମାଡ଼ ହେବ। ଯାହାଫଳରେ ପୃଥିବୀ ଗୋଟେ ଆଡ଼କୁ ଢଳି ଯିବ।
ତେବେ ବନ୍ଧୁଗଣ ମାଳିକାରେ ଅନେକ ଗ୍ରନ୍ଥ ପ୍ରମାଣ ଦେଉଛି ୧୩ ଦିନିଆ ପକ୍ଷ ପଡ଼ିବ। ସେହି ସମୟରେ ସମଗ୍ର ବିଶ୍ବରେ ନିଦ ହଜିଯିବ। ତେବେ ମହାପୁରୁଷଙ୍କ ଅନେକ ପୋଥି ଆଉ ଗ୍ରନ୍ଥ ପ୍ରମାଣ ଦିଏ ୧୩ ଦିନିଆ ପକ୍ଷ। ଯାହାକି ପୃଥିବୀ ପାଇଁ ଭଲ ନୁହେଁ ବୋଲି ମାଳିକା ଗବେଷକ କହିଛନ୍ତି।