ନମସ୍କାର ପାଠକ ବନ୍ଧୁ।ଏବେ ଓଡ଼ିଶା ରେ ରାଜେନ୍ଦ୍ର ଓ ଦୀପାଞ୍ଜଳୀଙ୍କ ପ୍ରେମ କାହାଣୀ କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଚି।ଉଭୟ ପରସ୍ପର କୁ ଖୁବ୍ ଭଲ ପାଉଥିଲେ।ହେଲେ ତାଙ୍କର ଏହି ପ୍ରେମ କୁ ବୁଝି ପାରି ନ ଥିଲେ ଦୀପା ଙ୍କ ପରିବାର ଲୋକେ।ସେମାନେ ଦିପା ଓ ରାଜେନ୍ଦ୍ର ଙ୍କୁ ଅଲଗା କରିବା ପାଇଁ ବହୁତ ଚେଷ୍ଟା କଲେ।
ଘର ପାଖ ବୋଲି ରାଜେନ୍ଦ୍ର ଙ୍କୁ କେହି ବି ପସନ୍ଦ କରୁନଥିଲେ।ଶେଷ ରେ ଘରୁ ଲୁଚି ପଳାଇ ଗଲେ ଦିପା।ନିଜ ଶାଶୁ ଘର ଲୋକେ ଏହାକୁ ନେଇ ସ୍ଵୀକୃତି ଦେଲେ।ସେମାନେ ରାଜେନ୍ଦ୍ର ଓ ଦୀପାଞ୍ଜଳୀ ଙ୍କ ବିବାହ କରାଇଲେ।
କିନ୍ତୁ ବିବାହ ଚାଲୁ ଥିବା ସମୟ ରେ ଦିପା ଙ୍କ ବାପା ସେପଟେ ଝିଅ ପାଇଁ ଶୁଦ୍ଧି ହେଉଥିଲେ।ଗାଁ ଲୋକ ଙ୍କୁ ଖାଇବାକୁ ଦେଉଥିଲେ।ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ।ସତରେ କଣ ପ୍ରେମ କରି ବିବାହ କରିବା ଏତେ ବଡ ଭୁଲ।
ଯେଉଁ ମା ତାକୁ ଅନ୍ତ କାଢି ଜନ୍ମ ଦେଇଥିଲା ସେ ଥରେ ବୁଝି ପାରିଲାନି ଝିଅ ର ମନ କଥା।ଏବେ ଦିପା ଙ୍କ ମନ ରେ ଏଭଳି ଅନେକ ପ୍ରଶ୍ନ ସୃଷ୍ଟି ହୋଇଚି।ଝିଅ ଟିଏ ଜନ୍ମ ହୋଇ ଥାଏ ନିଜ ଘରେ।ହେଲେ ତାର ଶେଷ ହୋଇ ଥାଏ ନିଜ ଶାଶୁ ଘରେ।
ତାର ବାପା ମା ତାକୁ ଦିନେ ନା ଦିନେ ତାକୁ ଶାଶୁ ଘର କୁ ପଠାଇ ଥାନ୍ତେ।ଏବେ ଯେଉଁଥି ସେ ବିବାହ କରିଛନ୍ତି ସେଭଳି ଶାଶୁ ଘର ତାଙ୍କ ବାପା ମା ଖୋଜି ଥିଲେ ମଧ୍ୟ ପାଇ ନ ଥାନ୍ତେ।ଦିପା ଙ୍କ ଶାଶୁ ଙ୍କ ର ଝିଅ ନାହିଁ।ଝିଅ ଭଳି ନିଜ ବୋହୂ ଙ୍କୁ ସେ ରଖିଛନ୍ତି।
ସେମାନେ ଯେତିକି ଦିପା ଙ୍କୁ ଭଲ ପାଇବା ସ୍ନେହ ଦେଇଛନ୍ତି।ସେଭଳି ସ୍ନେହ ମମତା ନିଜ ବାପା ମା ତାଙ୍କୁ ଦେଇ ପାରିବେ ନାହିଁ।ସେମାନେ ବହୁତ ଭଲ।ନିଜ ବାପା ମା ଜନ୍ମ କରି ଝିଅ କୁ ଶୁଦ୍ଧି ହୋଇ ଗଲେ।ବଞ୍ଚି ଥାଉ ଥାଉ ତାକୁ ମାରି ଦେଲେ।ଟିକେ ବି ଝିଅ କଥା ଭାବିଲେ ନାହିଁ।ଅନ୍ୟ ଲୋକ ଙ୍କ କଥା ରେ ପଡ଼ି ନିଜ ବାପା ମା ଝିଅ କୁ ଅଲଗା କରିଦେଲେ।
ଦିପା ଓ ରାଜେନ୍ଦ୍ର ଭାବୁ ଥିଲେ ସେମାନେ ଘରୁ ଆସିଲା ପରେ କିଛି ଦିନ ପରେ ତାଙ୍କ ବାପା ମା ତାଙ୍କୁ ଆପଣେଇ ଦେବେ।କିନ୍ତୁ ଏହା ସମ୍ଭବ ହୋଇ ପାରିଲା ନାହିଁ।ତାର ବାପା ମା ଝିଅ ଟି କୁ ଅଲଗା କରିଦେଲେ।ଦିପା ଏବେ ଶାଶୁ ଘରେ ଉପରେ ହସୁ ଥିବା ବେଳେ ଭିତରେ ତାଙ୍କୁ ବହୁତ କଷ୍ଟ ହୋଇଛି।ଶାଶୁ ଘରେ ଯେତେ ସୁଖ ଦେଲେ ମଧ୍ୟ କୌଣସି ଝିଅ ନିଜ ବାପା ଘର କୁ ଭୁଲି ପାରିବ ନାହିଁ।