ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛିl

ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ତେବେ ବନ୍ଧୁଗଣ ଶଙ୍ଖ ଛାଡି ପଦ୍ମ ଧରିଲେ ସିଦ୍ଧାନ୍ତ ମହାପାତ୍ର। ଆଜି ବିଜେପିରେ ଯୋଗ ଦେଇପାରନ୍ତି ସାଂସଦ ଭର୍ତ୍ତୃହରି ମହତାବ।
ଏନେଇ ଖବର ସରବରାହ ସଂସ୍ଥା ANI ପକ୍ଷରୁ ସୂଚନା ମିଳିଛି। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଭର୍ତ୍ତୃହରି ମହତାବ ପଦ୍ମ ଧରିପାରନ୍ତି। ଗତ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

ସେତେବେଳେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ବିଜେଡି ଟିକେଟରେ ବ୍ରହ୍ମପୁରରୁ ଦୁଇ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସିଦ୍ଧାନ୍ତ ମହାପାତ୍ର।
୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ। ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା।
ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିଛନ୍ତି। ତେବେ ଭର୍ତ୍ତୁହରି ବିଜୁ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।
କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୯୯୮ରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ପରେ ୧୯୯୯, ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରୁ ଲଗାତର ଭାବେ ଲୋକସଭାକୁ ୬ ନିର୍ବାଚିତ ହୋଇଥିଲେ।