Mar 30, 2024, 02:29 IST

କାହିଁକି ବାପାଙ୍କ ଦଶାହ କର୍ମରେ ଲଣ୍ଡା ହୋଇନଥିଲେ ଅନୁଭବ ମହାନ୍ତି ଦେଖନ୍ତୁ ସତ କହିଲେ ଅଜୟ - Exclusive

Viral

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ କଳାକାରଙ୍କ ବିଷୟରେ ଜାଣି ପାରୁଛନ୍ତି ।
Viral
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ଅନୁଭବ ମହାନ୍ତିଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଏବେ ଏହି ଅଭିନେତା ଜଣଙ୍କୁ ନେଇ କିଛି କହିଛନ୍ତି ଅଜୟ ପାଢ଼ୀ । ଅଜୟ ପାଢ଼ୀ ଯେଉଁଠି ଥାଆନ୍ତି ସେଠାରେ ଅନୁଭବ ମହାନ୍ତି ଥାଆନ୍ତି ।
ଅଜୟ ପାଢ଼ୀ କହିଛନ୍ତି ସେ ଆଉ ଅନୁଭବ ମହାନ୍ତି କେବଳ କଣ୍ଟେଣ୍ଟ ବିଷୟରେ କଥା ହୁଅନ୍ତି । ଅନୁଭବ ମହାନ୍ତିଙ୍କର କିଛି ସ୍ବାର୍ଥ ନାହିଁ ଅଜୟ ପାଢୀଙ୍କ ସହିତ କି ଅଜୟ ପାଢ଼ୀଙ୍କର କିଛି ସ୍ବାର୍ଥ ନାହିଁ ଅନୁଭବ ମହାନ୍ତିଙ୍କ ସହିତ ।
ସେମାନେ କେବଳ କଣ୍ଟେଣ୍ଟ ବିଷୟରେ କଥା ହୁଅନ୍ତି । ଅନୁଭବ ମହାନ୍ତି ଜଣେ ସୁପରଷ୍ଟାର ଅଟନ୍ତି । କୁହୁଡି ଫିଲ୍ମ୍ ରାତି ୩ଟା ସମୟରେ ଫାଇନାଲ ହୋଇଛି । ଅଜୟ ପାଢ଼ୀ ହେଉଛନ୍ତି ଜଣେ ନୂଆ ଡାଇରେକ୍ଟର । ଆଉ ତାଙ୍କ ଫିଲ୍ମରେ ଅନୁଭବ ମହାନ୍ତି ଅଭିନୟ କରୁଛନ୍ତି । 
Ajay
ଏନେଇ ଅଜୟ ପାଢ଼ୀ କହିଛନ୍ତି କି ସେ ହେଉଛନ୍ତି ସୁପରଷ୍ଟାର ତାଙ୍କ ଇଚ୍ଛା ହେଲେ ସେ କୋଟିଏ ଟଙ୍କା ମାଗିବେ ନହେଲେ ସେ ସେମିତି ବି ଫିଲ୍ମ୍ କରିପାରିବେ । ଡାଇରେକ୍ଟର ଅଜୟ ପାଢ଼ୀ କହିଛନ୍ତି ତାଙ୍କୁ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହିତ ମିଶିବାକୁ ସୁଯୋଗ ମିଳିଛି ଆଉ ସେଥିପାଇଁ ସେ ଖୁସି ଅଛନ୍ତି ।
ଅନୁଭବ ମହାନ୍ତିଙ୍କ ବାପା ଚାଲିଗଲେ ଯାହା ହେଉଛି ବଡ ଦୁଃଖଦ ଖବର । ଅନୁଭବଙ୍କ ବାପାଙ୍କ ଦଶାହ କର୍ମରେ ସେ ଲଣ୍ଡା ହୋଇନଥିଲେ ଆଉ ଏହାର କାରଣ କହିଥିଲେ ଅଜୟ ପାଢ଼ୀ । ସେ କହିଛନ୍ତି ସେତେବେଳେ ତାଙ୍କର ଫିଲ୍ମ୍ ସେ କରିଥାନ୍ତେ । 
ଆଉ ଅନୁଭବ ମହାନ୍ତି ଲଣ୍ଡା ହେଲେ କେମିତି ଫିଲ୍ମ୍ ହେବ ଏନେଇ ଅନେକ ପ୍ରଶ୍ନ ଥିଲା ତାଙ୍କ ମନରେ । ଏହା ଶୁଣି ଅନୁଭବ କହିଥିଲେ କି ତାଙ୍କ ବାପା ବେଶି ଖୁସି ହେବେ ଏହି ଫିଲ୍ମ୍ ପାଇଁ ତୁମକୁ ସାହାଯ୍ୟ କରିଲେ ଆଉ ସେଥିପାଇଁ ସେ ଲଣ୍ଡା ହୋଇ ନଥିଲେ 
ଅଜୟ ପାଢ଼ୀ ଲୋକମାନଙ୍କୁ କହିଛନ୍ତି ଓଡ଼ିଆ ଫିଲ୍ମକୁ ଭଲ ପାଆନ୍ତୁ ଆଉ ଆପେ ଆପେ ସବୁ ଭଲପାଇବା ମିଳିଯିବ । ଅନୁଭବ ମହାନ୍ତିଙ୍କ ସହିତ ସେ ଆଗକୁ ଫିଲ୍ମ୍ କରିବେ ବୋଲି କହିଛନ୍ତି । ଏଭଳି ଅନେକ କଥା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Advertisement