ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଏହି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ଅନେକ ଖବର ପାଇପାରିବେ । ଏବେ ଏହି ଭିଡିଓ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହ ମନରେ ଅନେକ କଥା ଭାବିବେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।
ଆପଣମାନେ ସମସ୍ତେ ଆଜିକା ଦୁନିଆର ସବୁ ଘଟଣା ବିଷୟରେ ଜାଣିଥିବେ । କେନ୍ଦ୍ରାପଡ଼ା ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଚଞ୍ଚିଣା ଗ୍ରାମରେ ଘଟିଛି ଏହି ଘଟଣା । ଯୌତୁକ ନିର୍ଯ୍ୟାତନା ଯୋଗୁଁ ପୁଣି ଚାଲିଗଲା ଆଉ ଗୋଟିଏ ଜୀବନ । ଯୌତୁକ ଜୁଇରେ ହଲିଗଲା ଆଉ ଜଣେ ନବ ବଧୂ ।
ନବ ବଧୁ ଜଣକ ଦୁଇମାସ ହେଲା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ଶାଶୁଘର ଲୋକେ ଏଭଳି କରିବେ ବୋଲି ସେ ଜାଣିନଥିଲେ । ଯାହାର ହାତ ଧରି ସାତ ଜନ୍ମ ପାଇଁ ସେ ସାଥୀ ହୋଇଥିଲେ ସେ ଧୋକା ଦେଇଥିଲେ ।
ଗତ ଜୁଲାଇ ୧୪ ତାରିଖରେ ବିବାହ କରିଥିଲେ । ବୋହୂର ବାପଘରକୁ କଲ୍ କରି ଦିଅର ଜଣକ କହିଥିଲେ ତାଙ୍କର ପେଟ କଣ ହେଉଛି । ଆଉ ତାଙ୍କ ଘରଲୋକ ସେଠାରେ ପହଞ୍ଚିଥିଲେ ।
ଆଉ ସେଠାରେ ତାଙ୍କ ପରିବାର ଲୋକ ପହଞ୍ଚିଥିଲେ ଆଉ ଦେଖିଥିଲେ ତାଙ୍କ ଝିଅ ଖଟ ଉପରେ ଶୋଇଛି । ସେ ସେତେବେଳକୁ ମୃତ୍ୟୁବରଣ କରି ସାରିଥିଲା । ଝିଅଟିକୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇ ମାରି ଦେଇଛନ୍ତି ବୋଲି ତାଙ୍କ ବାପଘର ଲୋକେ ଅଭିଯୋଗ ଆଣିଛନ୍ତି ।
ଏହି ଝିଅଟି ମାତ୍ର ଦୁଇମାସ ହେଲା ବାହାଘର ହୋଇଥିଲା ।ଆଉ ସେ ତାର ସବୁ ଖୁସି ଦେଖିବା ପରିବର୍ତ୍ତେ ଆଜି ମଶାଣିକୁ ଯାଇଛି । ଯୌତୁକ ଅଳ୍ପ ଦେଇ ପରିବାର ଲୋକେ ବାହାଘର କରିଥିଲେ । ଆଉ ଏହାପରେ ଯୌତୁକ ନିର୍ଯ୍ୟାତନା ସବୁବେଳେ ଶାଶୁଘର ଲୋକେ ଦେଉଥିଲେ ।
ଏବେ ତାଙ୍କୁ ଜୀବନରୁ ମାରି ଦେଇଛନ୍ତି ।ଏବେ ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ସହ ଥାନାରେ ଏନେଇ ଝିଅଘର ଲୋକେ ଅଭିଯୋଗ ଦେଇଛନ୍ତି । ଏହି ଘଟଣାର ଏବେ ତଦନ୍ତ କରାଯାଉଛି ।