ନମସ୍କାର ପାଠକ ବନ୍ଧୁ।ଆପଣ ସମସ୍ତେ ଅବଗତ ଥିବେ ଯେ ବର୍ତ୍ତମାନ ସମୟ ରେ କିଭଳି ଛୋଟ ଛୋଟ ପିଲା ମାନେ ଭୁଲ ରାସ୍ତା ରେ ପାଦ ଦେଉଛନ୍ତି।ତାଙ୍କ ସଫଳତା ର ସୁଯୋଗ ନେଇ କିଛି ଯୁବକ ମାନେ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖୁଛନ୍ତି।
ଓ ପରେ ତାଙ୍କୁ ଛାଡି ଦେଇ ଚାଲି ଯାଉଛନ୍ତି।ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା କହିବୁ ଯେଉଁଥିରେ ଜଣେ ୧୭ ବର୍ଷୀୟ ନାବାଳିକା ଝିଅ ନିଜ ଗର୍ଭ ରେ ବଢୁଥିବା ପିଲା କୁ ହରାଇଛି।ଏହା ପୁଣି ତା ଅଜଣାତ ରେ କରା ଯାଇଛି।ଯାହାକି ଅତ୍ୟନ୍ତ ନିନ୍ଦନୀୟ କାମ।ସମାଜ ରେ ଏବେ ସେ ଝିଅ ଟିକୁ ନେଇ ଅନେକ କଥା କୁହା ଯାଉଚି।
ଏହି ଘଟଣା ଟି ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି ଥାନା ଅଞ୍ଚଳ ରେ ଘଟିଛି। ସୂଚନା ଅନୁସାରେ ନାବାଳିକା ଜଣକ ର ଦେହ ଅସୁସ୍ଥ ଥିବାରୁ ତାକୁ ତା ମାଆ ସେହି ଅଞ୍ଚଳ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇକି ଯାଇଥିଲେ।
ସେଠାରେ ଡାକ୍ତର ପଞ୍ଚାନନ ମଲ୍ଲିକ ଝିଅ କୁ ପରୀକ୍ଷା କରିଥିଲେ।ତାର ମା କୁ କ୍ୟାବୀନ ରୁ ବାହାରି ଯିବା ପାଇଁ କହିଲେ।ଏହା ପରେ ଡାକ୍ତର ବାବୁ ଝିଅ ପେଟ ରେ ବଢ଼ୁ ଥିବା ପିଲା କୁ ମାରିବା ପାଇଁ ଚେଷ୍ଟା କଲେ।ସେ ତାକୁ ଗର୍ଭ ପାତ କରାଇବା ଔଷଧ ଦେଲେ।
ଏହି କଥା ୧୭ ବର୍ଷୀୟ ଝିଅ ଟି ଜାଣି ପାରି ନ ଥିଲା।ଏହାକୁ ସେ ଘରେ ଆଣି ଖାଇ ଥିଲା।ଏହାର କିଛି ଦିନ ପରେ ତାର ଦେହ ଅଧିକ ମାତ୍ରା ରେ ଖରାପ ହେବାକୁ ଲାଗିଲା।
ତାର ମା ତାକୁ ଅନ୍ୟ ଡାକ୍ତର ପାଖକୁ ନେଇ କି ଗଲେ।ସେଠାରେ ଡାକ୍ତର କହିଲେ ଝିଅ ଟିର ଗର୍ଭ ପାତ କରା ଯାଇଚି।ଏହା ଶୁଣି ତାର ମା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସାଙ୍ଗେ ସାଙ୍ଗେ ସେ ଝିଅ କୁ ନେଇ ଥାନା ରେ ହାଜର ହେଲେ।ଓ ଡାକ୍ତର ଙ୍କ ବିରୋଧ ରେ ଏକ ଲିଖିତ ଅଭିଯୋଗ କଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ଆଉ ସବୁ କିଛି ପ୍ରମାଣ ପାଇ ସାରିବା ପରେ ସେ ପଞ୍ଚାନନ ମଲ୍ଲିକ ଙ୍କୁ ଗିରଫ କରିବେ।ଏହା ପରେ ଜଣା ପଡ଼ିବ କି ଝିଅ ର ମା ସତ କହିଛନ୍ତି ନା ମିଛ କହୁଛନ୍ତି।